କଳାହାଣ୍ଡି ଜିଲ୍ଲା ଭବାନିପାଟଣା ର ଦାପ୍ତା ସଂସ୍ଥା ଠାରେ ସ୍ଵାତି ଅନୁଷ୍ଠାନ ତରଫରୁ ଦୁଇ ଦିନିଆ ମହିଳା ସଶକ୍ତିକରଣ ଆଇନ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଛି , ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପଦ୍ମନାଭ ପୁରୋହିତ, ଡି ଏସ ଡବ୍ଲୁ ଓ ଶ୍ରୀମତୀ ପୁଣ୍ୟବତି ହେବେନସ୍ ଉଦ୍ଧଘାଟନ କରିଥିଲେ।
ମହିଳା ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଓ ଶୋଷଣ କୁ ରୋକିବା ପାଇଁ ସରକାର୍ ବିଭିନ୍ନ ପଦକ୍ଷେପ ନେଇ ଅନେକ ଗୁଡ଼ିଏ ଆଇନ ପ୍ରଣୟନ କରିଛନ୍ତି। ଏହୀ ଆଇନ ବିଷୟରେ ମହିଳା ମାନେଜାଣି ସଚେତନ ହେବା କଥା। ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଏଭଳି ପ୍ରଶିକ୍ଷଣ ସହାୟକ ହେଇ ପାରିବ ବୋଲି ଶ୍ରୀ ପୁରୋହିତ ପ୍ରକାଶ କରିଥିଲେ। ଶିବିରର ଉଦ୍ଧଘାଟଣୀ ଦିବସରେ ମିଶନ ଶକ୍ତି କୋଡ଼ି ନେଟର, ଆଇ ସି ଡି ଏସ ସୁପର ଭାଇଜର ଶ୍ରୀମତୀ ସୁଷମା ମିଶ୍ର, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା, ଦାପ୍ତ। ସେକ୍ରେଟାରୀ ଶ୍ରୀ ରାଜୁ ଶର୍ମା, ଲୋକ ଅଦାଲତ ମେମ୍ବର ଶ୍ରୀମତୀ ଭବାନୀ ପଟନାୟକ, ଯୋଗଦେଇଥିଲେ। ମହିଳା ମାନେ ପରିବର୍ତ୍ତନ ଆରମ୍ଭ କଲେ ସମାଜର ପରିବର୍ତ୍ତନ ହେବ ବୋଲି ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମ କୁ ତାଲିମ ଦେଇଥିଲେ ଶ୍ରୀମତୀ ସୁଜାତା ମହାପାତ୍ର ଓ ସତ୍ୟଜିତ ପ୍ରତିହାରୀ ।ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ଜନସାଧାରଣ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରNovember 5, 2025ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଜିଲ୍ଲା ଖବରNovember 4, 2025ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି
ଜିଲ୍ଲା ଖବରNovember 4, 2025୬୧ତମ ଜନ୍ମବର୍ଷିକୀ ମହୋତ୍ସବ ”ମହାବୀର ମହୋତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରNovember 3, 2025ଆସନ୍ତା ୧୯ରେ ମାଣିକେଶ୍ବରୀ ମହୋତ୍ସବ ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

