ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଙ୍କ ଉପସ୍ଥିତି ରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ବରିଷ୍ଟ ନେତା ଭବେନ୍ଦ୍ର ପଣ୍ଡା ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଛି। ନିଜ ରାଜନୀତିକ ଜୀବନ ରେ ବିଗତ ୩୫ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଦଳ ରେ ଜଣେ ଆଦର୍ଶ ନେତା ଶୁ ସଂଗଠକ ପୂର୍ବତନ ଜିଲ୍ଲା ସଭାପତି ତଥା ସୋନପୁର ଜିଲ୍ଲା ପ୍ରଭାରୀ ଶ୍ରୀ ଭବେନ୍ଦ୍ର ପଣ୍ଡା ଙ୍କୁ ରାଜ୍ୟ ଉପ ସଭାପତି ଦାୟିତ୍ଵ ମିଳିବା ପରେ କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟରେ ଖୁସି ର ମାହୋଲ ଦେଖିବା କୁ ମିଳିଛି ।
ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଯୁଗଲ କିଶୋର ପୋଢ଼ ନଗର ମଣ୍ଡଳ ତରଫ ରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ ନଗର ସଭାପତି ଚିତ୍ତ ରଞ୍ଜନ ପାତ୍ର ,ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି,ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ସାହୁ ,ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ଜିଲ୍ଲା କୋଷାଧ୍ୟକ୍ଷ ପ୍ରମୋଦ ଜୈନ ,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶୋଭାଗିନି ପାତ୍ର ,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଯୁବ ମୋର୍ଚ୍ଚା ଦିବ୍ୟ ଜ୍ୟୋତି ମୁଣ୍ଡ,ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ଦେବ ସାହୁ , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶରତ ନାଏକ,ବରିଷ୍ଟ ନେତା ଭବାନୀ ନିଆଲ୍,ଜିଲ୍ଲା ମିଡିଆ ସେଲ ସଂଯୋଜକ ନରହରି ପଟ୍ଟନାୟକ,କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୁର୍ଗା ,କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଧୀର ମୁଣ୍ଡ ଏବଂ କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦ ଉପସ୍ଥିତ ହୋଇଥିଲେ ।ନଗର ସାଧାରଣ ସମ୍ପାଦକ ପ୍ରଦୀପ ଦାସ ମଞ୍ଚ ପରିଚାଳନା କରିଥିଲେ ,ସମ୍ବର୍ଦ୍ଧନା ପରେ ପରେ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ସାଙ୍ଗରେ ନେଇ ମାଁ ମାଣିକେଶ୍ବରୀ ଙ୍କ ଦର୍ଶନ ପାଇଁ ମନ୍ଦିର କୁ ଯାଇଥିଲେ ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

