ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ବିଇଡି କଲେଜ,କଳାହାଣ୍ଡି ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା ଓ ଗାନ୍ଧିଛକ ଦୁର୍ଗା ମନ୍ଦିର ପ୍ରତିଷ୍ଠାର ପ୍ରମୁଖ ଉଦ୍ୟୋକ୍ତା ତଥା ବିଶିଷ୍ଟ ରାଜନେତା ଦୁର୍ଗା ଶଙ୍କର କରଙ୍କ ଭବାନୀପାଟଣା ମନ୍ଦାର ବଗିଚା ପଡ଼ା ବାସ ଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ଦୁଇ ପୁଅ ବିଶ୍ୱଜିତ ଓ ସତ୍ୟଜିତ, ଦୁଇ ପୁତ୍ରବଧୂ, ଦୁଇ ଝିଅ ଜ୍ୟୋଇଁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶାନ୍ତନୁ କୁମାର ବେହେରା, ବ୍ରାହ୍ମଣ ସମାଜ କଳାହାଣ୍ଡି ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, କଳାହାଣ୍ଡି ଓକିଲ ସଂଘ ସଭାପତି ସୁଧାଂଶୁ ନନ୍ଦ, ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ବରିଷ୍ଟ ଓକିଲ ପ୍ରଦୀପ ପଟ୍ଟନାୟକ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ଶେଷ ଦର୍ଶନ କରିଥିଲେ। ତାରିଣୀ ମନ୍ଦିର ନିକଟସ୍ଥ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିଲା। ଜ୍ୟେଷ୍ଠ ପୁତ୍ର ବିଶ୍ୱଜିତ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ କରଙ୍କ ପରଲୋକରେ ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର, ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର,ବ୍ରାହ୍ମଣ ସମାଜ କଳାହାଣ୍ଡିର ସଭାପତି ଜଗନ୍ନାଥ ମୁଣ୍ଡ ଓ କଳାହାଣ୍ଡି ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନିଲ ମୁଣ୍ଡ ଓ ପଣ୍ଡିତ ମଙ୍ଗଳୁ ମିଶ୍ର ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

