କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେଆଧାର କାର୍ଡ ଅପଡେଟ ନିମନ୍ତେ ସ୍ଵତନ୍ତ୍ର କ୍ୟାମ୍ପ 10 ବର୍ଷ ପୂର୍ବରୁ ପଞ୍ଜୀକରଣ କରାଯାଇ ଆଧାର ପାଇଥିବା ବ୍ୟକ୍ତିମାନଙ୍କ ଆଧାର କାର୍ଡ ରେ ପରିଚୟ ପ୍ରମାଣ ଓ ଠିକଣା ପ୍ରମାଣକୁ ସଂଯୋଗ କରିବା ପ୍ରକ୍ରିୟାକୁ “ଆଧାର ଡକୁମେଣ୍ଟ ଅପଡେଟ” କୁହାଯାଏ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୁରୁଣା କୋଠାରେ ସ୍ଵତନ୍ତ୍ର କ୍ଯାମ୍ପ ଖୋଲାଯାଇଛି । ସମସ୍ତ ସରକାରୀ ଅଧୀକାରୀ ଓ କର୍ମଚାରୀ ଏହାର ସୁଯୋଗ ନେଇ ନିଜର ଆଧାର ଅପଡେଟ କରାନ୍ତୁ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ଆଧାର କାର୍ଡ ଅନିବାର୍ଯ୍ୟ ହୋଇଛି । ଏହି ସ୍ଵତନ୍ତ୍ର କ୍ୟାମ୍ପ ରେ ଗଣମାଧ୍ୟମ ପ୍ରତିନିଧି ଆସି ଆଧାର ଅପଡେଟ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ଏହି ସ୍ଵତନ୍ତ୍ର କ୍ୟାମ୍ପ ବ୍ୟତୀତ ଆଧାରରେ ନିଜର ମୋବାଇଲ ନମ୍ବର ସଂଯୋଗ ଥାଏ ତେବେ ଅନଲାଇନରେ myaadhaar.uidai.gov.in ପୋର୍ଟାଲ ମାଧ୍ୟମରେ ନିଜ ଡକୁମେଣ୍ଟ ଅପଡେଟ କରିପାରିବେ । ଆଧାର ଅପଡେଟ ପାଇଁ ବ୍ଲକ ମାନଙ୍କ ଦ୍ଵାରା ପଞ୍ଚାୟତ ଓ ଗ୍ରାମସ୍ତରରେ କରାଯାଇଥିବା କ୍ୟାମ୍ପ , ଏନ.ଏ.ସି ଓ ମୁନିସିପାଲିଟି ଅଞ୍ଚଳରେ କରାଯାଇଥିବା କ୍ୟାମ୍ପ , କେତେକ ନିର୍ଦ୍ଦିଷ୍ଟ ବ୍ୟାଙ୍କ / ପୋଷ୍ଟ ଅଫିସ /ଜନସେବା କେନ୍ଦ୍ର ରେ ଆଧାର ଅପଡେଟ 50 ଟଙ୍କା ଦେୟରେ ନିଜର ଆଧାର ଅପଡେଟ କରାନ୍ତୁ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

