ନ୍ୟୁଜଗ୍ୟାଲେରି,ବଲାଙ୍ଗୀର: ବଲାଙ୍ଗୀର ସହର ଅପରାଧିକ କାର୍ଯ୍ୟକଳାପ ରେ ଘେରି ରହିଥିବା ଲୋକଙ୍କ ମନରେ ଚର୍ଚ୍ଚା ଆଲୋଚନା ହେଉଥିବା ବେଳେ ଏହାର ମୁଖ୍ୟ କାରଣ ହେଉଛି ସହର ସାରା ବେଆଇନ୍ ମଦ ଦୋକାନ ହୁ ହୁ ହୋଇ ବଢ଼ି ଚାଲିଛି । ଲୋକେ ଦିନ ରାତି ମଦ ପିଉଛନ୍ତି ଓ ରେପ , ହତ୍ୟା , ଚୋରି ଭଳି ଜଘନ୍ୟ ଅପରାଧ ଘଟାଉଛନ୍ତି । ଅବକାରୀ ଅଧିକାରୀ ସବୁ ଜାଣି ଶୁଣି ବେଆଇନ୍ ମଦ ବ୍ୟବସାୟ କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି। ସରକାରୀ ମାନ୍ୟତା ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲିବାକୁ ଯେଉଁ ସବୁ ମାନଦଣ୍ଡ ରହିଛି ତାକୁ କମ୍ପାନୀ ଗୁଡ଼ିକ ମାନୁ ନାହାନ୍ତି , ଜନଗହଳି ଓ ମୁଖ୍ୟ ରାସ୍ତା କଡ଼ରେ ଏହି ମାନ୍ୟତା ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲି ଲୋକଙ୍କୁ ଅପରାଧ ଘଟାଇବାରେ ସାହାଯ୍ୟ କରୁଛି । ଯଦି କେହି ଏମାନଙ୍କ ବିରୋଧ କରେ ତାକୁ କଳେ ବଳେ କୌଶଳେ ଚାପି ଦିଆଯାଏ। ବଲାଙ୍ଗୀର ସହରରେ ବଡ ବଡ ନେତା ମନ୍ତ୍ରୀ ଙ୍କ ବାସଗୃହ ଥିବା ବେଳେ,ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟ ରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଅବସ୍ଥିତ, ହେଲେ ଏଠାରେ ଏହିଭଳି ବେଆଇନ୍ କାର୍ଯ୍ୟକଳାପ ଗୁଡ଼ିକ ଖୁଲମଖୁଲା ଦେଖି ଲୋକଙ୍କ ମନରେ ପ୍ରଶାସନ ପ୍ରତି ଭରସା ତୁଟିବାରେ ଲାଗିଛି। ରାଜ୍ୟ ସରକାର ତୁରନ୍ତ ବେଆଇନ୍ ମଦ କାରବାର କୁ ସଂପୂର୍ଣ୍ଣ ରୂପେ ବନ୍ଦ ନକଲେ ଆଗାମୀ ଦିନରେ ଏହା ଆହୁରି ବଡ ଧରଣର ଅପରାଧ କୁ ନିମନ୍ତ୍ରଣ କରିପରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

