ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଲାଞ୍ଜିଗଡ ବ୍ଲକ ଭଟାଙ୍ଗ ପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ କନର୍ଲା ର ପ୍ରଧାନଶିକ୍ଷକ ଆଦିତ୍ୟ କୁମାର ପଣ୍ଡା ପବିତ୍ର ଗୁରୁ ଦିବସ ରେ ମୁଖ୍ଯମନ୍ତ୍ରୀ ପୁରସ୍କାର ଗ୍ରହଣ କରି କନର୍ଲା ଗ୍ରାମ ତଥା ଲାଞ୍ଜିଗଡ଼ ବ୍ଲକ କୁ ଗୌରବାନ୍ନିତ କରିଥିବାରୁ କନର୍ଲା ଗ୍ରାମବାସୀ ଙ୍କ ପକ୍ଷରୁ ଆଦିତ୍ୟ ପଣ୍ଡା ଙ୍କୁ ଗ୍ରାମ ର ଏକ ସଂଵର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ରେ ଭବ୍ୟ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନିଖିଳ ଉତ୍କଳ ସି. ଟି ପ୍ରାଥମିକ ଶିକ୍ଷକ ଫେଡେରେସନ ର ରାଜ୍ୟସଭାପତି ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ଭବ୍ୟ ଉତ୍ସବ ରେ ମୁଖ୍ୟଅତିଥି ବ୍ଲକ ଚ୍ୟାୟାରମ୍ୟାନ କମଳାପାତ୍ର ମୁଖ୍ୟବକ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀ, ଲାଞ୍ଜିଗଡ଼ ରୁଷିଆ ମେହେର , ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଭାରତ ଭୂଷଣ ସାହୁ , ବ୍ଲକ୍ ସାଧନ ସଂଯୋଜକ ସୁଢ଼ଳ ଦେବ ମୁଣ୍ଡ, ସରପଞ୍ଚ ଦଶମୀମାଝି ,ସମିତି ସଭ୍ୟ ରୁପେଶ ଛତ୍ରିଆ ,ସି.ଟି ସଂଘ ବ୍ଲକ୍ ସଦ୍ଭାପତି ଅନିଲ ତ୍ରୀପାଠୀ , ଶିକ୍ଷକ ନେତା ଦାମୋଦର ସା, ଶିବ ଦାସ,ଶିକ୍ଷାବିତ ଝସ କେତନ ପ୍ରଧାନ, ବିଶିଷ୍ଟ ସମାଜସେବୀ ହରେ କୃଷ୍ଣ ପାତ୍ର , ପଞ୍ଚ ସଖା ଶିକ୍ଷା ସେତୁ ସଂଗଠନ ସଂଯୋଜକ କଳାହାଣ୍ଡି ପ୍ରଶାନ୍ତ୍ର ନନ୍ଦ, ତପନ ମୁଣ୍ଡ , ସି.ଆର.ସି.ସି ମନୋଜ ସାହୁ , ପି.ଇ.ଓ ସୁଶାନ୍ତ ମାଝି ଙ୍କ ସହ ପରିଚାଳନା କମିଟୀ ର ସମସ୍ତ ସଦସ୍ୟ -ସଦସ୍ୟା, ଅନେକ ଶିକ୍ଷକ- ଶିକ୍ଷୟିତ୍ରୀ, ଶିକ୍ଷକ ସଂଘ କାର୍ଯ୍ୟକର୍ତ୍ତା, ଛାତ୍ର- ଛାତ୍ରୀ ଙ୍କ ଉପସ୍ଥିତି ରେ ଏକ ଶୋଭାଯାତ୍ରା ରେ ପଣ୍ଡା ଙ୍କୁ ଆଣି ଗ୍ରାମ ପରିକ୍ରମ ପୂର୍ବକ ଆୟୋଜିତ ସମାରୋହ ରେ ବିପୁଳ ଭବ୍ୟ ସଂଵର୍ଦ୍ଧନା ଦିଆଯାଇଥିଲା । ଶିକ୍ଷକ ରମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

