ବାଲ୍ୟ ବିବାହ ବିରୋଧ ଓ ବେଟି ବଚାଓ ବେଟି ପଢ଼ାଓ ବୈଠକ ଅନୁଷ୍ଠିତ

0 minutes, 0 seconds Read

ନ୍ୟୁଜଗ୍ୟାଲେରି,ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅବସରରେ ବାଲ୍ୟ ବିବାହ ବିରୋଧ ଓ ବେଟି ବଚାଓ ବେଟି ପଢ଼ାଓ ର ଟାସ୍କ ଫୋର୍ସ ବୈଠକ ଆୟୋଜନ କରାଯାଇଥିଲା। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ୍,ଉପ ଜିଲ୍ଲାପାଳ ଡ. ବିଶ୍ୱଜିତ୍ ଦାସ, ସି ଡି ଏମ ଓ, ଡି ଇ ଓ,ଡି ପି ଏମ (ଏନ୍ ଏଚ୍ ଏମ), ଡି ଏସ ପି, ସି ଡବ୍ଲୁ ସି ଅଧ୍ୟକ୍ଷ, ଡି ଏସ ଡବ୍ଲୁ ଓ,ଡି ଡବ୍ଲୁ ଓ,ଡି ଏସ ଓ , ଡି ଆଇ ପି ଆର୍ ଓ, ଡି ପି ଓ,ଯୁବ ସଂଯୋଜକ ନେହେରୁ ଯୁବ କେନ୍ଦ୍ର,ସହକାରୀ ଶ୍ରମ ଅଧିକାରୀ , ବିଭିନ୍ନ ଏନ୍ ଜୀ ଓ ର କର୍ମକର୍ତ୍ତା, ଚାଇଲ୍ଡ ଲାଇନ ର ସଦସ୍ୟା, ଡି ସି ପି ଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ଡି ସି ପି ଓ ସ୍ୟେଲେନ୍ଦୁ ଶେଖର ମହାପାତ୍ର ସ୍ବାଗତ କରିବା ସହ ପୂର୍ବ ବୈଠକ ର କାର୍ଯ୍ୟଧାରା ଉପରେ ବିବରଣୀ ପାଠ କରିଥିଲେ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାଲ୍ୟ ବିବାହ କୁ ସମ୍ପୂର୍ଣ୍ଣ ଲୋପ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଏହି ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଗ୍ରାମ୍ୟ ତଥା ବ୍ଲକ୍ ସ୍ତରରେ ବାଲ୍ୟ ବିବାହ କୁ ନିରୁତ୍ସାହିତ କରିବାପାଇଁ ସଚେତନତା କାର୍ଯ୍ୟକ୍ରମ, ପ୍ରତ୍ୟେକ ଗ୍ରାମର ୧୫ ରୁ ୧୮ ବର୍ଷ ବୟସ୍କ ବାଳକ ବାଳିକା ମାନଙ୍କ ତଥ୍ୟ ସଂଗ୍ରହ,ସେମାନଙ୍କ ବର୍ତ୍ତମାନ ସ୍ଥିତି ଓ ଶିକ୍ଷା ଅନୁଧ୍ୟାନ କରିବା ପାଇଁ ଅଙ୍ଗନୱାଡ଼ି କର୍ମୀ,ସି ଡି ପି ଓ,ଆଈ ସି ଡି ଏସ ସୁପରଭାଇଜର , ବି ଇ ଓ ମାନେ ମିଳିତ ଉଦ୍ୟମ କରି ବ୍ଲକ୍ ସ୍ତରରେ ତଥ୍ୟ ରଖିବେ।ବିଭିନ୍ନ ଧାର୍ମିକ ସ୍ଥଳ ,ମନ୍ଦିର ପୁରୋହିତ,କଲ୍ୟାଣ ମଣ୍ଡପ,ବିବାହ କାର୍ଡ ପ୍ରିଣ୍ଟ ପ୍ରେସ, ଟେଣ୍ଟ ହାଉସ, ଡି ଜେ ସଂଘ୍ ମାନଙ୍କୁ ପ୍ରଶାସନ ତରଫରୁ ବାଲ୍ୟ ବିବାହ କୁ ନିରୁତ୍ସାହିତ କରିବାପାଇଁ କୌଣସି ବାଲ୍ୟ ବିବାହ ରେ ସାମିଲ ନ ହେବା ପାଇଁ ବିଭିନ୍ନ ଦଣ୍ଡ ବିଧାନ ଆଇନ ସମ୍ମିଳିତ ସ୍ବତନ୍ତ୍ର ପତ୍ର ପ୍ରେରଣ କରାଯିବ । ଏତଦବ୍ୟତୀତ ଗ୍ରାମ୍ୟ ସ୍ତରୀୟ ଓ ପଞ୍ଚାୟତ ଟାସ୍କଫୋର୍ସ ,ବ୍ଲକ୍ ଟାସ୍କଫୋର୍ସ କୁ ସୁଦୃଢ କରିବା ପାଇଁ ନିଷ୍ପତି ନିଆଗଲା। ପରବର୍ତ୍ତୀ ପର୍ଯ୍ୟାୟରେ “ବେଟି ବଚାଓ ବେଟି ପଢାଓ ” ଯୋଜନାର କାର୍ଯ୍ୟପନ୍ଥା ତଥା ଆଗାମୀ ଦିନରେ ମାନଙ୍କରେ ଏହାର ସଫଳ ନିୟୋଜନ କିପରି ଭାବରେ କରାଯାଇପାରିବ ତା ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ଗ୍ରାମରେ ସଦ୍ୟ ଜନ୍ମ ଗ୍ରହଣ କରିଥିବା ଜଣେ ଶିଶୁ କନ୍ୟା ପାଇଁ ସ୍ବାଗତ ଉତ୍ସବ , ମେଧାବୀ ଛାତ୍ରୀଙ୍କୁ ପ୍ରୋତ୍ସାହନ, ବିଜ୍ଞାନ,କଳା, କ୍ରୀଡା,ସଂସ୍କୃତି, ମେଡିକାଲ ଓ ଇଞ୍ଜିନିୟରିଂ ରେ ଜିଲ୍ଲାରେ ଶ୍ରେଷ୍ଠତା ପାଇଁ ଝିଅଙ୍କୁ ସ୍ବତନ୍ତ୍ର ପୁରସ୍କାର ଏଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts