ନ୍ୟୁଜଗ୍ୟାଲେରି,ମାଲପଡା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ବାହାବଲ୍ ଗ୍ରାମପଞ୍ଚାୟତ ର ମାଲପଡା ଗାଁରେ ବହୁ ପୁରୁଣା ଇଲେକ୍ଟ୍ରି ପୋଲ ଗୁଡ଼ିକ ଏବେ ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଛି। ୪୦ ବର୍ଷ ହେବ ଏହି ପୋଲ ଗୁଡ଼ିକ ଲାଗି ଥିବା ବେଳେ ଗତ ବର୍ଷ ଏହି ପୋଲ ଗୁଡ଼ିକୁ ଅକ୍ଷମ ଦର୍ଶାଇ ନୂତନ ପୋଲ ଲଗାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଅକ୍ଷମ ପୁରୁଣା ପୋଲ ଗୁଡ଼ିକୁ ରାସ୍ତା କଡ଼ରୁ କଢ଼ା ଯାଇନାହିଁ। ବେଳେବେଳେ ଏହି ରାସ୍ତାଦେଇ ବଡବଡ ଯାନବାହାନ ଯିବା ଆସିବା କରେ ।
ଠିକ୍ ଏହି ସମୟରେ ଗାଡ଼ି ପୋଲ ଉପରେ ଲାଗିଯାଏ ଓ ଝୁଲୁଥିବା ତାର ସବୁ ଦୋହଲିଯାଏ । ଆଖ ପାଖ ଘରେ ରହୁଥିବା ଲୋକେ ଦିନରାତି ଏହି ସବୁ ଦୃଶ୍ୟ ଦେଖି ଅତି ଭୟଭୀତ ହୋଇଥାନ୍ତି। କାଳେ ଏହା ଭାଙ୍ଗିଯାଇ ଘର ଉପରକୁ ପଡ଼ିଯିବା ଭୟରେ ଗାଁଲୋକେ ବାରମ୍ବାର ବେଲପଡ଼ା TPW ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି। ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କ ଜରିଆରେ ମାଲପଡ଼ା ଗାଁର ପୁରୁଣା ପୋଲ ଗୁଡ଼ିକୁ ଉଦ୍ଧାର କରନ୍ତୁ ନହେଲେ ଆଗାମୀ ଦିନରେ ଏହା ବଡ ଦୁର୍ଘଟଣା କୁ ନିମନ୍ତ୍ରଣ କରିପାରେ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

