Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
କାର୍ଯ୍ୟକ୍ରମ ରେ ପେନସନ୍ ଗ୍ରାହୀ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଧର୍ମଗଡ଼ ବିଧାୟକ ଙ୍କୁ ପେନସନ୍ ଗ୍ରାହୀ ସଂଘ ନିମନ୍ତେ ସ୍ଥାୟୀ ଗୃହ ନିର୍ମାଣ ପାଇଁ ପାଣ୍ଠି ଯୋଗାଇ ଦେବାକୁ ସଂଘ ପକ୍ଷରୁ ନିବେଦନ କରିଥିଲେ। ଏହି ଅବସରରେ ଜିଲ୍ଲା କର୍ମକର୍ତ୍ତା ଙ୍କ ଉପସ୍ଥିତ ରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଂଘର ସଭାପତି ଭାବରେ ଲକ୍ଷ୍ମଣ ଶବର ମନୋନୀତ ହୋଇଥିବା ବେଳେ ଉପ-ସଭାପତି ଗରୁଡ ଧ୍ଵଜ ମାଝୀ, ସମ୍ପାଦକ ଶ୍ରୀନିବାସ ପ୍ରଧାନୀ, ସହ ସମ୍ପାଦକ ଗଣେଶ୍ୱର ସତନାମି କୋଷାଧ୍ୟକ୍ଷ ଧବଳେଶ୍ଵର ବାଗ, ଉପଦେଷ୍ଟା କମିଟିରେ ମିନି କେତ ପ୍ରଧାନୀ, ତ୍ରିନାଥ ଠାକୁର, ଗୁଣନିଧି ବାଗ, ଗରୁଡ଼ ବାଗ, ବୁଟୁନାଥ ସରାବୁ, ପ୍ରମୁଖ ମନୋନୀତ ହୋଇଥିଲେ। କାର୍ଯ୍ୟକାରୀ କମିଟି ରେ ମୁକ୍ତେଶ୍ଵର ପଟ୍ଟନାୟକ, ତରୁଲତା ରାଉତ, ପ୍ରହଲ୍ଲାଦ ଠାକୁର, ତୁଲସୀ ଜାଲ, ଅଶୋକ ଦାସ, ଅଶୋକ ପୁଝାରୀ, ଡମ୍ବରୁଧର ସରାଫ, ବିଘ୍ନେଶ୍ୱର ପୁରୋହିତ ପ୍ରମୂଖ ଙ୍କୁ ମନୋନୀତ କରାଯାଇଛି । ଏଥିରେ ଅଞ୍ଚଳର ଅନେକ ଅବସର ପ୍ରାପ୍ତ କର୍ମଚାରୀ ସାମିଲ ହୋଇଥିଲେ । ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Editor, News Gallery Mob: 9439506580 Email: newsgallery.in@gmail.com
