ଲଖନା ପଞ୍ଚାୟତର ନିର୍ମାଣ କାର୍ଯ୍ୟ – “ନିମ୍ନମାନର ପୋଡ଼ାଇଟା, ଉଚ୍ଚ ପ୍ରଶ୍ନଚିହ୍ନ”

ଲଖନା ପଞ୍ଚାୟତର ନିର୍ମାଣ କାର୍ଯ୍ୟ – “ନିମ୍ନମାନର ପୋଡ଼ାଇଟା, ଉଚ୍ଚ ପ୍ରଶ୍ନଚିହ୍ନ” ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ଅଧୀନରେ ଲଖନା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ନେଇ ଯେ ନିମ୍ନମାନର ପୋଡ଼ାଇଟା ବ୍ୟବହାରର ଅଭିଯୋଗ ଉଠିଛି, ତାହା କେବଳ ଏକ ଗାଁର ସମସ୍ୟା ନୁହେଁ; ବରଞ୍ଚ ରାଜ୍ୟରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର ଗୁଣମାନରେ ହୋଇଥିବା ଅସତର୍କତାର ପ୍ରତିଛବି ।ବର୍ଷା ପାଣିରେ ଇଟା ତରଳିଯାଇଥିବା ଦୃଶ୍ୟ, କାର୍ଯ୍ୟରେ ଗୁଣାତ୍ମକତାର ସ୍ପଷ୍ଟ ହ୍ରାସ କୁ ପ୍ରକାଶ କରିଛି । ଏକ ଭବନର […]

ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ୍ଜାଷ୍ଟମୀ ଓ ନନ୍ଦୋତ୍ସବ

ନ୍ୟୁଜ ଗ୍ୟାଲେରି, ବ୍ରହ୍ମପୁର: ସ୍ଥାନୀୟ ଦେଶୀ ବେହେରା ସାହିସ୍ଥିତି ବିଜେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଆନନ୍ଦ ଉଲ୍ଲାସର ସହ ରାତ୍ର ବିଳମ୍ୱିତ ପ୍ରହରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମନ୍ଦିର ପରିସରରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଭାଗବତ ପୂରାଣ ପାଠ କରାଯାଇଥିଲା । ଘଣ୍ଟ ବାଦ୍ୟ, ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ମନ୍ଦିରର ମୁଖ୍ୟ ମହନ୍ତ ଅନିରୁଦ୍ଧ ଦାସ ମହାରାଜ ଶ୍ରୀକୃଷ୍ଣ ଜନ୍ମ […]

ସାପ୍ତାହିକ ନବୀନ ପତ୍ରିକା ର ୯୬ତମ ପ୍ରତିଷ୍ଠା ଦିବସ ପାଳିତ

ନ୍ୟୁଜ ଗ୍ୟାଲେରି, ବ୍ରହ୍ମପୁର: ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବ ଙ୍କ ପ୍ରତିଷ୍ଠିତ ସାପ୍ତାହିକ “ନବୀନ “ପତ୍ରିକା ର ୯୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ନବୀନ ର ସମ୍ପାଦକ ରବି ରଥ ଙ୍କ ସଭାପତିତ୍ୱ ରେ ଆୟୋଜିତ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖଲିକୋଟ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ଡ଼ ମନ୍ମଥ ପାଢ଼ୀ କହିଥିଲେ ଯେ ନବୀନ ଭଳି ପତ୍ରିକା ସ୍ୱାଧୀନତା ପୂର୍ବତ୍ତର ସମୟରେ ଓଡ଼ିଶାର ସାହିତ୍ୟିକ ମାନଙ୍କୁ ପ୍ରତିଷ୍ଠା […]

କାଶୀପୁର ବ୍ଲକରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ନିରାକରଣ ନିମନ୍ତେ ଉପଜିଲ୍ଲାପାଳଙ୍କ ସଚେତନତା ବୈଠକ

ନ୍ୟୁଜ ଗ୍ୟାଲେରି, ରାୟଗଡ/କାଶୀପୁର: ଡେଙ୍ଗୁ, ଡାଇରିଆ ଓ ମେଲେରିଆ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାରେ ବ୍ୟାପିବା ଆଶଙ୍କା କରି ଏହାର ନିରାକରଣ ନିମନ୍ତେ ପ୍ରସ୍ତୁତି ରହିବାକୁ ଜିଲ୍ଲାପାଳ ପାରୁଲ ପଟାୱରୀଙ୍କ ନିର୍ଦେଶ କ୍ରମେ ଆଜି ରାୟଗଡ଼ ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନାଙ୍କ ଅଧ୍ୟକ୍ଷତାରେ କାଶୀପୁର ବ୍ଲକର ସମ୍ମିଳନୀ କକ୍ଷରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି ।କାଶୀପୁର ବ୍ଲକରେ ଝାଡାବାନ୍ତି, ଡେଙ୍ଗୁ ଓ ମେଲେରିଆର ପ୍ରାଦୁର୍ଭାବ ଯେମିତି ନହେବ ଏହି ବୈଠକରେ ବ୍ୟାପକ ଭାବରେ ଆଲୋଚନା କରାଯାଇଥିଲା […]

ରାୟଗଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ସଙ୍କୁଳ ସୁରୀୟ ମେଧାବୀ ଅଭିନନ୍ଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ

ନ୍ୟୁଜ ଗ୍ୟାଲେରି,ରାୟଗଡ଼ା :ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ସଙ୍କୁଳ ସୁରୀୟ ମେଧାବୀ ଅଭିନନ୍ଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷା ବର୍ଷ ୨୦୨୪-୨୫ ରେ ଦଶମ ଶ୍ରେଣୀରେ ରାୟଗଡ଼ା ସଂକୁଳର A1 ଓ A2 ସ୍ଥାନରେ ଥିବା ୧୬ ଜଣ ଶିଶୁଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ଯକ୍ଷା ମାନନୀୟା ଶ୍ରୀମତୀ ସରସ୍ବତୀ […]

ରାୟଗଡ଼ ଜିଲ୍ଲା ଠାରେ ଆଇ.ଜେ. ୟୁ. ସହବନ୍ଧିତ ଓ. ୟୁ. ଡାବ୍ଲୁ .ଜେ.ର ଜିଲ୍ଲା ନୁତନ କର୍ମକର୍ତ୍ତା ଚୟନ

ନ୍ୟୁଜଗ୍ୟାଲେରି,ରାୟଗଡା:ରାୟଗଡା ଜିଲ୍ଲା ସଦର ହୋଟେଲ ରାଜ ଭବନ ଠାରେ ଭାରତୀୟ ସାମ୍ବାଦିକ ସଙ୍ଘ (ଆଇ.ଜେ. ୟୁ) ସହ ଅନୁବନ୍ଦିତ ଓଡିଶା କର୍ମଜୀବୀ ସାମ୍ୱାଦିକ ସଙ୍ଘ (ଓ ୟୁ ଡବ୍ଲ୍ୟୁ ଜେ ) ରାୟଗଡା ଶାଖାର ଜିଲ୍ଲା ସ୍ତରୀୟ ପ୍ରଥମ ସମ୍ମିଳନୀ ସହ ନୂତନ କର୍ମକର୍ତ୍ତା ଚୟନ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କଅଁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ସୂଚନା ଓ ଲୋକ ସମ୍ପର୍କ […]

ବଲାଙ୍ଗୀରରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ

ନ୍ୟୁଜ ଗ୍ୟାଲେରି, ବଲାଙ୍ଗୀର:ବଲାଙ୍ଗୀର ଜିଲ୍ଲାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେଇ କହିଛନ୍ତି ରାଜ୍ୟରେ ବିଜେପି ସରକାରର ଗୋଟିଏ ବର୍ଷ ପୂର୍ତ୍ତି ସମୟର ଉପଲବ୍ଧି ଉପରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ଚାଷ ପଦ୍ଧତିକୁ ବିକଶିତ କରିବା ପାଇଁ ମେ’ ମାସ ସୁଦ୍ଧା ୭୮ ହଜାର ୬୮୧ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯିବା ସହ ୪୫୯.୬୮ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଛି। କୃଷିର ବିକାଶ ପାଇଁ […]

ଓଡିଶାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା କଂଗ୍ରେସ ସଭାପତି ହେଲେ

ନ୍ୟୁଜଗ୍ୟାଲେରି,ଭୁବନେଶ୍ୱର: କଂଗ୍ରେସ ଦଳର ହାଇକମାଣ୍ଡ ଓଡିଶାରେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି। ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି। ଭକ୍ତ ଚରଣ ଦାସ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକସଭା ସଂସଦ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି ।୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ […]

ଓଡ଼ିଶା ସାମ୍ବାଦିକ ୟୁନିଅନ୍ ର ୫୩ତମ ପ୍ରତିଷ୍ଠା ଦିବସ

ନ୍ୟୁଜଗ୍ୟାଲେରି,ଧର୍ମଗଡ଼:(ହେମନ୍ତ କୁମାର ମାଝୀ) ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ର ୫୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ‍୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବରେ ପୂର୍ତ୍ତ ଆଇନ ଓ ଅବକରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାଶ,ଏକାମ୍ର ବିଧାୟକ ବାବୁ ସିଂ , ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ପ୍ରମୁଖ ଉପସ୍ଥିତ […]

ଭବାନୀପାଟଣା ବ୍ଲକ ର ୧୯ଜଣ ସରପଞ୍ଚ ଭାରତୀୟ ଜନତା ପାର୍ଟି ରେ ସାମିଲ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଭୁବନେଶ୍ୱର ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ଭବାନୀପାଟଣା ବ୍ଲକ ର ୧୯ଟି ପଞ୍ଚାୟତ ର ସରପଞ୍ଚ ବିଦିବଦ୍ଦ ଭାବେ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଛନ୍ତି। ଭବାନୀପାଟଣା ବ୍ଲକ ର ୧୯ଜଣ ସରପଞ୍ଚ ବିକଶିତ ଓଡିଶା, ବିକଶିତ କଳାହାଣ୍ଡି କୁନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆଦର୍ଶ ଓ ମୁଖ୍ୟମନ୍ତ୍ରୀ ମହାନ ମାଝୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଛନ୍ତି।ଏହି ମୁଶ୍ରଣ […]

ମୁନିଗୁଡା ରେଳ ଫାଟକ ରେ ଭୂତଳ ରାସ୍ତ ନଚେତ ଅଭର ବ୍ରିଜ ନିର୍ମାଣ ଦାବି

ନ୍ୟୁଜଗ୍ୟାଲେରି,ରାୟଗଡା:(ସୁଶାନ୍ତ ମିଶ୍ର) ରାୟଗଡା ଜିଲ୍ଲା ମୁନିଗୁଡା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଏବଂ ରେଳ ଜାତାୟତର ସୁବିଧା ତଥା ନିକଟ ଓଡିଶା ବିଖ୍ୟାତ ହସପିଟାଲ ବିଷମ କଟକ ରେ ଥିବା ଯୋଂଗୁଁ ବ୍ୟବସାୟିକ ସ୍ୱାସ୍ଥ୍ୟଗତ ଓ ଗମନାଗମନ ହେତୁ ରାୟଗଡା, ଫୁଲବାଣୀ ଓ କଳାହାଣ୍ଡି ୩ଟି ଜିଲ୍ଲାରୁ ପ୍ରତ୍ୟୋକ ଦିନ ହଜାର ହଜାର ଲୋକ ଏଠାକୁ ଯିବାଆସିବା କରନ୍ତି।ଏହି ଅଞ୍ଚଳ ବିଶେଷ ଭାବରେ ବିକଶିତ ତଥା ବିକାଶ ଦିଗରେ ଆଗେଇ ଥିଲେ ସୁଧା ସବୁଠାରୁ ବିପଦପୁର୍ଣ ଓ ଦୁଃଖ […]

ଅସହାୟ କସ୍ତୁରୀ ବିଡ଼ିକା ର ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ନ୍ୟୁଜଗ୍ୟାଲେରି,ରାୟଗଡ଼ା:(ସୁଶାନ୍ତ କୁମାର ମିଶ୍ର)ରାୟଗଡା ସଦମହକୁମାର ସିରିକଣା ଠାରେ ବସବାସ କରୁଥିବା ଆଦିବାସୀ ପରିବାରର ଝିଅ କସ୍ତୁରୀ ବିଡ଼ିକା ବୟସ ୧୧ ପିତା ଧରମା ରାଓ ବିଡ଼ିକା, ମାତା ମିତା ବିଡ଼ିକା ଦିନ ମଜୁରିଆ ଙ୍କ ଜୀବନରେ ଏକ ମାତ୍ର ଶିଶୁ କନ୍ୟା କସ୍ତୁରୀ ର ଜନ୍ମ ଯେଭଳି ଅଭିଶାପ ପାଲଟି ଯାଇଛି। ଉଭୟ ଦମ୍ପତି ଙ୍କ ଏକ ମାତ୍ର ଶିଶୁ କନ୍ୟା ଭାବେ କସ୍ତୁରୀ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ଠାରେ ୨୦୧୪ ମସିହାରେ ଜନ୍ମ ଗ୍ରହଣ କରିଥିଲା […]

ବେଦାନ୍ତ ଆଲୁମିନା କମ୍ପାନୀ ର ବିଷାକ୍ତ ଲାଲ ଆତଙ୍କ ଓ ପରିବେଷିୟ ପାପ : ସେବା ଭରତୀ

ନ୍ୟୁଜ ଗ୍ୟାଲେରି,ରାୟଗଡା:(ସୁଶାନ୍ତ କୁମାର ମିଶ୍ର) ରାୟଗଡା ଜିଲ୍ଲା ସୀମା କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ ଠାରେ ଥିବା ବେଦାନ୍ତ ଆଲୁମିନା କମ୍ପାନୀର ନାଲି କାଦୁଅ ପାଣିର ବିଷାକ୍ତ ଲାଲ୍ ଆତଙ୍କ ଘଟଣା ଓଡିଶାରେ ହଇଚଇ ସୃଷ୍ଟି କରିଦେଇଥିଲା ।ସୂଚନା ଅନୁସାରେ କମ୍ପାନୀର ଲାଲ କାଦୁଅ ପୋଖରୀ(୩୨୭.୬୨ ଏକର ସହିତ ପୋଖରୀ ବନ୍ଧ, ଫିଲ୍ମରେସନ୍ ୟୁନିଟ୍, ଡ୍ରେନ୍, କ୍ୟାଚମେଣ୍ଟ ପୋଖରୀ, ଡାଇଭର୍ସନ କେନାଲ ଇତ୍ୟାଦି)ର ଜଳ ପ୍ରକ୍ରିୟାକାରଣ ହ୍ରଦ ଗତ ୨୦୨୪ ମସିହା ସେପ୍ଟେମ୍ବର ୧୫ ମଧ୍ୟରାତ୍ରିରେ ଭୁଶୁଡି […]

ରାୟଗଡା ଜିଲ୍ଲା ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ

ନ୍ୟୁଜଗ୍ୟାଲେରି,ରାୟଗଡ଼ା:(ସୁଶାନ୍ତ କୁମାର ମିଶ୍ର) ଭାରତୀୟ ଜନତା ପାର୍ଟି,ରାୟଗଡ଼ା ନଗର ସଭାନେତ୍ରୀ ମଞ୍ଜୁଳା ମିଣିଆକା ଙ୍କ ନେତୃତ୍ୱ ରେ ସ୍ଥାନୀୟ ୧ନମ୍ୱର୍ ୱାର୍ଡ଼ ଠାରେ ଅକ୍ଟୋବର ୧ ରୁ ଅକ୍ଟୋବର ୧୫ପର୍ଯ୍ୟନ୍ତ ସଦସ୍ୟତା ପାଇଁ ବିଶେଷ ଦିବସ ପାଳନ ଅବସର ରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଉକ୍ତ ୱାର୍ଡ଼ ର ବୃଦ୍ଧା ମହିଳାଙ୍କୁ ବସ୍ତ୍ର ବଣ୍ଟନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ ରେ ନଗର ସାଧାରଣ ସମ୍ପାଦିକା ଝରଣା ପାଣି, ନଗର ମହିଳା ମୋର୍ଚ୍ଚା […]

ଉତ୍କଳ ଆଲମୀନା କମ୍ପାନି କର୍ତ୍ତୃପକ୍ଷ ଓ ରାୟଗଡା ସାମ୍ବାଦିକଙ୍କ ବୈଠକ

ନ୍ୟୁଜ ଗ୍ୟାଲେରି, ରାୟଗଡା (ସୁଶାନ୍ତ କୁମାର ମିଶ୍ର)ରାୟଗଡା ଜିଲ୍ଲାର ଘରୋଇ ହୋଟେଲ ତେଜସ୍ୱୀ ଠାରେ ଟିକିରିସ୍ଥିତ ଉତ୍କଳ ଆଲୁମିନା କମ୍ପାନିର କର୍ତ୍ତୃପକକ୍ଷ ଏବଂ ରାୟଗଡା ଜିଲ୍ଲାର ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କମ୍ପାନୀର ଉତ୍ପାଦ ଓ ଆଭିମୁଖ୍ୟ ଏବଂ ସ୍ଥାନୀୟ ଓ ରାୟଗଡା ଅଞ୍ଚଳ ବାସୀଙ୍କ ବିକାଶ ତଥା ସାମାଜିକ, ଅର୍ଥନୈତିକ, ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଂସ୍କୃତି କିପରି ସମୂହ ସ୍ୱାର୍ଥ ଦୃଷ୍ଟିରୁ ବିକାଶ ମୁଖି ହୋଇପାରିବ […]

ରାୟଗଡ଼ା ଜିଲ୍ଲା ରେ ପି ସି ଏଣ୍ଟ ପି ଏନ ଡି ଟି ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ

ନ୍ୟୁଜ ଗ୍ୟାଲେରି,ରାୟଗଡା:(ସୁଶାନ୍ତ କୁମାର ମିଶ୍ର) ରାୟଗଡା ଜିଲ୍ଲାପାଳ ପାରୁଲ ପଟ୍ଟାୱରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ପି ସି ଏଣ୍ଡ ପି ଏନ୍ ଡି ଟି ଜିଲ୍ଲା ପରାମର୍ଶଦାତା କମିଟି। ଏଥିରେ ଲିଙ୍ଗ ଚୟନ ନିଷେଧ ଆଇନ୍ ୧୯୯୪ ର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।ପୁଅଙ୍କ ତୁଳନା ରେ ଝିଅଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି ଯାହା ଭବିଷ୍ୟତ ରେ ସାମାଜିକ ବିଷମତା ସୃଷ୍ଟି କରିବାର ଆଶଙ୍କା ରହିଛି। ଏଣୁ ଭ୍ରୁଣ ଚୟନ […]

ରାୟଗଡା ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା ଦିଶା କମିଟି ବୈଠକ

ନ୍ୟୁଜ ଗ୍ୟାଲେରି,ରାୟଗଡା:(ସୁଶାନ୍ତ କୁମାର ମିଶ୍ର) ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା(ଦିଶା)କମିଟି ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାୟଗଡ ବିଧାୟକ ଆପଲସ୍ୱାମୀ କାଡ୍ରାକା,ଵିଷମ କଟକ ବିଧାୟକ ନୀଳମାଧବ ହିକକା, ଗୁଣୁପୁର ବିଧାୟକ, ସତ୍ୟଜୀତ ଗମାଙ୍ଗ, ଜିଲ୍ଳାପାଳ ପାରୁଲ ପଟାୱରୀ ,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର […]

ହତ୍ୟା ଅଭିଯୋଗ ଆଣିଲେ ଝିଅ ପରିବାର ଲୋକେ ପୋଲିସ ର ତଦନ୍ତ ଜାରି

ନ୍ୟୁଜ ଗ୍ୟାଲେରି,ଲାଞ୍ଜିଗଡ:(କୈଲାଶ ଚନ୍ଦ୍ର ସାହୁ)ଝିଅ ବାହା ହେଲା ପରେ ତା ନୂଆଁ ସଂସାରକୁ ନେଇଁ ଅନେକ ସ୍ବପ୍ନ ଦେଖି ଥାଏ ସ୍ୱାମୀ ସହିତ ସୁଖରେ ଘର ସଂସାର କରିବ। ଶାଡି ଶଙ୍ଖା, ସିନ୍ଦୁର ପିନ୍ଦି ଏକ ପତିବ୍ରତା ସ୍ତ୍ରୀର ମାନ୍ୟତା ପାଇବ ଆଗାମୀ ଦିନରେ ତା ନୂଆଁ ସଂସାରକୁ ନେଇଁ ଅନେକ ସୁନେଲି ସ୍ବପ୍ନ ଦେଖି ଥାଏ ନବବଧୂ ହେଲେ ଏହି ଯୌତୁକ ଜନିତ ରାକ୍ଷାସ ତାର ନୂଆଁ ସଂସାର ଭିତରକୁ ଆସି ଜଣେ ନବବଧୂ ସ୍ୱାମୀର […]

ଗୁରୁଜୀମୁଣ୍ଡା ଯୋଗମାୟା ପୀଠ ର ଉନ୍ନତି କାରଣ ସହିତ ପର୍ଯ୍ୟଟନ ପୀଠ ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ନ୍ୟୁଜ ଗ୍ୟାଲେରି,ଭୁବନେଶ୍ୱର: (ମନୋଜ ସିଂହ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଭୁବନେଶ୍ୱରରେ ମୂଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କେସିଙ୍ଗା ବ୍ଲକର ଗୁର୍ଜିମୁଣ୍ଡା ସ୍ଥିତ ପ୍ରସିଦ୍ଧ ମା’ ଯୋଗମାୟା ପୀଠର ଉନ୍ନତିକରଣ ସହ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ କମିଟୀର ସଦସ୍ୟମାନେ ଏକଦାବି ପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ମା ଙ୍କ ପ୍ରତିମୂର୍ତ୍ତି ଓ ମନ୍ଦିର ପରିସରରେ ରହିଥିବା ରୁଦ୍ରାକ୍ଷ ବୃକ୍ଷରୁ ଉତ୍ପାଦିତ ରୁଦ୍ରାକ୍ଷ ପ୍ରଦାନ କରାଯାଇଥିଲା । ଏକ ସୋନ୍ଦର୍ଯ୍ୟ […]

ବିଜେପି ଓଡ଼ିଶାରେ ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣାକଲା

ନ୍ୟୁଜ ଗ୍ୟାଲେରି,ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଓଡିଶାର ୨୧ଟି ଆସନ ମଧ୍ୟରୁ ୧୮ଟି ଆସନ ପାଇଁ ବିଜେପି ଜାରି କଲା ପ୍ରାର୍ଥୀ ତାଲିକା। ଏହି ତାଲିକାରେ ବିଜେପି ବଲାଙ୍ଗୀର, କଳାହାଣ୍ଡି, ଭୁବନେଶ୍ବର ଓ ଆସିକାରେ ବିଜେପି ମହିଳା ପ୍ରାର୍ଥୀ ‌କରିଛି। ବିଜେପି ୬ଟି ସ୍ଥାନ ଅର୍ଥାତ ବରଗଡ଼, ସମ୍ବଲପୁର, କଳାହାଣ୍ଡି, ବ୍ରହ୍ମପୁର, କୋରାପୁଟ ଓ ମୟୂରଭଂଜରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ବରଗଡ଼-ପ୍ରଦୀପ ପୁରୋହିତ ସୁନ୍ଦରଗଡ- ଜୁଏଲ ଓରାମ ସମ୍ବଲପୁର -ଧର୍ମେନ୍ଦ୍ର ପ୍ରଧାନ କେଉଁଝର- ଅନନ୍ତ ନାୟକ ମୟୁରଭଞ୍ଜ- […]

କଳାହାଣ୍ଡି ଜିଲ୍ଲା ସନ୍ତୋଷ କର ପାଇଲେ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଶିକ୍ଷକ ଶିକ୍ଷା ପୁରସ୍କାର

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଶିକ୍ଷକ ଶିକ୍ଷା ପୁରସ୍କାର ପାଇଲେ ସନ୍ତୋଷ କର ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ କ୍ଷେତ୍ରରେ ‘ବ୍ୟକ୍ତିଗତ’ଠାରୁ ନେଇ ‘ସାଂଗଠନିକ’ ସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଶ୍ରେଷ୍ଠମାନଙ୍କୁ ବଛାଯାଇ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି । ମାଧ୍ୟମିକ ଶିକ୍ଷକ ବର୍ଗରେ ଜୟଦୁର୍ଗା ହାଇସ୍କୁଲ, ନର୍ଲାରୋଡ଼ର ବିଜ୍ଞାନ ଶିକ୍ଷକ […]

ମଦଦୋକାନୀଙ୍କ ପାଇଁ ନୂଆ ନିୟମ: ଗ୍ରାହକଙ୍କୁ ବିଲ୍ ନ ଦେଲେ ଲ‌କ୍ଷେ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡ

ନ୍ୟୁଜଗ୍ୟାଲେରି, କଟକ: ଆଉ ମନ ଇଚ୍ଛା ଦରରେ ମଦ ଦୋକାନୀ ମଦ ବିକ୍ରି କରିପାରିବେ ନାହିଁ। ମଦ ବିକ୍ରି ସମୟରେ ଗ୍ରାହକଙ୍କୁ ମଦରେ ଥିବା ବାର୍ କୋଡ ସ୍କାନ କରି ବିଲ୍ ଦେଲେ ଯାଇ ଟଙ୍କା ନେବେ। ଯେଉଁମାନେ ଏହି ନିୟମ ଖିଲାପ କରିବେ ସେମାନଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ। କୌଣସି ଦୋକାନ ବିରୋଧରେ ବାରମ୍ବାର ଅଭିଯୋଗ ଆସିଲେ ଦୋକାନକୁ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯିବ। ମଦ ଦୋକାନୀଙ୍କ ଲାଇସେନ୍ସ […]

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର: ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ନ୍ୟୁଜଗ୍ୟାଲେରି,ଭୁବନେଶ୍ଵର: ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖଭବନରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀରକୁ ରଖାଯାଇଛି। ସେଠାରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଦଳୀୟ ନେତା ଓ କର୍ମୀ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସେଠାରେ ପହଞ୍ଚି ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶଙ୍ଖଭବନରେ ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ତୁଷାରକାନ୍ତି ବେହେରା, […]

ଓଡିଶା ରେ ନୂତନ ରାଜ୍ୟପାଳ ଙ୍କ ଶପଥ ଗ୍ରହଣ ସମାରୋହ।

ନ୍ୟୁଜଗ୍ୟାଲେରି,ପୁରୀ/ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରି କର୍ମକ୍ଷେତ୍ରରେ ଯୋଗଦେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି, ଓଡ଼ିଶା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି। ମୁଁ ଭାଗ୍ୟବାନ ଯେ ମୋତେ ଜଗତର ପିତା ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟି ଓଡ଼ିଶାରେ ଲୋକଙ୍କ ସେବା କରିବାର ସୌଭାଗ୍ୟ ମିଳିଛି। ଶ୍ରୀଜଗନ୍ନାଥ ଗରିବଙ୍କ ଦେବତା। ଏତିକି ମାଗିଛି, ଓଡ଼ିଶାରେ ଯେଉଁ ଗରିବ, ଶୋଷିତ, ନିଷ୍ପେସିତ ପରିବାର ଅଛନ୍ତି, […]

ଭୁବନେଶ୍ୱର ଠାରେ ଡାଲମିଆ ଗ୍ରୁପ ର ଇଲେକ୍ଟ୍ରି ଚଳିତ ଗାଡି ଉଦ୍ଧଘାଟନ କଲେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ନ୍ୟୁଜଗ୍ୟାଲେରି,ଭୁବନେଶ୍ୱର:ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲ ଠାରେ ଡାଲମିଆ କମ୍ପନୀ ଦ୍ବାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଏବଂ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଡାଲମିଆ କମ୍ପନୀର ଇଲେକ୍ଟ୍ରି ସ୍କୁଟ୍,ଇଲେକ୍ଟ୍ରି ଅଟୋ, ଇଲେକ୍ଟ୍ରି ବାଇକ ଏବଂ ଅନ୍ୟାନ୍ୟ ଗାଡିର ଶୁଭ ଉଦ୍ଧଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ […]

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ରେ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନ୍ୟୁଜଗ୍ୟାଲେରି,ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକାର ପାଇବେ। ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା […]

ମୁକୁଳା କୂଅ ଭିତରକୁ ମାଡିଗଲା ଟ୍ରାକ୍ଟର

ନ୍ୟୁଜଗ୍ୟାଲେରି,ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାମୁଣ୍ଡା ଗାଁରେ ଆଜି ଏକ ଅଭାବନୀୟ ଅଘଟଣ ଘଟିଛି। ଚାଷ ଜମିରେ ଟ୍ରାକ୍ଟର ସାହାଯ୍ୟରେ ଚାଷ କରୁଥିବା ବେଳେ ଅସାବଧାନତା ଯୋଗୁଁ ଖୋଲା କୂଅ ଭିତରକୁ ଟ୍ରାକ୍ଟର ମାଡ଼ିଯାଇଛି। ଏହି ଦୁର୍ଘଟଣା ଯୋଗୁଁ ଟ୍ରକ୍ଟର ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା (୩୦) ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଜାମୁଣ୍ଡା ଗ୍ରାମରେ ଓଡ଼କପା ଗାଁର ପୂର୍ଣ୍ଣଚନ୍ଦ୍ର ବେହେରା ଟ୍ରାକ୍ଟର ସାହାଯ୍ୟରେ ବିଲରେ ଚାଷ କରୁଥିଲେ। […]

ଦୁଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା,୨୦ ଯାତ୍ରୀ ଆହତ

ନ୍ୟୁଜଗ୍ୟାଲେରି, ବାଲେଶ୍ବର: ରାଜ୍ୟ ପରିବହନ ବିଭାଗର ଦୁର୍ଘଟଣା ରୋକିବା ଦିଗରେ ଉଦ୍ୟମ ସତ୍ତ୍ବେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳେ ବାଲେଶ୍ବର ତାମୁଳିଆ ରେଲୱେ ଓଭରବ୍ରିଜ ଉପରେ ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ଯାତ୍ରୀ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି। ସୂଚନା ଅନୁସାରେ, ଆଜି ବାଲେଶ୍ଵର ସହର ଉପକଣ୍ଠ ତାମୁଳିଆ ରେଲୱେ ଓଭରବ୍ରିଜ ଉପରେ ସକାଳ ପ୍ରାୟ ୯ଟା ସମୟରେ ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ […]

ଦିଗପହଣ୍ଡି ବସ ଦୁର୍ଘଟଣା : ୧୨ ମୁତକଙ୍କ ମଧ୍ୟରେ ୨ ଶିଶୁ ଓ ୪ ମହିଳା

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ମୌଳାଭଣଜା ଛକରେ ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସେହି ମୃତକମାନଙ୍କର ପରିଚୟ ମିଳିଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା, ୬ ପୁରୁଷ ଓ ଦୁଇ ଶିଶୁ ଥିବା ଜଣାଯାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକମାନେ ହେଲେ ଖଣ୍ଡଦେଉଳି ଗାଁର ଶିବାନୀ ପ୍ରଧାନ(୨୫), ସୀତାରାମ ପ୍ରଧାନ(୬୦), ସୁଜ୍ଞାନୀ କୁମାରୀ ପ୍ରଧାନ(୩୧), ରମେଶ ପ୍ରଧାନ(୬୨) ଓ ତ୍ରିପତି ପ୍ରଧାନ(୪୮), ଗଡ […]