ଝାରସୁଗୁଡ଼ା : ଗତ ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ହୋଇଥିବା ହିଂସା ପ୍ରସଙ୍ଗକୁ ନେଇ ଶୁକ୍ରବାର ପୁଣିଥରେ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି। ସଂଖ୍ୟାଗୁରୁ ସମ୍ପ୍ରଦାୟକୁ ଅପମାନିତ କରିବାକୁ ବିଜେଡି ଯୋଜନା କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାରେ ଆଇନ୍ ତା ବାଟରେ ଯାଉନି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ପୂଜାରୀ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଜୁଏଲ୍ ଓରାମ, ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।ହନୁମାନ ଜୟନ୍ତୀ ରାଲି ବେଳେ ହୋଇଥିବା ହିଂସାର ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ ପାଇଁ ସମ୍ବଲପୁର ଯାଉଥିବା ସାଂସଦ ଶ୍ରୀ ପୂଜାରୀଙ୍କ ସମେତ ୩ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବଲପୁର ପୁଲିସ୍ ଠେଲକୋଲୋଇ ଥାନା ଶ୍ରୀପୁରା ଛକରେ ଅଟକାଇଥିଲା। କେବଳ ସେତିକି ନୁହେଁ ବରଂ ଉକ୍ତ ଦିନ ଏହି ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ରାତି ୮ଟା ଯାଏ ପୁଲିସ ଅଟକ ବି ରଖିଥିବା ଅଭିଯୋଗ ହୋଇଛି। କର୍ଫ୍ୟୁ କୋହଳ ସମୟରେ ବିନା କୌଣସି ଆଦେଶନାମାରେ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଅଟକ ରଖି ବିଶେଷ ଅଧିକାରକୁ ଭଙ୍ଗ କରାଯାଇଥିଲା। ଏହି ପ୍ରସଙ୍ଗରେ ଗତ ୨୫ ତାରିଖ ଦିନ ବ୍ୟକ୍ତିଗତ ଭାବେ ଶ୍ରୀ ପୂଜାରୀ ଏବଂ ୨୭ ତାରିଖ ଦିନ ମିଳିତ ଭାବେ ୩ ସାଂସଦ ସ୍ୱାଧିକାର ଭଙ୍ଗ ହୋଇଥିବା ଦର୍ଶାଇ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ଜିଲ୍ଲା ଏସ୍ପି ବି. ଗଙ୍ଗାଧର ତଥା ଅନ୍ୟ ଜିଲ୍ଲା ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ବୋଲି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

