ୟୁଏଏସ ପୋର୍ଟାଲକୁ ଶିକ୍ଷକ ସଂଘର ବିରୋଧ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ୟୁନିଫାଏଡ ଅଟୋମେସନ ସିଷ୍ଟମ (ୟୁଏଏସ୍) ର ଏକ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଲୟ  କୁ ରେଲି କରିଥିଲେ।ଏହି ରେଲି ରେ ରାଜ୍ୟ ସଭାପତି (ଏ ୟୁ ପି ଟି ଏଫ )ଧୀରେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଭୂମିକା ଗ୍ରହଣ କରି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସଂଘ ସଭାପତି ମଧୁସୂଦନ ପ୍ରଧାନ ଓ ସମ୍ପାଦକ ପ୍ରଦ୍ୟୁମ୍ନ ହୋତା ନେତୃତ୍ୱରେ ସଂଘ ର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଓ ଭବାନୀପାଟଣା ବ୍ଲକ୍ ର ୩୦୦ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଭବାନୀପାଟଣା ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରି ଆଚାରି ଶବର ଙ୍କୁ ଏକ ଦାବିପତ୍ର ପ୍ରଧାନ କରି ଥିଲେ ।ଏହି ଶୋଭା ଯାତ୍ରା ରେ ସଦର ବ୍ଲକ ଉପ ସଭାପତି ବେଣୁଧର ବିଶ୍ଵାଳ ଉପଭାନେତ୍ରୀ ସୁପ୍ରଭା ପଟ୍ଟନାୟକ ଯୁଗ୍ମ ସମ୍ପାଦକ ପିତାମ୍ବର ସାହୁ,ବିଶ୍ଵନାଥ ପଣ୍ଡା,ଶଙ୍କର ବିଶି, ଉପସଭାନେତ୍ରି ବସୁମତୀ ସାହୁ କୋଷଧଖୟ କୁଞ୍ଜବିହାରୀ ମିଶ୍ର ବ୍ଲକ ସଂଯୋଜକ ଦୁଷ୍ମନ୍ତ ସାହୁ ,ମାରମର୍ଷ ଦାତା ସୁଶାନ୍ତ ସ୍ୱାଇଁ,ଅରୁଣ ବିଶ୍ୱି,ବାଞ୍ଛାନିଧି ମିଶ୍ର,ପ୍ରଫୁଲ୍ଲ ଠାକୁର,ଜାକିର ମହମ୍ମଦ,ସୁଂହରଟ ଜନ୍ସେନ, ତ୍ରିଲୋଚନ ସାହୁ, ଦୁର୍ଗା ଅଚ୍ୟାରି,ଦାମୋଦର ଚନ୍ଦନ,ନିତ୍ୟାନନ୍ଦ ରଣା,କାଳିନ୍ଦ୍ରି ସ୍ୱାଇଁ,ପ୍ରମୋଦ ମୁଦୁଲି,ବିଶ୍ୱଜିତ୍ ରାଏ ଜିଲ୍ଲା ପୋର୍ କମିଟି ସଦସ୍ୟ ସୋଗେଶ୍ୱର୍ ମିଶ୍ର ଓ ଅମରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିରାଟ ଶୋଭା ଯାତ୍ରାକୁ ସଫଳ କରି ଥିଲେ । ପୋଟାଲକୁ ବିରୋଧ କରାଯାଇଛି । ସେଥିରେ ଶିକ୍ଷକ ସଂଘ ଦର୍ଶାଇଛି ସରକାର ପ୍ରାଥମିକ ଶିକ୍ଷା ବେବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରୟାସ କରୁଛନ୍ତି ଏହା ସ୍ଵାଗତ ଯୋଗ୍ୟ ପଦକ୍ଷେପ ମାତ୍ର ବିଦ୍ୟାଳୟ ଗୁଡ଼ିକରେ ଭିତ୍ତିଭୂମି ସୁଦୃଢ ନକରି ନୂତନ ଶିକ୍ଷକ ନିଯୁକ୍ତି ନକରି ସରକାର ଅନେକ ଅଣଶୈଖିକ କାର୍ଯ୍ୟ ଶିକ୍ଷକମାନଙ୍କ ଉପରେ ଲଦି ଦେଉଛନ୍ତି 1 ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ବିଦ୍ୟାଳୟ ମାନଙ୍କରେ ଚଳିତ ବର୍ଷରୁ ଶିଶୁ ବାଟିକା ଶ୍ରେଣୀକୁ ନୂତନ ଭାବେ ଯୋଗ କରାଯାଇଛି । ଶିକ୍ଷାଦାନ ପାଇଁ ନୂତନ ଶିକ୍ଷକ ନିଯୁକ୍ତି କରାଯାଇନାହିଁ । ଅଧୂକାଂଶ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଅନୁପାତରେ ଶିକ୍ଷକ ନାହାଁନ୍ତି । ଏହା ବ୍ୟତୀତ ବିଦ୍ୟାଳୟରେ ୟୁଏଏସ ବ୍ୟବସ୍ଥା ପ୍ରଚଳନ କରି ବା ପାଇଁ ସରକାର ନିର୍ଦ୍ଦେଶ ଦେଇଚନ୍ତି ବିଦ୍ୟାଳୟରେ ୟୁଏଏସ ବ୍ୟବସ୍ଥା କରାଗଲେ ଶିକ୍ଷକମାନେ ଅଧିକାଂଶ ସମୟ ବ୍ୟସ୍ଥ ରହିବେ ଫଳରେ ଶିକ୍ଷଣ ଓ ଶିକ୍ଷାଦାନ କାର୍ଯ୍ୟ ବ୍ୟାହତ ହେବ । ସରକାରଙ୍କ ପକ୍ଷରୁ ଶିକ୍ଷକ ମାନଙ୍କୁ ଯେଉଁ ଟାବଲେଟ୍ ଯୋଗାଇ ଦିଆଯାଇଥିଲା ତାହା ଚାର୍ଜ ରଖୁଥିବା ବେଳେ ସଠିକ୍ ଭାବରେ କାର୍ଯ୍ୟ କରୁନାହିଁ । ଶିକ୍ଷକମାନଙ୍କ ପାଖରେ ଯେଉଁ ସେମାନଙ୍କର ବ୍ୟକ୍ତିଗତ ମୋବାଇଲ ରହିଛି ସେମାନେ ନିଜସ୍ଵ ଖର୍ଚ୍ଚରେ ଡାଟା ପ୍ୟାକ୍ ପକାଇ ସରକାର କାର୍ଯ୍ୟ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଅନେକ ବିଦ୍ୟାଳୟରେ ବିଦ୍ୟୁତ ନଥିବା ବେଳେ ଦିନସାରା ନେଟୱର୍କର ସମସ୍ୟା ଲାଗିରହିଛି । ଭାରତ ବର୍ଷର ସର୍ବନିମ୍ନ ଗ୍ରେଡ୍ ପେଏ ହାରରେ ଦରମା ପାଉଥିବା ପ୍ରାଥମିକ ଶିକ୍ଷକମାନଙ୍କୁ ଆର୍ଥିକ ଓ ମାନ ସି କ ଭାବେ ଚପଗ୍ରସ୍ଥ କରାନଯାଇ ଏହି ସବୁ ଘଟଣାକୁ ସରକାର ବିଚାରକୁ ନେଇ ସମାଧାନ କରିବା ପରେ ୟୁଏଏସ ପୋର୍ଟାଲ ଲାଗୁ କରିବା ପାଇଁ ଶିକ୍ଷକ ସଂଘ ଦାବି କରିଛି ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com