ନ୍ୟୁଜ ଗ୍ୟାଲେରି,ଭୁବନେଶ୍ୱର: (ମନୋଜ ସିଂହ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଭୁବନେଶ୍ୱରରେ ମୂଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କେସିଙ୍ଗା ବ୍ଲକର ଗୁର୍ଜିମୁଣ୍ଡା ସ୍ଥିତ ପ୍ରସିଦ୍ଧ ମା’ ଯୋଗମାୟା ପୀଠର ଉନ୍ନତିକରଣ ସହ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ କମିଟୀର ସଦସ୍ୟମାନେ ଏକଦାବି ପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ମା ଙ୍କ ପ୍ରତିମୂର୍ତ୍ତି ଓ ମନ୍ଦିର ପରିସରରେ ରହିଥିବା ରୁଦ୍ରାକ୍ଷ ବୃକ୍ଷରୁ ଉତ୍ପାଦିତ ରୁଦ୍ରାକ୍ଷ ପ୍ରଦାନ କରାଯାଇଥିଲା । ଏକ ସୋନ୍ଦର୍ଯ୍ୟ ପରିବେଶରେ ଏହି ପୀଠ ରହିଥିବାବେଳେ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ଯାହାଫଳରେ ଏହାର ବିକାଶ ସେତେ ମାତ୍ରାରେ ହୋଇପାରିନାହିଁ । ଏହାର ଉନ୍ନତି କରଣ ହେଲେ ଅଞ୍ଚଳରେ ଆର୍ଥିକ ବିକାଶ ହେବା ସହିତ ଅନେକ ଲୋକ ରୋଜଗାରକ୍ଷମ ହୋଇପାରିବେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

