ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜିଲ୍ଲାବାସୀଙ୍କୁ ୮୯୧. ୩୯ କୋଟି ଟଙ୍କା ବିନିମୟରେ ୩୬୧୨ ଗୋଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ଘୋଷଣା କରିଛନ୍ତି। ଆଞ୍ଚଳିକ ବୈଷମ୍ୟ ନୁହେଁ ବରଂ ରାଜ୍ୟର ସବୁ ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ।
ଚାଷୀ, ଯୁବବର୍ଗ ସମସ୍ତଙ୍କୁ ପ୍ରାଥମିକତା ଦେବା ସହିତ ପ୍ରଧାନମନ୍ତ୍ରୀଙ୍କ ବିକାଶ ଭି ବିରାସତ ଭି ଆହ୍ୱାନକୁ ସ୍ୱୀକାର କରିବାରେ ଆମ ସରକାର ଆଗରେ ଅଛନ୍ତି। ରାଜ୍ୟର ବରପୁତ୍ରମାନଙ୍କୁ ସମ୍ମାନ ଓ ସେମାନଙ୍କ ସ୍ମୃତିରକ୍ଷା କରିବା, କଳା, ସଂସ୍କୃତି ସହିତ ବିକାଶକୁ ଆଗେଇନେବା ଆମ ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। କଳାହାଣ୍ଡିବାସୀଙ୍କ ଭଲ ପାଇବା ମୋତେ ଅଭିଭୂତ କରିଛି, ଏ ଜିଲ୍ଲାରୁ ଆମ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନାର ଆରମ୍ଭ କରିଥିଲେ। କୃଷି ଓ ଅନ୍ୟାନ୍ୟ ପ୍ରକଳ୍ପ ସ୍ଥାପନ ସହିତ ସମସ୍ତଙ୍କ ସହଭାଗିତା ଉପରେ ଏ ଜିଲ୍ଲା ଏ ରାଜ୍ୟର ବିକାଶ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟ ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି। ଜିଲ୍ଲାର ସମସ୍ୟା ସହିତ ସମାଧାନ ଦିଗରେ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିବା ସହିତ ଜିଲ୍ଲାର ଇନ୍ଦ୍ରାବତୀ, ରାହୁଲ, ଉତେଇ, ସାନ୍ଦୁଲ ନଦୀ ଦ୍ୱାରା ଜଳସେଚନ ମାର୍ଗ ପ୍ରଶସ୍ତ ହେବ ଏବଂ ରାଜ୍ୟର ଏକ ନମ୍ବର ଧାନ ଉତ୍ପାଦନକାରି ଜିଲ୍ଲା ଭାବେ କଳାହାଣ୍ଡି ପରିଚୟ ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ମା ମାଣିକେଶ୍ବରୀଙ୍କ ଦର୍ଶନ କରି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସଚିନ ପାୱାର ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ସୋମା ମହାପାତ୍ର ସଭା ପରିଚାଳନା କରିଥିଲେ। ଜିଲ୍ଲାପାଳ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରApril 21, 2026ଭଗବାନ ପର୍ଶୁରାମ ଜୟନ୍ତୀ ପାଳିତ
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା

