ନ୍ୟୁଜଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ଠାରେ କୋକସରା ବ୍ଲକ ପେନସନ୍ ଗ୍ରାହୀ ସଂଘର ସାଧାରଣ ବୈଠକ,ଓ ସମ୍ବର୍ଦ୍ଧନା ସହ ନୂତନ କମିଟି ଗଠିତ । ପେନସନ୍ ଗ୍ରାହୀ ସଂଘର ସଭାପତି ତ୍ରିନାଥ ଠାକୁର ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମଗଡ଼ ବିଧାୟକ ସୁଧିର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କଳାହାଣ୍ଡି ଅମଲା ସଂଘ ଉପଦେଷ୍ଟା କେଶରୀ ଦଳେଇ ମୁଖ୍ୟବକ୍ତା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶରତ ଚନ୍ଦ୍ର ନାଏକ, କେଶବ ଲାଲ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ୮୦ ବର୍ଷରୁ ଉର୍ଦ୍ଧ୍ବ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ରେ ପେନସନ୍ ଗ୍ରାହୀ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଧର୍ମଗଡ଼ ବିଧାୟକ ଙ୍କୁ ପେନସନ୍ ଗ୍ରାହୀ ସଂଘ ନିମନ୍ତେ ସ୍ଥାୟୀ ଗୃହ ନିର୍ମାଣ ପାଇଁ ପାଣ୍ଠି ଯୋଗାଇ ଦେବାକୁ ସଂଘ ପକ୍ଷରୁ ନିବେଦନ କରିଥିଲେ। ଏହି ଅବସରରେ ଜିଲ୍ଲା କର୍ମକର୍ତ୍ତା ଙ୍କ ଉପସ୍ଥିତ ରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଂଘର ସଭାପତି ଭାବରେ ଲକ୍ଷ୍ମଣ ଶବର ମନୋନୀତ ହୋଇଥିବା ବେଳେ ଉପ-ସଭାପତି ଗରୁଡ ଧ୍ଵଜ ମାଝୀ, ସମ୍ପାଦକ ଶ୍ରୀନିବାସ ପ୍ରଧାନୀ, ସହ ସମ୍ପାଦକ ଗଣେଶ୍ୱର ସତନାମି କୋଷାଧ୍ୟକ୍ଷ ଧବଳେଶ୍ଵର ବାଗ, ଉପଦେଷ୍ଟା କମିଟିରେ ମିନି କେତ ପ୍ରଧାନୀ, ତ୍ରିନାଥ ଠାକୁର, ଗୁଣନିଧି ବାଗ, ଗରୁଡ଼ ବାଗ, ବୁଟୁନାଥ ସରାବୁ, ପ୍ରମୁଖ ମନୋନୀତ ହୋଇଥିଲେ। କାର୍ଯ୍ୟକାରୀ କମିଟି ରେ ମୁକ୍ତେଶ୍ଵର ପଟ୍ଟନାୟକ, ତରୁଲତା ରାଉତ, ପ୍ରହଲ୍ଲାଦ ଠାକୁର, ତୁଲସୀ ଜାଲ, ଅଶୋକ ଦାସ, ଅଶୋକ ପୁଝାରୀ, ଡମ୍ବରୁଧର ସରାଫ, ବିଘ୍ନେଶ୍ୱର ପୁରୋହିତ ପ୍ରମୂଖ ଙ୍କୁ ମନୋନୀତ କରାଯାଇଛି । ଏଥିରେ ଅଞ୍ଚଳର ଅନେକ ଅବସର ପ୍ରାପ୍ତ କର୍ମଚାରୀ ସାମିଲ ହୋଇଥିଲେ । ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

