ଜୁନାଗଡ଼-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ଚିଠାରେ ଧର୍ମଗଡ ବାଦ୍ ପଡ଼ିବା ନେଇ ବୈଠକ

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼:(ହେମନ୍ତ କୁମାର ମାଝୀ) ପ୍ରସ୍ତାବିତ ଜୁନାଗଡ-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ବାକ୍ଷରଥିବା ଏକ ଚିଠିର କପି ପଦାକୁ ଆସିବା ନେଇ ଧର୍ମଗଡରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଧର୍ମଗଡରେ ରେଳଷ୍ଟେସନ ହେଉନାହିଁ ଏହା ଏଥିରୁ ସ୍ପଷ୍ଟ ହୋଇଯାଇଛି। ଏନେଇ ଧର୍ମଗଡ କ୍ରିୟାନୁଷ୍ଠାନ କମିଟିର ଆବାହକ ଆଇନଜୀବି ତୁଷାର ରଞ୍ଜନ ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତାରେ ଆଜି ହୋଟେଲ ରୟାଲ ପେଲେସ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଧର୍ମଗଡ କୁ ରେଲ ଲାଇନ୍ ସମ୍ପ୍ରସାରଣ ନହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।ବରିଷ୍ଠ ଆଇନଜୀବି ପ୍ରଦୀପ ଦାସ, ଦିଗାମ୍ବର ଦୁରିଆ, ସୁମନ୍ତ କୁମାର ପଣ୍ଡା, ପ୍ରସନ୍ନ କୁମାର ଅଗସ୍ତି, ନାଗରିକ ସଙ୍ଘର ଡମ୍ବରୁ ଧର ଲହଜଲ,ବିଘ୍ନରାଜ ପଟ୍ଟଯୋଶୀ, ସୁନିଲ କୁମାର ପାତ୍ର, ଜଗନ୍ନାଥ ସେବା ସମିତି ର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଚେମ୍ୱର ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁ, ସଂପାଦକ ଅରୁଣ କୁମାର ତାୟଲ, ବିକାଶ ମେହର, ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ଇଙ୍ଗିତ କୁମାର ପଣ୍ଡା, ବିଶ୍ଵ ରଞ୍ଜନ ପାତ୍ର, ସମାଜସେବୀ ଘନଶ୍ୟାମ ଅଗ୍ରୱାଲ, ଡାକେଶ୍ୱର ଲହଜଲ, ସିତୁନ କୁମାର ମେହେର, ସୁଶାନ୍ତ କୁମାର ପାଢ଼ୀ, ହେମନ୍ତ କୁମାର ପଣ୍ଡା, ଚନ୍ଦନ କୁମାର ପାତ୍ର, ବଙ୍କିମ ସାଗର ସମେତ ବହୁ ବୁଦ୍ଧିଜୀବି ଉକ୍ତ ବୈଠକରେ ଯୋଗ ଦେଇ ଧର୍ମଗଡ କୁ ରେଳପଥ ସମ୍ପ୍ରସାରଣ ନହେଲେ ଆଗକୁ ଦୁର୍ବାର ପଦକ୍ଷେପ ନିଆଯିବ ବୋଲି ମତ ପ୍ରକାଶ ପାଇଥିଲା।ଧର୍ମଗଡ କ୍ରିୟାନୁଷ୍ଠାନ କମିଟି କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେଓ, ସାଂସଦ ସୁଜିତ କୁମାର ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଙ୍କୁ ଭେଟି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ପୂର୍ବତନ କେନ୍ଦ୍ର ରେଲ ମନ୍ତ୍ରୀ ତଥା ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କୁ ମଧ୍ୟ ଭେଟି ଧର୍ମଗଡ କୁ ରେଳପଥ ସମ୍ପ୍ରସାରଣ ନେଇ ସହଯୋଗ ପାଇଁ ଅନୁରୋଧ କରାଯିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। 

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts