ନ୍ୟୁଜଗ୍ୟାଲେରି, ଭବାନିପାଟଣା: ପିଆଇବି ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଆୟୋଜିତ ।ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ପୋଲିସର ସହଯୋଗରେ ଭବାନୀପାଟଣା ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଆୟୋଜିତ ହୋଇଯାଇଛି। ପୂର୍ବରୁ ବାମପନ୍ଥୀ ଉଗ୍ରବାଦ (ଏଲ୍ଡବ୍ଲ୍ୟୁଇ) ପ୍ରଭାବିତ ଥିବା କଳାହାଣ୍ଡି ଜିଲ୍ଲାରେ ଗ୍ରହଣ କରାଯାଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ ଏହି କର୍ମଶାଳାର ମୁଖ୍ୟ ବିଷୟବସ୍ତୁ ଥିଲା। ବରିଷ୍ଠ ସରକାରୀ ଅଧିକାରୀ, ପୋଲିସ କର୍ମଚାରୀ, ଶିକ୍ଷାବିତ୍ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ନକ୍ସଲ ପ୍ରଭାବିତ ଜିଲ୍ଲାରୁ ଶାନ୍ତି, ସ୍ଥିରତା ଓ ସମାବେଶୀ ବିକାଶ ଦିଗରେ କଳାହାଣ୍ଡିର ରୂପାନ୍ତରଣ ଯାତ୍ରା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ଯକ୍ରମ ରେ
ଅତିଥି ପିଆଇବି ଭୁବନେଶ୍ୱରରୁ ସହକାରୀ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା, ପତ୍ର ସୁଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରରୁ ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର , କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡା ବାମପନ୍ଥୀ ଉଗ୍ରବାଦର ମୁକାବିଲାରେ ସୁରକ୍ଷା ବାହିନୀର ଅପରେସନାଲ ସଫଳତା ଏବଂ ବଳିଦାନର ବିବରଣୀ ଦେଇଥିଲେ।
କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ବୈତରୁ ଦୀପ ଜିଲ୍ଲାରେ ଜଳସେଚନ, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଶିଳ୍ପ ଓ ବିଦ୍ୟୁତ୍ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସହ ଡିଜିଟାଲ୍ ଯୋଗାଯୋଗର ସମ୍ପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ। ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ମୁଖ୍ୟ ଡ. ବୀରେନ୍ଦ୍ର ସୁନା ସ୍ଥାୟୀ ବିକାଶର ମୁଖ୍ୟ ସ୍ତମ୍ଭ ଭାବେ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପୁଷ୍ଟିକୁ ଗୁରୁତ୍ୱ ଦେଇଥିଲେ।
କଳାହାଣ୍ଡିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା କହିଥିଲେ ଯେ ଶାନ୍ତି ହେଉଛି ପ୍ରଗତିର ମୂଳଦୁଆ।
ଏହି ଅବସରରେ କିଛି ଆତ୍ମସମର୍ପଣକାରୀ ପୂର୍ବତନ ମାଓବାଦୀ ମଧ୍ୟ ନିଜର ବ୍ୟକ୍ତିଗତ ଅନୁଭୂତି ବାଣ୍ଟିଥିଲେ।
ଏହି ଅବସରରେ ପିଆଇବି ଭୁବନେଶ୍ୱରରୁ ସୂଚନା ସହାୟକ ବିକାଶ ରଞ୍ଜନ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ। ସେ ଉପସ୍ଥିତ ସମସ୍ତ ଅତିଥି, ଜିଲ୍ଲା ପ୍ରଶାସନ, ଓଡ଼ିଶା ପୋଲିସ, ଗଣମାଧ୍ୟମ ପ୍ରତିନିଧି ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କ ମୂଲ୍ୟବାନ ଅବଦାନ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।
ପିଆଇବି ଭୁବନେଶ୍ୱରରୁ ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି କାର୍ଯ୍ୟକ୍ରମର ସୁଚାରୁ ଆୟୋଜନ କରିଥିବାବେଲେ କଳାହାଣ୍ଡିରୁ ସତ୍ୟନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରNovember 27, 2026ପିଆଇବି ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଆୟୋଜିତ
ଜିଲ୍ଲା ଖବରNovember 25, 2026ମହୁରି ପୁରସ୍କାର–୨୦୨୬ ପାଇଁ ଡ଼. ସ୍ୱପ୍ନା ମିଶ୍ର ମନୋନୀତ
ଜିଲ୍ଲା ଖବରNovember 25, 2026ଦାଦପୁର ପି ଏମ ଶ୍ରୀ ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ମେଳା ସହ ଚିତ୍ର ଓ ହସ୍ତ ଶିଳ୍ପ ପ୍ରଦର୍ଶନୀ ମେଳା ଅନୁଷ୍ଠିତ
ଜିଲ୍ଲା ଖବରNovember 25, 2026ଭବାନୀପାଟଣା ନଗରମଣ୍ଡଳ ବିଜେପି ରେ ଧବଳେଶ୍ୱର ମାଝୀଙ୍କୁ ଅନୁସୂଚିତ ଜନଜାତି ମୋର୍ଚ୍ଚା ପ୍ରମୁଖ ଦାୟିତ୍ୱ

