ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ନଗର ଯାଦବ ସମାଜର ବୈଠକ ସୁଶ୍ରୀ ଶୁଭଲକ୍ଷ୍ମୀ ନାୟକଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଥିଲା ।ସଭାକାର୍ଯ୍ୟ ପତିରାମ ହଂସ ପରିଚାଳନା କରିଥିଲେ ।ଏହି ସଭାରେ ଭବାନୀପାଟଣାର ବିଭିନ୍ନ ୱାର୍ଡରୁ ବରିଷ୍ଠ ସଭ୍ୟ ଅର୍ଜୁନ ଧଙ୍ଗଡ଼ାମାଝୀ, କନ୍ଦର୍ପ ରାଉତ, ସଂକୀର୍ତନ ଭାଟି , ସୀତାରାମ ଘି, ସନ୍ତୋଷ ବିଶି, ଦୁର୍ଗୁ ନିଆଲ, ଧବଳେଶ୍ୱର ବାଗ, ରଥାଙ୍ଗ ବେମାଲ, ଅର୍ଜୁନ ଭାଟି, ରେବତୀ ଖର୍ଶେଲ, ନରେନ୍ଦ୍ର ଘି, ରବିନାରାୟଣ କରୁଅଁl, ପ୍ରଭାତୀ ଜାଲ, ମନରଞ୍ଜନ ରଏ, ଘାସିରାମ ବଛା, ସଂଜିତା ରାଉତ,ପରମେଶ୍ୱର କାଣ୍ଡ, ପୂର୍ଣଚନ୍ଦ୍ର ରାଉତ , ବିଶ୍ୱନାଥ ବାଗ, ଅଂକୁର ଯାଦବ ମଞ୍ଚାସିନ ରହି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ବୈଠକରେ ନଗର ଯାଦବ ସମାଜର ଶ୍ରବଣ କୁମାର ଗୁପ୍ତ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ଯାଦବ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ଯଥା ଅବହେଳିତ, ଅସହାୟ, ନିର୍ଯ୍ୟାତିତ ଓ ପ୍ରତାରିତ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ,ଗୃହ ଯୋଜନାରୁ ବଞ୍ଚିତ, ଚାକିରି ଏବଂ କର୍ମ ଯୋଗାଣ ତଥା ବ୍ୟବସାୟୀକ ପ୍ରତିଷ୍ଠାନ ପ୍ରତିଷ୍ଠାରେ ଅକ୍ଷମ, ନାରୀ ନିର୍ଯାତନା ପରିବାର ଦ୍ବାରା ଲାଞ୍ଛିତ ସମୂହ ସମସ୍ୟାର ସମାଧାନ ପାଇଁ ଏକ ଦୃଢ଼ ସମାଜ ସଂଗଠନର ଆବଶ୍ୟକତା ରହିଛି ବୋଲି ଶ୍ରାବଣ କୁମାର ଗୁପ୍ତ ପ୍ରକାଶ କରିଥିଲେ । ତାହା ସହ ସମାଜର ଏକତାରେ କିପରି ବିଶୃଙ୍ଖଳା ସୃଷ୍ଟି ହେଉଛି ଏବଂ ତାକୁ କିପରି ସମାଧାନ କରି ପରବର୍ତୀ ପର୍ଯାୟରେ ଏକ ଦୃଢ଼ ସମାଜ ଗଠନ ହୋଇପାରିବ ଏହାଉପରେ ସମସ୍ତେ ମତାମତ ପ୍ରଦାନ କରିଥିଲେ । ସମସ୍ତଙ୍କ ନିଷ୍ପତ୍ତି କ୍ରମେ ନଗର ଯାଦବ ସମାଜର ନୂତନ କମିଟି ଗଠନ ନିମନ୍ତେ ଏକ ୧୭ ଜଣିଆ ବରିଷ୍ଠ ସଦସ୍ୟ ଚୟନ କରାଯାଇଥିଲା ଏବଂ ଜିଲ୍ଲାର ଅଭ୍ୟର୍ଦ୍ଧନା କମିଟି ସଭାପତି ଗିରିଧାରୀ ଗୌଡ଼ ଓ କଳାହାଣ୍ଡି ଜିଲ୍ଲାର ପର୍ଯ୍ୟବେକ୍ଷକ ରାଜୁ ଘିବେଲାଙ୍କୁ ନଗର ଯାଦବ ସମାଜର ନୂତନ କମିଟି ଗଠନ ନିମନ୍ତେ ତାରିଖ ଧାର୍ଯ୍ୟ କରିବାପାଇଁ ସୂଚନା ଦେବେ ବୋଲି ଦାବିପତ୍ର ଦିଆଯାଇଛି l ଜିଲ୍ଲାର ଅଭ୍ୟର୍ଦ୍ଧନା କମିଟିର ସଭାପତି ଓ ପର୍ଯ୍ୟବେକ୍ଷକ ନୂତନ କମିଟି ଗଠନ ପାଇଁ ଅବହେଳା କରନ୍ତି ତାହେଲେ ଆଜିର ପ୍ରସ୍ତୁତି ବୈଠକର ନିଷ୍ପତି କ୍ରମେ ନୂତନ କମିଟି ଗଠନ କରାଯିବ ଏବଂ ଉତ୍କଳ ଯାଦବ ମହାସଭା ପାଖକୁ ଯାଇ ତାହାର ସ୍ଵୀକୃତି ଅଣାଯିବ।କୋଡିଏଟି ଓ୍ବାର୍ଡରୁ ଆସିଥିବା ପ୍ରତିନିଧିଙ୍କ ଉପସ୍ଥିତିର ବୈଠକରେ ନିଷ୍ପତ୍ତି ନିଆଯାଇଛି।ଉମାକାନ୍ତ ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରJanuary 7, 2026ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରJanuary 5, 2026ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଦ୍ଵିତୀୟ ଦିବସ
ଜିଲ୍ଲା ଖବରJanuary 5, 2026ଭାରତୀୟ ଜନତା ପାର୍ଟି ର ଟିପିଗୁଡା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ
ଜିଲ୍ଲା ଖବରJanuary 4, 2026କଳାହାଣ୍ଡି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

