ନ୍ୟୁଜଗ୍ୟାଲେରି,ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ଗ୍ରାମର ପ୍ରାଥମିକ ବିଦ୍ୟାଳୟ କୁ ଦୀର୍ଘ ୧୦ ବର୍ଷ ଧରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଉନ୍ନୀତ କରଣ ପାଇଁ ଗଣ୍ଡାମେର ଗ୍ରାମ ବାସିନ୍ଦା ଦାବି କରି ଆସୁ ଥିଲେ । ତତ୍ ସହିତ ଗତ ୨୦୨୩ ମସିହା ମାର୍ଚ୍ଚ ୨୭ ତାରିଖ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ କୁ ତାଲା ବନ୍ଦ କରି ଆନ୍ଦୋଳନ ମଧ୍ୟ କରିଥିଲେ ।ପରେ ଦୀର୍ଘ ୯ ମାସର ତାଲା ବନ୍ଦ ପରେ ବିଦ୍ୟାଳୟ ପରିଚାଳନା ସ୍ଵାଭାବିକ ହୋଇଥିଲା ।ଗତ ବିଜେଡି ସରକାର ଙ୍କ ସମୟରେ ଏହି ବିଦ୍ୟାଳୟଟି ଉନ୍ନୀତ ହୋଇପାରିଲା ନାହିଁ କିନ୍ତୁ ଅଗଷ୍ଟ ମାସ ୧୮ ତାରିଖ ରେ ବିଜେପି ସରକାର ଗଣ୍ଡାମେର ପ୍ରାଥମିକ ବିଦ୍ୟାଳୟ କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଉନ୍ନୀତ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଥିବାରୁ ଗଣ୍ଡାମେର ଗ୍ରାମବାସୀଙ୍କ ଦୀର୍ଘ ଦଶ ବର୍ଷ ର ସ୍ବପ୍ନ/ଦାବୀ ସଫଳ ହୋଇଥିଲା ।
ଏହି ଅବସରରେ ଆଜି ଗଣ୍ଡାମେର କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ର ଉଦ୍ଘାଟନ ଉତ୍ସବ ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଘ୍ନରାଜ ରାଉତ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧିର ରଂଜନ ପଟ୍ଟଯୋଶୀ ,ସମ୍ମାନିତ ଅତିଥି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜୁନାଗଡ଼ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ମନୋଜ କୁମାର ମେହେର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ, ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ ନାୟକ ପ୍ରମୁଖ ଉପସ୍ଥିତିରେ ଶୁଭ ଉଦ୍ଘାଟନ ହୋଇଥିଲା । ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

