ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଲେଖକ କଳା ପରିଷଦ ସଭା ଗୃହରେ ସଂସ୍କାର ଭାରତୀ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଆଷାଢ଼ ପୂର୍ଣ୍ଣିମା ଉପଲକ୍ଷେ ଗୁରୁ ପୂଜନ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ତିଲକ୍ ରାମ୍ ନିଆଲ ସଭାପତିତ୍ୱ କରିଥିବା ବେଳେ ମହାମନ୍ତ୍ରୀ ଗୋପାଳ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଗୁରୁ ପୂଜନ ପବିତ୍ରତା ର ମହାର୍ଘ୍ୟ ରେ ବିଶିଷ୍ଟ ତବଲା ବାଦକ ଗୁରୁ ଚିତ୍ତରଞ୍ଜନ ପଣ୍ଡା ଏବଂ ବିଶିଷ୍ଟ ଲୋକନୃତ୍ୟ ଗୁରୁ ପ୍ରଦୀପ କୁମାର ସିଂ ମହୋଦୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ତଥା ନିମନ୍ତ୍ରିତ କବିଙ୍କ ଦ୍ଵାରା ଗୁରୁ ପୂର୍ଣ୍ଣିମା ସମ୍ବନ୍ଧୀୟ କବିତା ପାଠ ଆୟୋଜିତ ହୋଇଥିଲା। କଣ୍ଠଶିଳ୍ପୀ ସସ୍ମିତା ରଥ, ରୋଜାଲିନ ତ୍ରିପାଠୀ, ବୈଷ୍ଣବୀ ପଲ୍ଲବ ଓ ସସ୍ମିତା ମହାନ୍ତି ଦୀପ ମନ୍ତ୍ର ଏବଂ ସଂସ୍କାର ଭାରତୀ ଧ୍ୟେୟ ଗୀତ ଗାୟନ କରିଥିବାବେଳେ କବି ପ୍ରତାପ ଚନ୍ଦ୍ର ପଣ୍ଡା ଓ ନାଟ୍ୟକାର ସୌରଭ ମହାପାତ୍ର ମାନପତ୍ର ପାଠ କରିଥିଲେ।ବିଧିବତ୍ତ ଭାବରେ ଗୁରୁ ପୂଜନ ପରେ ବହୁଭାଷୀ କବିତା ଆସର ସମାପନ ହୋଇଥିଲା। ମହାମନ୍ତ୍ରୀ ଗୋପାଳ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ ଏବଂ ପ୍ରତାପ ଚନ୍ଦ୍ର ପଣ୍ଡା ଶାନ୍ତି ପାଠ ସହ କାର୍ଯ୍ୟକ୍ରମ କୁ ସମାପନ କରିଥିଲେ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ହିଁ ପରମ ତପଃ, ଗୁରୁ ବିନା ସୃଷ୍ଟି ଅନ୍ଧାର ଏଭଳି ମତ ଅତିଥି ମହଲରେ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ତାପସ୍ ରଞ୍ଜନ ପଟେଲ ବିଶେଷ ସହାୟତା କରିଥିଲେ।
Latest entries
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର

