ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ପାଳନ ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, କଳାହାଣ୍ଡି ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଅଧିକାରୀ ଡା ହେମନ୍ତ କୁମାର ପ୍ରଧାନ ପତାକା ଦେଖାଇ ଉଦ୍ଧଘାଟନ କରିଥିଲେ । ଉକ୍ତ ଶୋଭାଯାତ୍ରାରେ ମହାବିଦ୍ୟାଳୟର ଛାତ୍ର, ଅଗ୍ରଣୀ ଚାଷୀ, ପଶୁ ପାଳନ ଉଦ୍ୟୋଗି , ପ୍ରାଣୀ ସମ୍ପଦ ବିଭାଗର କର୍ମଚାରୀ ଅଂଶ ଗ୍ରହଣ କରି ଶୋଭାଯାତ୍ରା ସିଡିଭିଓ ଅଫିସ ଠାରୁ ବାହାରି ସହର ପରିକ୍ରମା କରି ଭବାନୀପାଟଣା ସହର ସ୍ଥିତଏକ ହୋଟେଲର ସଭାଗୃହରେ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ କୃଷି ବିଭାଗ ସିଧା ସଳଖ ପ୍ରସାରଣ ହୋରିଥିଲା । ଉକ୍ତ ପ୍ରସାରଣରେ ବିଶ୍ଵ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ପ୍ରାଣୀ ସମ୍ପଦ ବିଭାଗ, ଓଡିଶା ବିଭାଗୀୟ ପ୍ରମୁଖ ସଚିବ ସୁରେଶ ବସିଷ୍ଠ ଏବଂ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ତାଙ୍କ ଅଭିଭାଷଣ ରଖିଥିଲେ । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଉକ୍ତ ଉତ୍ସବରେ ଡା ହେମନ୍ତ କୁମାର ପ୍ରଧାନ ସଭାପତିତ୍ଵ କରିଥିଲେ ଏବଂ ଡା ଧର୍ମାନନ୍ଦ ମହାନ୍ତି, ଉପନିର୍ଦ୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ଦୟା ସାଗର ଦୁରିଆ, ଡି ଆଇ ପି ଆର୍ ଓ ମନୋଜ ବେହେରା,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ,ଡ଼ଃ କମଳ ଲୋଚନ ଦାସ ଓ ଅଶୋକ ଚନ୍ଦ୍ର ପଣ୍ଡା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ପ୍ରଭାତ କୁମାର ପରିଡା, ଡ଼ଃ ସୋମ୍ୟ ରଞ୍ଜନ ଦାସ, ଡ଼ଃ ପ୍ରିୟମ୍ବଦା ହୋତା ଓ ଡା ଜୋସନା ରାଣୀ ସିଂ ଏବଂ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହିଥିଲେ । ଶୋଭାଯାତ୍ରା ଏବଂ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା ଜିଲ୍ଲା ତାଲିମ ସଂଯୋଜନା ଡ଼ଃ କେଦାରନାଥ ଖମାରି କରିଥିଲେ । କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାରେ ୩୦ ଜଣ ଅଗ୍ରଣୀ ସ୍ଵୟଂ ସାହାହକ ଗୋଷ୍ଠୀ ମହିଳା ଏବଂ ୫୦ ଗୋଟି ଚାଷୀ ଏବଂ ଉଦ୍ୟୋଗୀ ଉପସ୍ଥିତ ରହିଥିଲେ ।
Latest entries
ଜିଲ୍ଲା ଖବରNovember 5, 2025ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଜିଲ୍ଲା ଖବରNovember 4, 2025ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି
ଜିଲ୍ଲା ଖବରNovember 4, 2025୬୧ତମ ଜନ୍ମବର୍ଷିକୀ ମହୋତ୍ସବ ”ମହାବୀର ମହୋତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରNovember 3, 2025ଆସନ୍ତା ୧୯ରେ ମାଣିକେଶ୍ବରୀ ମହୋତ୍ସବ ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

