Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ଶାରୀରିକ ଶିକ୍ଷା ସହ ନିର୍ଦ୍ଦେଶକ ଜ୍ୟୋତିପ୍ରସାଦ ପରିଡ଼ା ବାର୍ଷିକ ବିବରଣୀ ପଠନ କରିଥିଲେ। ଏ ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦଙ୍କ ପୁସ୍ତକ ‘ ଲେସନ୍ ଫର୍ ଲାଇଫ ‘ ଉନ୍ମୋଚିତ ହୋଇଥିଲା। ଓଏଭି କେସିଙ୍ଗା ଓ ଭବାନୀପାଟଣାର ଛାତ୍ରଛାତ୍ରୀ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଛାତ୍ରଛାତ୍ରୀ ଫିଜିକାଲ୍ ଡିସ୍ପ୍ଲେ ପ୍ରଦର୍ଶନ କରିଥିଲେ। ଏ ଅବସରରେ ଫ୍ଲାଗ ମାର୍ଚ ଆଉ ଶପଥ ପାଠ ହୋଇଥିଲା। ଚାରିଦିନ ଧରି ଏହା ୦୨ ଡ଼ିସେମ୍ବରରୁ ୦୫ ତାରିଖ ଯାଏଁ ଆୟୋଜିତ ହେବ। ସମସ୍ତ ବାଳିକା ପ୍ରତିଯୋଗୀମାନଙ୍କ ମଧ୍ୟରେ ଫୁଟବଲ୍ ପ୍ରତିଯୋଗିତା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍, ସ୍ପୋର୍ଟସ ହଷ୍ଟେଲ ପଡିଆ ଓ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଖେଳ ପଡ଼ିଆଠାରେ ଜାରି ରହିବ । କାର୍ଯ୍ୟକ୍ରମରେ ରାଜ୍ୟ ଅଧିକାରୀ ନିରଞ୍ଜନ ଶତପଥୀ ଓ ସିଆରସିସି ଡିଲେଶ୍ୱର ରଣା ମଂଚ ପରିଚାଳନା କରିଥିବା ବେଳେଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ ଧନ୍ୟବାଦ ଦର୍ପଣ କରିଥିଲେ। ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ତଥା ବିଶିଷ୍ଟ ଲୋକ କଳାକାର ସର୍ବେଶ୍ଵର ଭୋଇ ଓ ନୀଳାଞ୍ଚନ ପାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ଆୟୋଜନ କମିଟିର ସଦସ୍ୟ ସଦସ୍ୟା, ଡିଇଓ ଏବଂ ଡିପିସି କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
