କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମେଲକୁନ୍ଦେଲ ରାସ୍ତା ଉପରେ କାଳବୈଶାଖୀ ତାଣ୍ଡବ ଅଦିନିଆ ବର୍ଷାରେ ରାସ୍ତା ଉପରେ ଧସୁଛି ମାଟି ଅତଡା।ବର୍ତ୍ତମାନ ଯଦି ଏଭଳି ସ୍ଥିତି ତାହା ହେଲେ ଆଗକୁ ବର୍ଷା ଋତୁ ଏଭଳି ମାଟି ଅତଡା ଧସିଲେ ଗମନାଗମନରେ ବାଧା ଉପୁଜିବାର ଆଶଙ୍କା ରହିଛି।ଗମନାଗମନର ସୁବ୍ୟବସ୍ଥା ପାଇଁ ସ୍ବାଧିନତାର ସାତ ଦଶନ୍ଧି ଲାଗିଥିଲା ଏଥିପାଇଁ ଅଞ୍ଚଳବାସୀଙ୍କୁ ନେତାଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନଙ୍କ ପାଖରେ ବର୍ଷ ବର୍ଷ ଧରି ଗୁହାରି କରିବାକୁ ପଡିଥିଲା।
ଏହି ସମସ୍ୟା ହେଉଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତ ଅଧିନ ଥୁଆମୂଳ ରାମପୁର-ମେଲକୁନ୍ଦେଲ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତାର। ନୂଆପଡା, ପୋଇଗୁଡା,ଟିକ୍ରାଗୁଡା,ବଡ ବଣ୍ଡେଲ,ପିଣ୍ଡାପଦର ଏବଂ ମେଲକୁନ୍ଦେଲ ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତା ହିଁ ଅଞ୍ଚଳ ବାସୀଙ୍କ ପାଇଁ ଗମନାଗମନର ଏକମାତ୍ର ସାଧନ।୨୦୧୭ ମସିହାରେ ଆରମ୍ଭ ହୋଇଥିବା ରାସ୍ତା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨ ବର୍ଷ ଲାଗିଥିଲା।ହେଲେ ରାସ୍ତା ନିର୍ମାଣର ପ୍ରାୟ ୫ ବର୍ଷ ହେବ।ପୋଇଗୁଡା ଏବଂ ଟିକ୍ରାଗୁଡା ଘାଟି ରାସ୍ତା ଉପରେ ଅଦିନିଆ କାଳବୈଶାଖୀର ବର୍ଷାରେ ଘାଟି ରାସ୍ତାର ଉଭୟ ପାର୍ଶ୍ଵର ମାଟି ଅତଡା ଧସି ରାସ୍ତା ଉପରକୁ ଆସି ଜମା ହେଉଥିବା ଦେଖିବାକୁ ମିଳିଛି।ଅଦିନିଆ ବର୍ଷାରେ ଯଦି ଏଭଳି ସମସ୍ୟା ସୃଷ୍ଟି ହେଉଛି ତେବେ ଆଗକୁ ଏହି ରାସ୍ତାରେ ଗମନାଗମନ ପାଇଁ ନାନା ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହିବ ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି।
ଅନ୍ୟ ପଟରେ ଏହି ରାସ୍ତା ଆଜିବି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ରାସ୍ତା ପାଇଁ ସରକାରୀ ଜାଗା ମିଳି ପାରୁନଥିବାରୁ ଥୁଆମୂଳ ରାମପୁର ତହସିଲ କାର୍ଯ୍ୟାଳୟ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ମଧରେ ପ୍ରାୟ ୨୦୦ ମିଟରର ରାସ୍ତା ନିର୍ମାଣ ବନ୍ଦ ହୋଇ ପଡିରହିଛି।ଯେଉଁଥି ପାଇଁ ଆଦର୍ଶ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଏସବୁ ଗ୍ରାମବାସୀ ମାନଙ୍କ ପାଇଁ ଅସୁବିଧା ହେଉଥିବା ବେଳେ ବର୍ଷା ଦିନେ ସ୍ଥିତି ଅଧିକ ସାଂଘାତିକ ହୋଇଥାଏ।ପ୍ରଶାସନ ଏସବୁ ସମସ୍ୟାର ତୁରନ୍ତ ସମାଧାନ କରନ୍ତୁ ବୋଲି ସାଧାରଣରେ ଅଭିଯୋଗ ହୋଇଛି।
Latest entries
ଜିଲ୍ଲା ଖବରNovember 5, 2025ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଜିଲ୍ଲା ଖବରNovember 4, 2025ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି
ଜିଲ୍ଲା ଖବରNovember 4, 2025୬୧ତମ ଜନ୍ମବର୍ଷିକୀ ମହୋତ୍ସବ ”ମହାବୀର ମହୋତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରNovember 3, 2025ଆସନ୍ତା ୧୯ରେ ମାଣିକେଶ୍ବରୀ ମହୋତ୍ସବ ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

