Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଓଡ଼ିଶା ନନ୍ଗେଜେଟେଡ଼ ବନସେବା ସଂଘ ପକ୍ଷରୁ ପୂର୍ବରୁ ଯେଉଁ ୩ଟି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ ଅଦ୍ୟାବଧି ତାହା ପୂରଣ କରାଗଲା ନାହିଁ । ଏଣୁ ସଂଘର ନିଷ୍ପର୍ଷ ପ୍ରକାରେ ସଂଘର ଜଣେ ଶୃଙ୍ଖଳିତ ସଭ୍ୟ/ ସଭ୍ୟା ଭାବରେ ସାମୂହିକ ଛୁଟିରେ ଯିବାପାଇଁ ସଂଘର ନିଷ୍ପର୍ଷ ପ୍ରକାରେ ଆସନ୍ତା ୨୨ତାରିଖ ଠାରୁ ସଂଘର ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସାମୂହିକ ଛୁଟିରେ ରହିବା ପାଇଁ ଆବେଦନ କରାଯାଇଛି । ଏହି ସମୟରେ ସଂଘ ନିର୍ଦ୍ଦେଶ ପ୍ରକାରେ ସର୍କଲ ଅଫିସ ସାମ୍ନାରେ ଧାରଣାଦେଇଥିବା ଦୃଷ୍ଟି ଆକର୍ଷଣ କରିଥିଲେ ।ଧାରଣାରେ ଥିବା ସମୟରେ ଯଦି କୌଣସି ପ୍ରକାର ଜଙ୍ଗଲ, ବନ୍ୟପ୍ରାଣୀ ବା କୌଣସି ସରକାରୀ କ୍ଷତି ଘଟେ ଅଥବା କୌଣସି ଅପ୍ରୀତିକର ପରିସ୍ଥିତି ଆସେ, ସେଥିପାଇଁ ଜନ ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ବନ କର୍ମଚାରୀ ମାନଙ୍କ ପକ୍ଷରୁ ପୃଥକ୍ ଭାବେ ଜିଲ୍ଲା ଉତ୍ତର ଓ ଦକ୍ଷିଣ ବନ ଖଣ୍ଡ ଅଧିକାରୀଙ୍କ ଉଦ୍ଧେଶ୍ୟରେ ଦେଇଥିବା ଛୁଟି ଦରଖାସ୍ତରେ ଉଲ୍ଲେଖ କରାଯାଇଥିବା ଦେଖାଯାଇଛି।
ଓଡ଼ିଶା ନନ୍ଗେଜେଟେଡ ବନ କର୍ମଚାରୀ ସଂଘ ପକ୍ଷରୁ ଗତ ୯ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଢେଙ୍କାନାଳ ହିନ୍ଦୋଳର ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ କାଠ ମାଫିଆମାନେ ନିର୍ମମ ଭାବେ ହତ୍ୟା କରିବା ଘଟଣାକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଭୌଗୋଳିକ ଅଞ୍ଚଳ ଓ ଘଞ୍ଚ ଜଙ୍ଗଲ ଅନୁସାରେ ରେଞ୍ଜ, ସେକ୍ସନ୍ ଓ ବିଟ୍ର ପୁନର୍ଗଠନ କରାଯିବା ସହ ମୃତ ବନ କର୍ମଚାରୀଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଥିଲା। ତେବେ ଆଗାମୀ ଦିନରେ ସରକାର ତାଙ୍କ ଦାବି ପୂରଣ ନକରନ୍ତି, ତେବେ ଜୁନ ୧୫ରୁ କଳା ବ୍ୟାଜ ପିନ୍ଧି କାମ କରିବେ କିନ୍ତୁ କୌଣସି ବିପଦପୂର୍ଣ୍ଣ କାମ କରିବେ ନାହିଁ । ୨୨ ତାରିଖ ତାରିଖ ଠାରୁ ସର୍କଲ କାର୍ଯ୍ୟାଳୟ ସମ୍ମୁଖରେ ୟୁନିଫର୍ମ ଓ କଳା ବ୍ୟାଜ ପିନ୍ଧି ସାମୂହିକ ଛୁଟି ନେଇ ଧାରଣାରେ ବସିବେ। ଏହା ପରେ ମଧ୍ୟ ସରକାର ଉପେକ୍ଷା କଲେ ଭୁବନେଶ୍ବର ଠାରେ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ରାଜ୍ୟ ସଂଘ ଉପସଭାପତି ଭବାନୀ ଶଙ୍କର ପରିଛା କହିଛନ୍ତି । ଭବାନୀପାଟଣା ଜୋନର ସଭାପତି ବିଶ୍ଵମୋହନ ପାଢ଼ୀ, ସମ୍ପାଦକ ସୁଶିଲ ମହାନନ୍ଦଙ୍କ ସମେତ ଜୋନ ଅନ୍ତର୍ଗତ ୧୧ଟି ଡିଭିଜନର ସଂଘ କର୍ମକର୍ତ୍ତା ଆଜି ସମୂହ ଛୁଟି ଦରଖାସ୍ତ କରିଥିବା ବେଳେ ଶେଷରେ ଏହି ବିଭାଗର କର୍ମଚାରୀ ମାନେ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କୁ ମଧ୍ୟ ଭେଟିଥିବା ଦାବି ପତ୍ର ପ୍ରଦାନ କରିଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
