ନ୍ୟୁଜଗ୍ୟାଲେରି,ମାଲପଡା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ବାହାବଲ୍ ଗ୍ରାମପଞ୍ଚାୟତ ର ମାଲପଡା ଗାଁରେ ବହୁ ପୁରୁଣା ଇଲେକ୍ଟ୍ରି ପୋଲ ଗୁଡ଼ିକ ଏବେ ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଛି। ୪୦ ବର୍ଷ ହେବ ଏହି ପୋଲ ଗୁଡ଼ିକ ଲାଗି ଥିବା ବେଳେ ଗତ ବର୍ଷ ଏହି ପୋଲ ଗୁଡ଼ିକୁ ଅକ୍ଷମ ଦର୍ଶାଇ ନୂତନ ପୋଲ ଲଗାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଅକ୍ଷମ ପୁରୁଣା ପୋଲ ଗୁଡ଼ିକୁ ରାସ୍ତା କଡ଼ରୁ କଢ଼ା ଯାଇନାହିଁ। ବେଳେବେଳେ ଏହି ରାସ୍ତାଦେଇ ବଡବଡ ଯାନବାହାନ ଯିବା ଆସିବା କରେ ।
ଠିକ୍ ଏହି ସମୟରେ ଗାଡ଼ି ପୋଲ ଉପରେ ଲାଗିଯାଏ ଓ ଝୁଲୁଥିବା ତାର ସବୁ ଦୋହଲିଯାଏ । ଆଖ ପାଖ ଘରେ ରହୁଥିବା ଲୋକେ ଦିନରାତି ଏହି ସବୁ ଦୃଶ୍ୟ ଦେଖି ଅତି ଭୟଭୀତ ହୋଇଥାନ୍ତି। କାଳେ ଏହା ଭାଙ୍ଗିଯାଇ ଘର ଉପରକୁ ପଡ଼ିଯିବା ଭୟରେ ଗାଁଲୋକେ ବାରମ୍ବାର ବେଲପଡ଼ା TPW ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି। ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କ ଜରିଆରେ ମାଲପଡ଼ା ଗାଁର ପୁରୁଣା ପୋଲ ଗୁଡ଼ିକୁ ଉଦ୍ଧାର କରନ୍ତୁ ନହେଲେ ଆଗାମୀ ଦିନରେ ଏହା ବଡ ଦୁର୍ଘଟଣା କୁ ନିମନ୍ତ୍ରଣ କରିପାରେ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି ।

Latest entries
ରାଜ୍ୟ ଜିଲ୍ଲା ଖବରJune 30, 2025ରାୟଗଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ସଙ୍କୁଳ ସୁରୀୟ ମେଧାବୀ ଅଭିନନ୍ଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ
ଜିଲ୍ଲା ଖବରJune 28, 2025ଯାଦବ ସମ୍ପ୍ରଦାୟ କୁ ବିବାଦୀୟ ମନ୍ତବ୍ୟ ଘଟଣା କୁ ନେଇ ମାମଲା ରୁଜୁ
ଜିଲ୍ଲା ଖବରJune 28, 2025ଜିଲ୍ଲା ସ୍ତରୀୟ ମ୍ୟାଲେରିଆ,ଡେଙ୍ଗୁ,ଡାଇରିଆ ନିରାକରଣ, ଅନ୍ତ ବିଭାଗୀୟ ଏକାଭିମୁଖୀ ବୈଠକ
ଜିଲ୍ଲା ଖବରJune 26, 2025ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ