Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ସୂଚନାଯୋଗ୍ୟ, ୩ ଜଣିଆ ସିବିଆଇ ଟିମ ଗତକାଲି ସୋର ସ୍ଥିତ ଅମୀରଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲେ। ତାଙ୍କ ପତ୍ନୀ ଘରେ ନଥିବାରୁ ସିବିଆଇ ଅପେକ୍ଷା କରି କରି ଗତକାଲି ସନ୍ଧ୍ୟାରେ ଘର ସିଲ କରିଥିଲା। ଟିମ୍ ସିଲ ପରେ ଫେରି ଆସିଥିଲା। ସୋର ଥାନାର ଦୁଇଜଣ ପୁଲିସ କର୍ମଚାରୀ ଘର ଜଗିଥିଲେ। ଯାହା ଜଣାପଡ଼ିଛି ଖାନଙ୍କ ପତ୍ନୀ ପଶ୍ଚିମବଙ୍ଗସ୍ଥିତ ନିଜ ଘରକୁ ଯାଇଛନ୍ତି। ଚଳିତମାସ ୨ ତାରିଖରେ ଘଟିଥିବା ଏହି ମର୍ମନ୍ତୁଦ ଘଟଣାର ତଦନ୍ତ ଭାର ନେବାପରଠୁ ସିବିଆଇ ଏହା ପଛର କାରଣ ଖୋଜୁଛି। ଏଯାଏ ଷ୍ଟେସନ୍ ମ୍ୟାନେଜରଙ୍କ ସହ ୧୨ ଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏକାଧିକ ଥର ପଚରାଉଚରା କରିବା ସହ ବୟାନ୍ ରେକର୍ଡ କରିଛନ୍ତି ତଦନ୍ତକାରୀ ଟିମ୍। ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟିଜନିତ; ତାହା ଜାଣିବା ପାଇଁ ବୈଷୟିକ ଅଧିକାରୀଙ୍କ ସହାୟତା ବି ଲୋଡ଼ାଯାଇଛି। ଷ୍ଟେସନ୍ର ପ୍ୟାନେଲ୍ ବୋର୍ଡ, ରିଲେ ରୁମ୍ ଓ ସିଗ୍ନାଲ୍ ରୁମ୍ ସିଲ୍ ହୋଇଥିବା ବେଳେ କିଛି ଯାନ୍ତ୍ରିକ ଉପକରଣ ମଧ୍ୟ ଜବତ ହୋଇଛି।
ଅନ୍ୟପକ୍ଷରେ, ଏହି ଦୁର୍ଘଟଣାକୁ ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ଉକ୍ତ ରୁଟ୍ରେ ଟ୍ରେନ୍ ଚଳାଚଳ ସଂପୂର୍ଣ୍ଣ ସ୍ବାଭାବିକ ହୋଇପାରିନି। ହାତଗଣତି ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଥିବା ବେଳେ ଅନେକ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ ଅଛି। ସେହିପରି, କିଛି ଟ୍ରେନ୍ର ଗତିପଥକୁ ବଦଳାଯାଇଛି। ଅନ୍ୟପଟେ ଦୁଇଟି ପାସେଞ୍ଜରକୁ ଛାଡ଼ିଦେଲେ ବାକି ସବୁ ପାସେଞ୍ଜର ବନ୍ଦ ରହିଛି।
Editor, News Gallery Mob: 9439506580 Email: newsgallery.in@gmail.com
