ଜାତୀୟ ରାଜପଥ-୨୬ ନଂ ରେ ବାଇପାସ୍ ରାସ୍ତା ନିର୍ମାଣ ଦାବିରେ ଅନିର୍ଦ୍ଦିଷ୍ଟ କାଳୀନ ଧାରଣା

ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଜୁନାଗଡ଼ ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୨୬ ନଂ ରେ ବାଇପାସ୍ ରାସ୍ତା ନିର୍ମାଣ ଦାବି ଜୋର ଧରିଛି । ଏହି ଦାବିକୁ ନେଇ ଜୁନାଗଡ଼ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ଫାଟକରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯାଉଅଛି I ଜୁନାଗଡ଼ ସହର ଦେଇ ଯାତାୟାତ କରୁଥିବା ଭାରୀଯାନ ଓ ଅନ୍ୟାନ୍ୟ ଯାନବାହନ ଯୋଗୁଁ ସହରରେ ଟ୍ରାଫିକ୍ ସମସ୍ୟା,ଦୁର୍ଘଟଣାର ଏବଂ ଜନସାଧାରଣଙ୍କ ଯାତାୟାତରେ ବିଭିନ୍ନ ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି । ଏହାର ସ୍ଥାୟୀ ସମାଧାନ ପାଇଁ ସହର ବାହାରେ ଏକ ବାଇପାସ୍ ରାସ୍ତା ନିର୍ମାଣ କରିବା ପାଇଁ ଦାବି ହେଉଛି। ଏହି ପରିପ୍ରେକ୍ଷୀରେ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ସରକାର ଓ ସମ୍ପୃକ୍ତ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଉଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ ଦାବିରଖିଛନ୍ତି ।

ଧାରଣାରେ ସହରର ଲଳିତ ଅଗ୍ରୱାଲ,ବିଶ୍ୱନାଥ କର,ପ୍ରଭାତ ଦାସ,ନୀଳକଣ୍ଠ ରାଉତ,ଉଦ୍ଧବ ସାହୁ, ସନ୍ତୋଷ ସାହୁ,ଦାମୋଦର ବେହେରା, ବିଶ୍ୱ ସାହୁ,ଚମ୍ପକ ଅଗ୍ରୱାଲ,ବିଭୂତି ଭୂଷଣ ନାଗ,ସଚିନ ଅନ୍ଦାନି ସହ ଅନେକ ବୁଦ୍ଧିଜୀବୀ, ସମାଜ ସେବୀ, ଓକିଲ ,ସାମ୍ବାଦିକ, ବ୍ୟବସାୟୀ ଯୋଗଦାନ ସମର୍ଥନ କରିଛନ୍ତି ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts