କଳାହାଣ୍ଡି:ଭବାନୀପାଟଣା,ଆଦିବାସୀ ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘ ସମେତ ଅନ୍ୟାନ୍ୟ ଆଦିବାସୀ ସଂଘ ରାଜ୍ୟସରକାରଙ୍କୁ କଳାହାଣ୍ଡି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନାମ କୁ ପରିବର୍ତ୍ତନ କରିବା ପାଇଁ ଦାବି କରିଆସୁଥିଲେ।ଉକ୍ତ ଦାବିକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରି ମହାନ ଆଦିବାସୀ ନେତା ତଥା ସହିଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରିଥିବା ଘୋଷଣାପରେ ଜିଲ୍ଲାର ଆଦିବାସୀ ଓ ଅନ୍ୟାନ୍ୟ ସଂଗଠନ ମହଲରେ ଖୁସିର ଲହରୀ ଖେଳି ଯାଇଛି।
ଏହି ସଫଳତା ପାଇଁ ଆଜି ସ୍ଥାନୀୟ ହୋଟେଲ ଭାଗିରଥୀ ଇନ୍ ସଭାଗୃହରେ କଳାହାଣ୍ଡି ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟସରକାର ସହିଦ ରେଣ୍ଡୋ ମାଝୀଙ୍କ ପ୍ରତି ଏତେ ବଡ଼ ସମ୍ମାନ ଦେଇଛନ୍ତିବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ପ୍ରକାଶ ମାଝୀ, ଉପସଭାପତି ଭୁବନେଶ୍ୱର ମାଝୀ,ସାଧାରଣ ସମ୍ପାଦକ ଋତୁରାଜ ମାଝୀ, ସଂଗଠନ ସଂପାଦକ ଲକ୍ଷଣ ଭୋଇ, ଆଦିସ୍କନ୍ଦ ସଭାପତି ରାଜେନ୍ଦ୍ର ଭୋଇ, ପୂର୍ବତନ ବିଧାୟକ କୁମରମଣୀ ଶବର,ରମେଶ ମାଝୀ, ନବ କିଶୋର ମାଝୀ,ଜିଲ୍ଲା ସହ ସମ୍ପାଦକ ସାଗର ମାଝୀ, କୋଷାଧ୍ୟକ୍ଷ ଉଦ୍ଧବ ପାତ୍ର, ଦେବରାଜ ମାଝୀ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

