ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ (RTA) କଳାହାଣ୍ଡି ଏବଂ ଜିଲ୍ଲା ସଡକ ସୁରକ୍ଷା କମିଟି, କଳାହାଣ୍ଡିଙ୍କ ସଂଯୁକ୍ତ ଆୟୋଜନରେ ଜାତୀୟ ସଡକ ସୁରକ୍ଷା ମାସ–୨୦୨୬ର ସମାପନ ସମାରୋହ ଆଜି ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।୧ ଜାନୁଆରୀ ରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଥିଲା। ଏହି ଏକମାସିଆ କାର୍ଯ୍ୟକ୍ରମ ଅବଧିରେ ସାଧାରଣ ଲୋକ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପ୍ରଚାର ଓ ଶିକ୍ଷାମୂଳକ ଅଭିଯାନ ଆୟୋଜିତ ହୋଇଥିଲା।
ସମାପନ ସଭାରେ ଉପ-କମିଶନର ପ୍ରତାପ କିଶୋର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଡକ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ହରେକୃଷ୍ଣ ଶତପଥୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଶୁଭ୍ରାଂଶୁ ଶେଖର ମିଶ୍ର, ଅଧ୍ୟକ୍ଷ ସରକାରୀ ମହିଳା ମହାବିଦ୍ୟାଳୟ ଡା. ତ୍ରିଲୋଚନ ଜେନା,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ବସ ମାଲିକ ସଂଘ ସଭାପତି ପ୍ରବୋଧ ରଥ, ଉପ-ଆରକ୍ଷୀ ଅଧୀକ୍ଷକ ଲୋକନାଥ ସାହୁ ଯୋଗଦେଇ ସଡକ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟପିକା ଡା. ରାଧାରାଣୀ ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମ କୁ ଡା. ପ୍ରତାପ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ସଡକ ସୁରକ୍ଷା ଓ ହେଲମେଟ୍ ପିନ୍ଧିବାର ଗୁରୁତ୍ୱ ଉପରେ ଆଧାରିତ ଏକ ସଂକ୍ଷିପ୍ତ ସଚେତନତାମୂଳକ ନାଟିକା ପରିବେଶିତ ହୋଇଥିଲା ।ଟ୍ରାଫିକ ଏନ୍ସପେକ୍ଟର ମିଥୁନ ପ୍ରଧାନ,ସମସ୍ତ ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
Latest entries
ଜିଲ୍ଲା ଖବରSeptember 21, 2026ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ

