ହାର୍ଡୱେର ଦୋକାନ ରେ ବଡ ଧରଣର ଚୋରି, ପୋଲିସ ର ତଦନ୍ତ ରେ ମନ୍ଥରତା କୁ ନେଇ ଅସନ୍ତୋଷ ।

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି,ଧର୍ମଗଡ,ବେହେରା(ଭୂପେଶ ତିୱାରୀ)କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମ ବିଜୁ ଏକ୍ସପ୍ରେସ ୱେ ପେଟ୍ରୋଲ ପମ୍ପ ନିକଟ ରେ ଥିବା ଏକ ହାର୍ଡୱେର ଦୋକାନ ରେ ଗତ ଶନିବାର ରାତ୍ରି ରେ ଏକ ବଡ ଧରଣ ର ଚୋରି ହୋଇଥିଲା।ଦୋକାନ ମାଲିକ ପ୍ରମୋଦ ଅଗ୍ରୱାଲ ରବିବାର ସକାଳ ରେ କର୍ମଚାରୀ ମାନଙ୍କ ସହ ଦୋକାନ ଖୋଲିଲା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଲେ ଓ କୋକସରା ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ।କୋକସରା ପୋଲିସ ସଦଳବଳ ଆସି ତନଖି କରିଥିଲେ।ଦୋକାନ ର ଛାତ ଉପରେ ଥିବା ଏକ ଛୋଟ ଗେଟ କୁ ଉପାଡ଼ି ଚୋର ମାନେ ଦୋକାନ ଭିତରକୁ ପ୍ରବେଶ କରି, ଲକର ଭାଙ୍ଗି ଥିବା,ତଥା ସିସି ଟିଭି ତାର କୁ କାଟି ରିଶିଭର କୁ ନେଇ ଯାଇଥିବା ପ୍ରାଥମିକ ତଦନ୍ତ ରେ ଜଣା ପଡିଥିଲା। ଲକର୍ ରୁ ପ୍ରାୟ ୧ଲକ୍ଷ ୮୦ହଜାର ଟଙ୍କା ଓ ଅନ୍ୟାନ୍ୟ ବହୁମୂଲ୍ୟ ସାମଗ୍ରୀ ନେଇଯାଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି। ଚୋରି ହୋଇ ତିନି ଦିନ ପରେ ମଧ୍ୟ ପୋଲିସ ପକ୍ଷରୁ ତଦନ୍ତ ରେ ମନ୍ଥରତା କୁ ନେଇ ଦୋକାନ ମାଲିକ ସହ ଅଞ୍ଚଳ ବାସି କ୍ଷୋଭ ପ୍ରକାଶ କରିଛନ୍ତି। ବେହେରା ଠାରୁ କୋକସରା ଓ ଧର୍ମଗଡ ଥାନା ବହୁ ଦୂରତା ରେ ଥିବା ଓ ବେହେରା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା କାରଣରୁ ଚୋର ଡକାୟତ ଙ୍କ ନଜର ରହିଛି,ଫଳ ସ୍ୱରୂପ ଏହି ଅଞ୍ଚଳରେ ଚୋରି ଡକାୟତି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଚୋରି ଘଟଣା ସମ୍ପର୍କରେ କୋକସରା ଆଇଆଇସି ସ୍ନିଗ୍ଧା ରାଣି ସୁନା ଙ୍କ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ କଲ ରିଶିଭ କରିନଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts