ନ୍ୟୁଜ ଗ୍ୟାଲେରି, ଭୁବନେଶ୍ୱର: ରାଜ୍ୟ ସଙ୍ଗଠନର ମାର୍ଗଦର୍ଶିକା ଅନୁଯାୟୀ ନିଖିଳ ଓଡ଼ିଶା ସମ୍ପ୍ରସାରଣ ଅଧିକାରୀ ମହାସଂଘ(AOEOA) ର କଳାହାଣ୍ଡି ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ସଫଳତାର ସହ ଶେଷ ହୋଇଯାଇଛି। ବୈଠକରେ ସଙ୍ଗଠନର ୫ ଦଫା ମୁଖ୍ୟ ଦାବି ଯଥା ପ୍ରାରମ୍ଭିକ ପେ-ଲେଭଲ୍ ୧୦ କୁ ବୃଦ୍ଧି, ସରକାରୀ ଗାଡ଼ି ସୁବିଧା, ବିଡିଓ ପଦବୀରେ ୫୦% ସଂରକ୍ଷଣ, ସ୍ୱାସ୍ଥ୍ୟ ବୀମା ଏବଂ ସହଯୋଗୀ କର୍ମଚାରୀ ନିଯୁକ୍ତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଗାମୀ ଅଗଷ୍ଟ ୫ ଓ ୬ ତାରିଖରେ ଯଥାକ୍ରମେ ବ୍ଲକ ଓ ଜିଲ୍ଲା ସ୍ତରରେ ଦାବିପତ୍ର ପ୍ରଦାନ କରାଯିବା ସହ ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥିର କରାଯାଇଛି ।ଏହି ବୈଠକରେ ସର୍ବସମ୍ମତି କ୍ରମେ ଆଗାମୀ କାର୍ଯ୍ୟକାଳ ପାଇଁ ୫ ଜଣିଆ ନୂତନ ଜିଲ୍ଲା କର୍ମକର୍ତ୍ତା ଚୟନ କରାଯାଇଛି:
ଜିଲ୍ଲା ସଭାପତି ଗଣପତି ତାଣ୍ଡି,
ଜିଲ୍ଲା ଉପସଭାପତି ହିମାଂଶୁ ରଞ୍ଜନ ବଳ,
ଜିଲ୍ଲା ସାଧାରଣ ସମ୍ପାଦକ ଅରବିନ୍ଦ ମହାପାତ୍ର,
ଜିଲ୍ଲା ଯୁଗ୍ମ ସମ୍ପାଦକ ଲକ୍ଷ୍ମୀକାନ୍ତ ପ୍ରଧାନ,
ଜିଲ୍ଲା କୋଷାଧ୍ୟକ୍ଷ ଶୁଭଜିତ ରଞ୍ଜନ ସ୍ୱାଇଁ,
ଏହି ବୈଠକରେ ଜିଲ୍ଲାର ବହୁ ସଂଖ୍ୟକ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ , ଗ୍ରାମ ପଞ୍ଚาୟତ ଉନ୍ନୟନ ଅଧିକାରୀ , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ଯୋଗାଣ ନିରୀକ୍ଷକ (SI) କ୍ୟାଡରର ସମ୍ପ୍ରସାରଣ ଅଧିକାରୀମାନେ ଉପସ୍ଥିତ ରହି ନିଜର ହକ ପାଇଁ ଏକଜୁଟ ହୋଇ ଲଢ଼େଇ କରିବାକୁ ସଂକଳ୍ପ ନେଇଛନ୍ତି।
Latest entries
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର

