ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଯୁବକବି ହେମସାଗର ମହାନନ୍ଦଙ୍କ ଇଂରାଜୀ କବିତା ସଂକଳନ ‘ଲେସନ୍ସ ଫର ଲାଇଫ : ପୋଏମ୍ସ ଫର ଏଭ୍ରି ଷ୍ଟେଜ ଅଫ ଲର୍ଣ୍ଣିଂ’ ଭବାନୀପାଟଣା ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଖେଳ ପଡିଆ ଠାରେ ଉନ୍ମୋଚିତ ହୋଇଯାଇଛି। ୬୯ତମ ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ୍ ବାଳିକା ଫୁଟବଲ୍ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଏହି ପୁସ୍ତକ ଉନ୍ମୋଚନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳ ସଚିନ ପୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବିଶିଷ୍ଟ ବାଗ୍ମୀ ଡ. ଶିବପ୍ରସାଦ ବେହେରା, ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ପବିତ୍ର ମୋହନ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଯୁଗଳ ପୋଢ଼, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଜୟଶଙ୍କର ନାଏକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ପ୍ରମୁଖ ଯୋଗଦାନ କରିଥିଲେ। କବି ହେମସାଗର ମହାନନ୍ଦ ନିଜେ ମଞ୍ଚାସୀନ ଥିବା ବେଳେ ରାଜ୍ୟ ଅଧିକାରୀ ନିରଞ୍ଜନ ଶତପଥୀ ଓ ଯୁବ ଲେଖକ ଡିଲେଶ୍ୱର ରଣା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଅନ୍ତର୍ଜାତୀୟ ପ୍ରକାଶନ ସଂସ୍ଥା ୟୁରାନିଆ ପବ୍ଲିଶିଂ ହାଉସ୍ ପକ୍ଷରୁ ପ୍ରକାଶିତ ଏହି ସଂକଳନରେ ସମ୍ମାନ, ସାଧୁତା, ଅଧ୍ୟବସାୟ, ପରିବେଶ ସଂରକ୍ଷଣ, ଆତ୍ମବିଶ୍ୱାସ ଆଦି ମୂଲ୍ୟବୋଧକୁ ନେଇ ରଚିତ କବିତାଗୁଡ଼ିକ ସ୍ଥାନ ପାଇଛି। ପ୍ରତ୍ୟେକ କବିତା ନୈତିକ ଶିକ୍ଷା ବହନ କରି ପାଠକଙ୍କୁ ସହାନୁଭୂତିଶୀଳ, ସାହସୀ, ଚିନ୍ତକ ଓ ସକାରାତ୍ମକ ପରିବର୍ତ୍ତନର ବାହକ ହେବାକୁ ପ୍ରେରଣା ଯୋଗାଉଛି। ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଶିକ୍ଷା କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରୁଥିବା ଶ୍ରୀ ମହାନନ୍ଦ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ପୁରସ୍କାରରେ ସମ୍ମାନିତ ହୋଇସାରିଛନ୍ତି। ଶିଶୁ ଓ ଯୁବପିଢ଼ିଙ୍କ ମନରେ ସଦଗୁଣର ଅଙ୍କୁରୋଦଗମ ଏହି ପୁସ୍ତକର ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

