ନ୍ୟୁଜ ଗ୍ୟାଲେରି,ଲାଞ୍ଜିଗଡ:(କୈଲାଶ ଚନ୍ଦ୍ର ସାହୁ)ଝିଅ ବାହା ହେଲା ପରେ ତା ନୂଆଁ ସଂସାରକୁ ନେଇଁ ଅନେକ ସ୍ବପ୍ନ ଦେଖି ଥାଏ ସ୍ୱାମୀ ସହିତ ସୁଖରେ ଘର ସଂସାର କରିବ। ଶାଡି ଶଙ୍ଖା, ସିନ୍ଦୁର ପିନ୍ଦି ଏକ ପତିବ୍ରତା ସ୍ତ୍ରୀର ମାନ୍ୟତା ପାଇବ ଆଗାମୀ ଦିନରେ ତା ନୂଆଁ ସଂସାରକୁ ନେଇଁ ଅନେକ ସୁନେଲି ସ୍ବପ୍ନ ଦେଖି ଥାଏ ନବବଧୂ ହେଲେ ଏହି ଯୌତୁକ ଜନିତ ରାକ୍ଷାସ ତାର ନୂଆଁ ସଂସାର ଭିତରକୁ ଆସି ଜଣେ ନବବଧୂ ସ୍ୱାମୀର ନିର୍ଯାତନାର ଶିକାର ହେବ ।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧୁଷିତ ଅଞ୍ଚଳ ଲାଞ୍ଜିଗଡ ବ୍ଲକରେ । ସୂଚନା ଅନୁସାରେ ଜୋଡାବନ୍ଦ ଗାଁର ଦୁଃଶାସନ ମାଝୀ ଙ୍କ ଝିଅ ରୁକ୍ମଣୀ ମାଝୀଙ୍କୁ ଗତ ୭,୫, ୨୦୨୩ ତାରିଖ ଦିନ ମୁନିଗୁଡା ବ୍ଲକ ଡେଣ୍ଡେରା ଗାଁ ର ପ୍ରଦୀପ କାଡ୍ରାକାକୁ ରୀତିନୀତି ଓ ପରମ୍ପରା ଅନୁଯାଇ ବିବାହ କରାଯାଇଥିଲା । ହେଲେ ବିବାହର କିଛି ଦିନ ନବ ଦମ୍ପତି ଖୁସିରେ ରହିଥିବା ବେଳେ ସତେ ଯେମିତି କାହାର ନଜର ଲାଗି ଯାଇଥିଲା । ସ୍ୱାମୀ ପ୍ରଦୀପ କାଡ୍ରାକା ରୁକ୍ମଣୀକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲା ।
ଏହାକୁ ନେଇଁ ଝିଅ ପରିବାର ଲୋକେ ଅନେକ ବୁଝା ସୁଝା ମଧ୍ୟ୍ୟ କରିଥିଲେ । ହେଲେ ସ୍ୱାମୀ ସ୍ତ୍ରୀଙ୍କ ଝଗଡା କମିବା ପରିବର୍ତ୍ତେ ବଡି ଆସୁଥିଲା । ପ୍ରତିଦିନ ପରି ଗତ କାଲି ରାତିରେ ସ୍ୱାମି ସ୍ତ୍ରୀ ଓ ପରିବାର ଲୋକଙ୍କ ମଧ୍ୟ୍ୟରେ ମନାନ୍ତର ଓ ମତାନ୍ତର ହୋଇଥିଲା । ରୁକ୍ମଣୀ ମାଝୀ ନିର୍ଯ୍ୟାତନା ସହି ନ ପାରି ବେକରେ ଶାଡି ବାନ୍ଧି ଆତ୍ମହତ୍ୟା କରିଥିବା ଜଣା ପଡିଛି । ଝିଅ ଘର ଲୋକେ ଖବର ପାଇ ଅମ୍ବାଦୋଳା ଥାନା ରେ ଲିଖିତ ଅଭିଯୋଗ କରି ଝିଅକୁ ନିର୍ଯାତନା ଦେଇ ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇଁ ପୋଲିସ ଶବ ଜବତ କରିବା ଶହ ତଦନ୍ତ କରୁଥିବା ଜଣା ପଡିଛି । ସ୍ୱାମୀ ପ୍ରଦୀପ କୁ ଅଟକ ରଖି ପଚରା ଉଚୁରା ଜାରି ରହିଥିବା ବେଲେ ଘଟଣା ସ୍ଥଳକୁ ସାଇଣ୍ଟିପିକ ଟିମ ଯାଇ ତଦନ୍ତ କରୁଛି ତଦନ୍ତ ପରେ ସବୁ ସତ୍ୟାସତ୍ୟ ସାମ୍ନାକୁ ଆସିବ ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

