ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ର ଜଣେ ନିର୍ମଳ ହୃଦୟର ବ୍ୟକ୍ତିତ୍ୱ, ବିଶିଷ୍ଟ ସମାଜସେବୀ ତଥା ଯୁବନେତା ସ୍ୱର୍ଗତ ଜୟନ୍ତ ନାଏକଙ୍କ ବିୟୋଗରେ ଆଜି ‘କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ’ ତରଫରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଏକ ଶୋକସଭା ଓ ‘ସ୍ମୃତିରେ ଜୟନ୍ତ ନାଏକ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଉପସ୍ଥିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ନାଗରିକ, ବନ୍ଧୁ ଓ ଶୁଭେଚ୍ଛୁମାନେ ତାଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସ୍ୱର୍ଗତ ଜୟନ୍ତ ନାଏକଙ୍କ ଛାତ୍ର ଜୀବନ ଭବାନୀପାଟଣା ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପଶ୍ଚିମ ଛାତ୍ରାବାସରେ କଟିଥିଲା । ଜଣେ ମେଧାବୀ ଛାତ୍ର ଭାବେ ସେ ଓଡ଼ିଆ ବିଷୟରେ ଏମ୍.ଫିଲ୍ କରିବା ସହ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।
ଛାତ୍ର ଜୀବନରୁ ହିଁ ସେ ଅନ୍ୟାୟ ବିରୋଧରେ ସଂଘର୍ଷ ଓ ଲଢ଼େଇ ଜାରି ରଖିଥିଲେ । ସେ ବିଶେଷ କରି ଦଳିତ ଯୁବକମାନଙ୍କ ପାଇଁ ଶକ୍ତିର ପ୍ରତୀକ ଥିବା ବେଳେ ସମାଜର ସବୁବର୍ଗର ଲୋକଙ୍କ ପାଇଁ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଥିଲେ । ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଅବଦାନ ରହିଥିଲା । ୨୦୦୯ ମସିହାରେ ସେ ବିଜେଡି ଟିକେଟରେ ଭବାନୀପାଟଣା ବିଧାନସଭା ଆସନରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାର ସୁଯୋଗ ପାଇଥିଲେ । ପରବର୍ତ୍ତୀ ସମୟରେ ସେ ‘ଡିଫାଇନ୍ କଳାହାଣ୍ଡି’ ଏବଂ ‘ଓଡ଼ିଶା ଜନତା କଂଗ୍ରେସ’ର ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ସଫଳତାର ସହ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତିୟ ସଫେଇ ଆୟଗୋ ର ଉପସଭାପତି କୌଶବ ବିହାରୀ ତାଙ୍କ ଧର୍ମପତ୍ନୀ ଙ୍କ ସହିତ ଉପସ୍ଥିତ ରହି ଜିଲ୍ଲାର ଯୁବ ଓ ଛାତ୍ର ପରିଷଦର ସଭାପତି ଅବିନାଶ ଠାକୁର, ଯୁବ ନେତା ମଣ୍ଟୁ ନାଏକ, ମନିନ୍ଦ୍ର ମହାନ୍ତି, ଭବେନ୍ଦ୍ର ପଣ୍ଡା, ଦାମୋଦର ବେହେରା, ସତ୍ୟ ମାହାର, କିର୍ତନ ନାୟକ, ସୁନନ୍ଦ ପଟ୍ଟନାୟକ, ସୁକାନ୍ତି ସରାଫ, ଅଗଷ୍ଟ ନାଏକ, ହୃଷିକେଶ ଗାନ୍ଧୀ, ଅଭିଷେକ ଗହୀର, ଶିବା ସାହୁ , ସୋରଜ ବାଗ, ତପନ ନାଗଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ନାଏକଙ୍କ ସହ ବିତାଇଥିବା ସ୍ମୃତିଚାରଣ କରିବା ସହ ତାଙ୍କର ପରୋପକାରୀ ଗୁଣ ଓ ନେତୃତ୍ୱକୁ ମନେ ପକାଇଥିଲେ ।
Latest entries
ଜିଲ୍ଲା ଖବରNovember 23, 2026ବିଶିଷ୍ଟ ସମାଜସେବୀ ତଥା ଯୁବନେତା ସ୍ୱର୍ଗତ ଜୟନ୍ତ ନାଏକଙ୍କ ସ୍ମୃତିରେ ଶୋକସଭା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ
ଜିଲ୍ଲା ଖବରNovember 23, 2026ସତ୍ୟନାରାୟଣ ମୁଣ୍ଡଛିନା ପାଇବେ ଦେବଗିରି ଶିକ୍ଷା ସମ୍ମାନ ।
ଜିଲ୍ଲା ଖବରNovember 21, 2026ପିଏମ୍ଏୱାଇ ଟଙ୍କା ମଞ୍ଜୁର ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଜୁନାଗଡ଼ ଏନ୍ଏସି କର୍ମଚାରୀ
ଜିଲ୍ଲା ଖବରNovember 21, 2026ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଖାଦ୍ୟରୁ ବଡ଼ ପୋକ ବାହାରିବା ଘଟଣା: କାର୍ଯ୍ୟାନୁଷ୍ଠାନ କେବେ?

