ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ମାଣିକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୭ତମ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ତ୍ୱରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସମ୍ମାନିତ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଆଦିକାରୀ ତପିମାନି ଜାନୀ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କଲ୍ୟାଣୀ ଦାଶ ଏବଂ ମୁଖ୍ୟ ବକ୍ତା ମନୋଜ ରଥ ଯୋଗ ଦେଇଥିଲେ।
ବିଦ୍ୟାଳୟର ଛାତ୍ରୀ ମାନେ ସୁମଧୁର କଣ୍ଠରେ ସ୍ୱାଗତ ସଂଗୀତ ପରିବେଶନ କରିଥିଲେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ବିଦ୍ୟାଳୟର ଚଲିତ ବର୍ଷର ବିବଋଣୀ ପାଠ କରିଥିଲେ ବିଭିନ୍ନ ପ୍ରତିଯୋଗୀତାରେ ବିଜେତା ହୋଇଥିବା ଛାତ୍ରଛାତ୍ରୀ ମାନେ ସମ୍ମାନିତ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ରାଜୁ କୁମାର ସାହୁ, ପ୍ରତିଭା ସାହୁ ଓ ସସ୍ମିତା ପଧାନ ପରିଚାଳନା କରିଥିଲେ ।
ବରିଷ୍ଠ ଶିକ୍ଷକ ଦେବୀ ପ୍ରସାଦ ଅଚାରୀ ଏବଂ ଗୀତାଞ୍ଜଳି ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ ଅତିଥି ମାନଙ୍କର କରକମଳରେ ବିଦ୍ୟାଳୟର ବାର୍ଷିକ ପତ୍ରିକା “ଶର୍ବାଣୀ” ଉନ୍ମେଚନ ହୋଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଆଶୁତୋଷ ଦୁବେ, ତମସା ମହାପାତ୍ର,ଜଗମୋହନ ବିଶ୍ୱାଳ, ଉଦିତ ପ୍ରତାପ ସିଂ, ହୃଦୟ ରଞ୍ଜନ ଜଗଦଲା, ଶିକ୍ଷୟତ୍ରୀ ପ୍ରଗତି ସେଠ, ଗୀତାଞ୍ଜଳି ନାଏକ ସୂଦୀପ୍ତା ଦାଶ, ଆନନ୍ଦିନୀ ଠାକୁର ଟିଲୋତ୍ତମା ବାରିକ, ସୋଫିକା ପ୍ରଧାନ, ଆକାଂକ୍ଷା ସାହୁ, ଶୁଭଶ୍ରୀ ମହାନ୍ତି, ସୁଦେଷ୍ଣା ନାୟକ ରଙ୍ଗରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟାକ୍ରମକୁ ଶିକ୍ଷୟତ୍ରୀ ନିରୁପମା ମଲ୍ଲିକ, ସ୍ୱପ୍ନା ପ୍ରଧାନ, ହେମା ସାଠୁଆ, ଲୋକନାଥ ନାଏକ, ପୁଷ୍ପାଞ୍ଜଳି ବେହେରା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୋକୁଳ ଚନ୍ଦ୍ର ସାହୁ, ଧବଳେଶ୍ୱର ସିଂ, ସଂଜୀବ ଗୌଡ଼, ନରେଶ ମାଝୀ ସହଯୋଗ କରିଥିଲେ। ପରିଶେଷରେ ବରିଷ୍ଠ ଶିକ୍ଷକ ରାଜୁ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ

