କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେଆଧାର କାର୍ଡ ଅପଡେଟ ନିମନ୍ତେ ସ୍ଵତନ୍ତ୍ର କ୍ୟାମ୍ପ 10 ବର୍ଷ ପୂର୍ବରୁ ପଞ୍ଜୀକରଣ କରାଯାଇ ଆଧାର ପାଇଥିବା ବ୍ୟକ୍ତିମାନଙ୍କ ଆଧାର କାର୍ଡ ରେ ପରିଚୟ ପ୍ରମାଣ ଓ ଠିକଣା ପ୍ରମାଣକୁ ସଂଯୋଗ କରିବା ପ୍ରକ୍ରିୟାକୁ “ଆଧାର ଡକୁମେଣ୍ଟ ଅପଡେଟ” କୁହାଯାଏ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୁରୁଣା କୋଠାରେ ସ୍ଵତନ୍ତ୍ର କ୍ଯାମ୍ପ ଖୋଲାଯାଇଛି । ସମସ୍ତ ସରକାରୀ ଅଧୀକାରୀ ଓ କର୍ମଚାରୀ ଏହାର ସୁଯୋଗ ନେଇ ନିଜର ଆଧାର ଅପଡେଟ କରାନ୍ତୁ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ଆଧାର କାର୍ଡ ଅନିବାର୍ଯ୍ୟ ହୋଇଛି । ଏହି ସ୍ଵତନ୍ତ୍ର କ୍ୟାମ୍ପ ରେ ଗଣମାଧ୍ୟମ ପ୍ରତିନିଧି ଆସି ଆଧାର ଅପଡେଟ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ଏହି ସ୍ଵତନ୍ତ୍ର କ୍ୟାମ୍ପ ବ୍ୟତୀତ ଆଧାରରେ ନିଜର ମୋବାଇଲ ନମ୍ବର ସଂଯୋଗ ଥାଏ ତେବେ ଅନଲାଇନରେ myaadhaar.uidai.gov.in ପୋର୍ଟାଲ ମାଧ୍ୟମରେ ନିଜ ଡକୁମେଣ୍ଟ ଅପଡେଟ କରିପାରିବେ । ଆଧାର ଅପଡେଟ ପାଇଁ ବ୍ଲକ ମାନଙ୍କ ଦ୍ଵାରା ପଞ୍ଚାୟତ ଓ ଗ୍ରାମସ୍ତରରେ କରାଯାଇଥିବା କ୍ୟାମ୍ପ , ଏନ.ଏ.ସି ଓ ମୁନିସିପାଲିଟି ଅଞ୍ଚଳରେ କରାଯାଇଥିବା କ୍ୟାମ୍ପ , କେତେକ ନିର୍ଦ୍ଦିଷ୍ଟ ବ୍ୟାଙ୍କ / ପୋଷ୍ଟ ଅଫିସ /ଜନସେବା କେନ୍ଦ୍ର ରେ ଆଧାର ଅପଡେଟ 50 ଟଙ୍କା ଦେୟରେ ନିଜର ଆଧାର ଅପଡେଟ କରାନ୍ତୁ ।
Latest entries
ଜିଲ୍ଲା ଖବରNovember 5, 2025ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଜିଲ୍ଲା ଖବରNovember 4, 2025ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି
ଜିଲ୍ଲା ଖବରNovember 4, 2025୬୧ତମ ଜନ୍ମବର୍ଷିକୀ ମହୋତ୍ସବ ”ମହାବୀର ମହୋତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରNovember 3, 2025ଆସନ୍ତା ୧୯ରେ ମାଣିକେଶ୍ବରୀ ମହୋତ୍ସବ ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

