ନ୍ୟୁଜ ଗ୍ୟାଲେରି,ଭୁବନେଶ୍ୱର: (ମନୋଜ ସିଂହ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଭୁବନେଶ୍ୱରରେ ମୂଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କେସିଙ୍ଗା ବ୍ଲକର ଗୁର୍ଜିମୁଣ୍ଡା ସ୍ଥିତ ପ୍ରସିଦ୍ଧ ମା’ ଯୋଗମାୟା ପୀଠର ଉନ୍ନତିକରଣ ସହ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ କମିଟୀର ସଦସ୍ୟମାନେ ଏକଦାବି ପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ମା ଙ୍କ ପ୍ରତିମୂର୍ତ୍ତି ଓ ମନ୍ଦିର ପରିସରରେ ରହିଥିବା ରୁଦ୍ରାକ୍ଷ ବୃକ୍ଷରୁ ଉତ୍ପାଦିତ ରୁଦ୍ରାକ୍ଷ ପ୍ରଦାନ କରାଯାଇଥିଲା । ଏକ ସୋନ୍ଦର୍ଯ୍ୟ ପରିବେଶରେ ଏହି ପୀଠ ରହିଥିବାବେଳେ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ଯାହାଫଳରେ ଏହାର ବିକାଶ ସେତେ ମାତ୍ରାରେ ହୋଇପାରିନାହିଁ । ଏହାର ଉନ୍ନତି କରଣ ହେଲେ ଅଞ୍ଚଳରେ ଆର୍ଥିକ ବିକାଶ ହେବା ସହିତ ଅନେକ ଲୋକ ରୋଜଗାରକ୍ଷମ ହୋଇପାରିବେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

