କଳାହାଣ୍ଡି ଜିଲ୍ଲା ଭବାନିପାଟଣା ର ଦାପ୍ତା ସଂସ୍ଥା ଠାରେ ସ୍ଵାତି ଅନୁଷ୍ଠାନ ତରଫରୁ ଦୁଇ ଦିନିଆ ମହିଳା ସଶକ୍ତିକରଣ ଆଇନ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଛି , ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପଦ୍ମନାଭ ପୁରୋହିତ, ଡି ଏସ ଡବ୍ଲୁ ଓ ଶ୍ରୀମତୀ ପୁଣ୍ୟବତି ହେବେନସ୍ ଉଦ୍ଧଘାଟନ କରିଥିଲେ।
ମହିଳା ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଓ ଶୋଷଣ କୁ ରୋକିବା ପାଇଁ ସରକାର୍ ବିଭିନ୍ନ ପଦକ୍ଷେପ ନେଇ ଅନେକ ଗୁଡ଼ିଏ ଆଇନ ପ୍ରଣୟନ କରିଛନ୍ତି। ଏହୀ ଆଇନ ବିଷୟରେ ମହିଳା ମାନେଜାଣି ସଚେତନ ହେବା କଥା। ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଏଭଳି ପ୍ରଶିକ୍ଷଣ ସହାୟକ ହେଇ ପାରିବ ବୋଲି ଶ୍ରୀ ପୁରୋହିତ ପ୍ରକାଶ କରିଥିଲେ। ଶିବିରର ଉଦ୍ଧଘାଟଣୀ ଦିବସରେ ମିଶନ ଶକ୍ତି କୋଡ଼ି ନେଟର, ଆଇ ସି ଡି ଏସ ସୁପର ଭାଇଜର ଶ୍ରୀମତୀ ସୁଷମା ମିଶ୍ର, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା, ଦାପ୍ତ। ସେକ୍ରେଟାରୀ ଶ୍ରୀ ରାଜୁ ଶର୍ମା, ଲୋକ ଅଦାଲତ ମେମ୍ବର ଶ୍ରୀମତୀ ଭବାନୀ ପଟନାୟକ, ଯୋଗଦେଇଥିଲେ। ମହିଳା ମାନେ ପରିବର୍ତ୍ତନ ଆରମ୍ଭ କଲେ ସମାଜର ପରିବର୍ତ୍ତନ ହେବ ବୋଲି ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମ କୁ ତାଲିମ ଦେଇଥିଲେ ଶ୍ରୀମତୀ ସୁଜାତା ମହାପାତ୍ର ଓ ସତ୍ୟଜିତ ପ୍ରତିହାରୀ ।ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ଜନସାଧାରଣ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

