ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ଧର୍ମଗଡ ଠାରେ ‘ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ’ “ରଜ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଧର୍ମଗଡ ସୁଧିର ରଞ୍ଜନ ପଟ୍ଟଯୋଷି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଯୋଗଦେଇ ରଜ ପର୍ବ ପାଳନ ଅବସରରେ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉତ୍ସବ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଧର୍ମଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷlବବିତା ପଟ୍ଟଯୋଷି, ଜିଲ୍ଲା ସଂସ୍କୃତି ଅଧିକାରୀ ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଉପ-ନିର୍ଦ୍ଦେଶକ (ପ୍ଲାନିଂ),ଶ୍ରୀକାନ୍ତ ଦଲେଇ, ଜିଲ୍ଲା ସମାଜ କଲ୍ୟାଣ୍ୟ ଅଧିକାରୀ ମଜିବୁନ ନିଷା , ପ୍ରୋଟେକ୍ସନ ଅଫିସର ସୁଚରିତ ମହାପାତ୍ର, ଫୁରଲେନସିଆ ସୋରେନ, ଜିଲ୍ଲା ଶିଶୁ ସୁରକ୍ଷ୍ୟା ଆଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଜେ.ଜେ.ବି. ସଦସ୍ୟ ସ୍ଵର୍ଣଲତା ମହାନ୍ତି , ଏଡ ଏଟ ଆକ୍ସନ ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଷି, ଜିଲ୍ଲା ମହିଳା ହବ୍ ସଂଯୋଜକ ଯୋଗେଶ୍ଵର ବୁଦ୍ଧିଆ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ପିରାମଳ ଫାଉଣ୍ଡେସନ କର୍ମୀ, ସୁପରଭାଇଜର, ଅଙ୍ଗନବଡି କର୍ମୀ , କିଶୋର ବାଳକ ଏବଂ ବାଳିକା ମାନେ ଉପସ୍ଥିତ ଥିଲେ ।
Latest entries
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର

