ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନର ସହଯୋଗରେ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦ୍ଧଘାଟନ ହୋଇଯାଇଅଛି ।
କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ହୋଇଥିବା ଏହି ଉଦ୍ଧଘାଟନୀ ଉତ୍ସବରେମୁଖ୍ୟ ଅତିଥି ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଉପସ୍ଥିତ ରହିଥିଲେ । ସଂଘର ସମ୍ପାଦକ ସନ୍ଦୀପ ମିଶ୍ର, ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଖେଳାଳୀ ଶ୍ୟାମା ପ୍ରସାଦ ବାବୁ, ସିଓସି ଅଧ୍ୟକ୍ଷ ମନୋରଞ୍ଜନ ଦାସ, ଉପସଭାପତି ଅରୁଣ ରଥ ମଞ୍ଚରେ ଉପସ୍ଥିତ ରହିଥିବାବେଳେ କୋଷାଧ୍ୟକ୍ଷ୍ୟ ସରୋଜ ମହାରଣା ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାପାଳଙ୍କୁ ସ୍ୱାଗତ ଆଇ ଟି ସି ର ଅଧ୍ୟକ୍ଷା ପ୍ରୀତି ପଟ୍ଟନାୟକ ଉପଢୌକନ ଦେଇ ସମ୍ମାନିତ କରିଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ ସଭାପତି ପ୍ରଦୀପ ଦାସ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସଂଘ ତରଫରୁ ମା ମାଣିକେଶ୍ବରୀଙ୍କ ଏକ ଫୋଟଚିତ୍ର ମାନନୀୟI ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲ।
ସଭାପତି ପ୍ରଦୀପ ଦାସ ସ୍ୱାଗତ ଭାଷଣ ରଖିଥିଲେ ଏବଂ ଆଗାମୀ ମାସ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାପାଳଙ୍କୁ ଆବାହକ ରହିବାକୁ ପ୍ରସ୍ତାବ ଦେଇଥିଲେ । ସମ୍ପାଦକ ମିଶ୍ର ସଂଘ ତରଫରୁ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ । ଜିଲ୍ଲାପାଳ କର୍ମକର୍ତ୍ତା ତଥା ଖେଳାଳୀମାନଙ୍କୁ ଉତ୍ସIହିତ କରିବା ସାଙ୍ଗେ କୋଚ କମିଟିର କର୍ମକର୍ତ୍ତା ଏବଂ କୁନି ଖେଳାଳିମାନଙ୍କ ସମସ୍ତ କାର୍ଯ୍ୟକ୍ରମରେ ପ୍ରଶାସନ ତରଫରୁ ସମୁର୍ଣ୍ଣ ସହଯୋଗ ରହିବ ବୋଲି ବକ୍ତବ୍ୟ ରଖିଥିଲେ । ପରିଶେଷରେ ସଂଘର ବରିଷ୍ଠ ଉପସଭାପତି ସମୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଜିଲ୍ଲାପାଳ 3 ଦିନ ଧରି ହେବାକୁଥିବା ପ୍ରତିଯୋଗିତାକୁ ଉଦ୍ଧଘାଟନ କରିଥିଲେ ।
Latest entries
ଜିଲ୍ଲା ଖବରFebruary 25, 2026ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା
ଜିଲ୍ଲା ଖବରFebruary 24, 2026ଅବକାରୀ ବିଭାଗ ଚଢ଼ାଉ ନକଲି ବିଦେଶୀ ମଦ ଜବତ
ଜିଲ୍ଲା ଖବରFebruary 21, 2026ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରFebruary 17, 2026ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

