ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼: କୋକସରା ବ୍ଲକ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆଁଖାଇ ଏକ ଏମିତିକା ପର୍ବ ଯାହା ଭାଇଚାରା,ପରମ୍ପରା ଓ ସାମାଜିକ ନିଦର୍ଶନ କୁ ଏକ ସୂତ୍ରରେ ବାନ୍ଧି ନିଜର ପରିବାର ଜାତି ସମାଜ କୁ ଏକ ସୁତ୍ରରେ ଏକତା ର ବାର୍ତ୍ତା ଦେଇଥାଏ। ସେ ରାଜନୀତି କ୍ଷେତ୍ରରେ ହେଉ ଅବା ସାମାଜିକ କ୍ଷେତ୍ରରେ ହେଉ ନୂଆଁଖାଇ ପର୍ବ ର ଗାରିମାମୟ ଇତିହାସ ସବୁବେଳେ ପଶ୍ଚିମ ଓଡ଼ିଶାର ଲୋକଙ୍କ ମନରେ ଏକ ପ୍ରମୁଖ ସ୍ଥାନ ନେଇ ପରମ୍ପରା କୁ ବଜାୟ ରଖିବା ପ୍ରୟାସ ଜାରି ରହିଛି। କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ,ମୁଖ୍ୟ ବକ୍ତା ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର , ଜିଲ୍ଲା ଉପ ସଭାପତି ମୁକେଶ ଅଗ୍ରୱାଲ, ଲକ୍ଷ୍ମୀକାନ୍ତ ବାଗ ,ଜିଲ୍ଲା ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ ମଞ୍ଚାସିନ ରହିଥିବା ବେଳେ କୋକସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ଅନ୍ୟ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ମଞ୍ଚରେ ଉପସ୍ଥିତ ଥିବା ଅତିଥି କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ


