କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଜେ.ଏମ୍.ଏଫ୍.ସି କୋର୍ଟର ପ୍ରଥମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ଥୁଆମୂଳ ରାମପୁର ବାର୍ ଏସୋସିଏସନ୍ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋର୍ଟ ର ବିଚାରପତି ସୋମେଶ ସୌମ୍ୟଜିତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଥୁଆମୂଳରାମପୁର ବାର୍ ଏସୋସିଏସନ୍ ର ସଭାପତି ଆଇନଜୀବୀ ସୁଶୀଲ କୁମାର ରାଉତ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାର୍ ଏସୋସିଏସନ୍ ର ସମ୍ପାଦକ ଆଇନଜୀବୀ ଲୋକନାଥ ନାଏକ, ଉପସଭାପତି ଆଇନଜୀବୀ ମନରଞ୍ଜନ ନାଏକ,ଆଇନଜୀବୀ ପଲ୍ଲବୀ ମୁଣ୍ଡଛିନା,ପ୍ରିୟଙ୍କା ମାଝୀ ଏବଂ ଆଇନଜୀବୀ ନବକିଶୋର ବେହେରା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀଙ୍କ ସମେତ କୋର୍ଟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

