ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ

0 minutes, 0 seconds Read

ନ୍ୟୁଜ୍ ଗ୍ୟାଲେରି , କଳାହାଣ୍ଡି: ବେହେରାସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ମାରୱାଡ଼ି ସମାଜ ପକ୍ଷରୁ ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସମାଜର ସଦସ୍ୟସଦସ୍ୟାମାନଙ୍କ ମଧ୍ୟରେ ଉତ୍ସାହ ଓ ଏକତାର ପରିବେଶ ଦେଖିବାକୁ ମିଳିଥିଲା।
କାର୍ଯ୍ୟକ୍ରମରେ ବେହେରା ପ୍ରାଦେଶିକ ମାରୱାଡ଼ି ସଂଘ ଏବଂ ମହିଳା ସଂଗଠନର ସମସ୍ତ ସଦସ୍ୟା ଉପସ୍ଥିତ ରହି ଜୟନ୍ତୀ ଉତ୍ସବରେ ସାମିଲ ହୋଇଥିଲେ। ସମାଜର ଏକତା, ପରସ୍ପର ସହଯୋଗ ଓ ମାନବ ସେବାର ଆଦର୍ଶକୁ ଆଗେଇ ନେବା ଉପରେ ଏହି ଅବସରରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ସଂଘର ସଭାପତି ସୁନୀଲ ଅଗ୍ରୱାଲ, ସମ୍ପାଦକ ବିକାଶ ଅଗ୍ରୱାଲ, କୋଷାଧ୍ୟକ୍ଷ ମଣ୍ଟୁ ଅଗ୍ରୱାଲ ଏବଂ ଉପସଭାପତି ଲଳିତ ମୋହନ ଅଗ୍ରୱାଲଙ୍କ ସମେତ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।
ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସଦସ୍ୟସଦସ୍ୟାମାନେ ଉତ୍ସାହର ସହ ଏଥିରେ ଭାଗ ନେଇଥିଲେ। ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ କୃତୀ ପ୍ରତିଭାଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts