କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ିଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ବୁଦ୍ଧ, ଭୀମ ଭୋଇ ଓ ବାବାସାହେବ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି।ସାର ବିଶ୍ଵରେ ପରମ କରୁଣୀକ ତାଥଗତ ବୁଦ୍ଧ, କ୍ରାନ୍ତିକବି ଭୀମ ଭୋଇଙ୍କ ବିଚାରଧାରା ସାରା ବିଶ୍ଵ କୁ ଶାନ୍ତି, ସଂହତି, ସହାବସ୍ଥାନ ଓ ମାନବବାଦର ବାର୍ତ୍ତା ଦିଏ ବିଶ୍ୱରତ୍ନ ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକର ଙ୍କ ନୀତି ଓ ନିର୍ଦ୍ଦେଶ ଆମ ଅଧିକାର ର ସୁରକ୍ଷା କୁ ସୁନିଶ୍ଚିତ କରିଥାଏ ଆଗାମୀ ଦିନରେ ବୁଦ୍ଧ ଓ ଭୀମ ଭୋଇ ଙ୍କ ଏ ଅନନ୍ୟ ବିଚାର୍ଦ୍ଧାର ସାମାଜିକ କ୍ରାନ୍ତି ଆଣିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ସଭା ପ୍ରାରମ୍ଭରେ ଏକ ବିଶାଳ ଶୋଭାଯାତ୍ରା ପାଷ୍ଟିକୁଡ଼ି ସହର ପରିକ୍ରମା କରିଥିଲା ! ଏଥିରେ ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ୍ବ ପୁରୁଷ ମହିଳା ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ! ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ପଞ୍ଚାୟତ ଆନୁକୂଲ୍ୟରେ ଆୟୋଜିତ ସମାରୋହରେ ଅତିଥି ଭାବେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମକର୍ତ୍ତା ଧନଞ୍ଜୟ ଦୀପ, ଯତୀନ୍ଦ୍ର କର, ଛବିଲାଲ ନିଆଲ, ବିଜୟରାଜ ଶିଖା, ଓଡ଼ିଶା ଭୀମ ଆର୍ମୀ ରାଜ୍ୟ ସଂଯୋଜିକା ମମତା ବୌଦ୍ଧ, କଳିଙ୍ଗମିତ୍ର ଟ୍ରଷ୍ଟର ଧମ୍ମଚାରି ଧମ୍ମସେନ, ଧମ୍ମମିତ୍ର ସଂକେତ, ଅଲେଖ ମହିମା ଧର୍ମର ଭକ୍ତ ମକରଧ୍ବଜ ତାଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ !
ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ପାଷ୍ଟିକୁଡ଼ିର ସଭାପତି ଅଭିମନ୍ୟୁ ବିଶିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏଇ ଜିଲ୍ଲାସ୍ତରୀୟ ସମାରୋହକୁ ଜୟପ୍ରକାଶ ଜାଲ ସଭା ପରିଚାଳନା କରିଥିବାବେଳେ ଭାଗ୍ୟବନ୍ତ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ! ଏହି ଅବସରରେ ଫେଡେରେସନର ବ୍ଲକ ସଭାପତି ଲୋକନାଥ ନାଗ, ରଘୁନାଥ ଦୀପ, ଆଇନଜୀବୀ କୃଷ୍ଣ ନାଗ, ଗୋପାଳ ନାଏକ, ଜଗନ୍ନାଥ ସୁନା, ବଲଦେବ ହରପାଲ, ଟିକେମନ ଦୀପ, ମହମ୍ମଦ ଆଗାଜାନ, କେଶବ ମେହେର, ମହେନ୍ଦ୍ର ଧଙ୍ଗଡାମାଝୀ, ପ୍ରମୁଖ ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

