ନ୍ୟୁଜ ଗ୍ୟାଲେରି,ଧର୍ମଗଡ,ବେହେରା(ଭୂପେଶ ତିୱାରୀ)କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମ ବିଜୁ ଏକ୍ସପ୍ରେସ ୱେ ପେଟ୍ରୋଲ ପମ୍ପ ନିକଟ ରେ ଥିବା ଏକ ହାର୍ଡୱେର ଦୋକାନ ରେ ଗତ ଶନିବାର ରାତ୍ରି ରେ ଏକ ବଡ ଧରଣ ର ଚୋରି ହୋଇଥିଲା।ଦୋକାନ ମାଲିକ ପ୍ରମୋଦ ଅଗ୍ରୱାଲ ରବିବାର ସକାଳ ରେ କର୍ମଚାରୀ ମାନଙ୍କ ସହ ଦୋକାନ ଖୋଲିଲା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଲେ ଓ କୋକସରା ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
କୋକସରା ପୋଲିସ ସଦଳବଳ ଆସି ତନଖି କରିଥିଲେ।ଦୋକାନ ର ଛାତ ଉପରେ ଥିବା ଏକ ଛୋଟ ଗେଟ କୁ ଉପାଡ଼ି ଚୋର ମାନେ ଦୋକାନ ଭିତରକୁ ପ୍ରବେଶ କରି, ଲକର ଭାଙ୍ଗି ଥିବା,ତଥା ସିସି ଟିଭି ତାର କୁ କାଟି ରିଶିଭର କୁ ନେଇ ଯାଇଥିବା ପ୍ରାଥମିକ ତଦନ୍ତ ରେ ଜଣା ପଡିଥିଲା। ଲକର୍ ରୁ ପ୍ରାୟ ୧ଲକ୍ଷ ୮୦ହଜାର ଟଙ୍କା ଓ ଅନ୍ୟାନ୍ୟ ବହୁମୂଲ୍ୟ ସାମଗ୍ରୀ ନେଇଯାଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି। ଚୋରି ହୋଇ ତିନି ଦିନ ପରେ ମଧ୍ୟ ପୋଲିସ ପକ୍ଷରୁ ତଦନ୍ତ ରେ ମନ୍ଥରତା କୁ ନେଇ ଦୋକାନ ମାଲିକ ସହ ଅଞ୍ଚଳ ବାସି କ୍ଷୋଭ ପ୍ରକାଶ କରିଛନ୍ତି। ବେହେରା ଠାରୁ କୋକସରା ଓ ଧର୍ମଗଡ ଥାନା ବହୁ ଦୂରତା ରେ ଥିବା ଓ ବେହେରା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା କାରଣରୁ ଚୋର ଡକାୟତ ଙ୍କ ନଜର ରହିଛି,ଫଳ ସ୍ୱରୂପ ଏହି ଅଞ୍ଚଳରେ ଚୋରି ଡକାୟତି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଚୋରି ଘଟଣା ସମ୍ପର୍କରେ କୋକସରା ଆଇଆଇସି ସ୍ନିଗ୍ଧା ରାଣି ସୁନା ଙ୍କ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ କଲ ରିଶିଭ କରିନଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

