ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନର ସହଯୋଗରେ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦ୍ଧଘାଟନ ହୋଇଯାଇଅଛି ।
କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ହୋଇଥିବା ଏହି ଉଦ୍ଧଘାଟନୀ ଉତ୍ସବରେମୁଖ୍ୟ ଅତିଥି ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଉପସ୍ଥିତ ରହିଥିଲେ । ସଂଘର ସମ୍ପାଦକ ସନ୍ଦୀପ ମିଶ୍ର, ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଖେଳାଳୀ ଶ୍ୟାମା ପ୍ରସାଦ ବାବୁ, ସିଓସି ଅଧ୍ୟକ୍ଷ ମନୋରଞ୍ଜନ ଦାସ, ଉପସଭାପତି ଅରୁଣ ରଥ ମଞ୍ଚରେ ଉପସ୍ଥିତ ରହିଥିବାବେଳେ କୋଷାଧ୍ୟକ୍ଷ୍ୟ ସରୋଜ ମହାରଣା ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାପାଳଙ୍କୁ ସ୍ୱାଗତ ଆଇ ଟି ସି ର ଅଧ୍ୟକ୍ଷା ପ୍ରୀତି ପଟ୍ଟନାୟକ ଉପଢୌକନ ଦେଇ ସମ୍ମାନିତ କରିଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ ସଭାପତି ପ୍ରଦୀପ ଦାସ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସଂଘ ତରଫରୁ ମା ମାଣିକେଶ୍ବରୀଙ୍କ ଏକ ଫୋଟଚିତ୍ର ମାନନୀୟI ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲ।
ସଭାପତି ପ୍ରଦୀପ ଦାସ ସ୍ୱାଗତ ଭାଷଣ ରଖିଥିଲେ ଏବଂ ଆଗାମୀ ମାସ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାପାଳଙ୍କୁ ଆବାହକ ରହିବାକୁ ପ୍ରସ୍ତାବ ଦେଇଥିଲେ । ସମ୍ପାଦକ ମିଶ୍ର ସଂଘ ତରଫରୁ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ । ଜିଲ୍ଲାପାଳ କର୍ମକର୍ତ୍ତା ତଥା ଖେଳାଳୀମାନଙ୍କୁ ଉତ୍ସIହିତ କରିବା ସାଙ୍ଗେ କୋଚ କମିଟିର କର୍ମକର୍ତ୍ତା ଏବଂ କୁନି ଖେଳାଳିମାନଙ୍କ ସମସ୍ତ କାର୍ଯ୍ୟକ୍ରମରେ ପ୍ରଶାସନ ତରଫରୁ ସମୁର୍ଣ୍ଣ ସହଯୋଗ ରହିବ ବୋଲି ବକ୍ତବ୍ୟ ରଖିଥିଲେ । ପରିଶେଷରେ ସଂଘର ବରିଷ୍ଠ ଉପସଭାପତି ସମୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଜିଲ୍ଲାପାଳ 3 ଦିନ ଧରି ହେବାକୁଥିବା ପ୍ରତିଯୋଗିତାକୁ ଉଦ୍ଧଘାଟନ କରିଥିଲେ ।
Latest entries
ଜିଲ୍ଲା ଖବରJanuary 17, 2026ସଂସ୍କୃତିର ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା

