ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ର ସମସ୍ତ କୋର୍ଟ ପରିସର ରେ ଆସନ୍ତା ଡିସେମ୍ବ ର ୧୩ ତାରିଖ ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଆଦାଲତ ଅନୁଷ୍ଠିତ ହେବ।ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଅଧ୍ୟକ୍ଷ ଅନୁପ ରଞ୍ଜନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସଚିବ ସ୍ନିଗ୍ଧା ପଣ୍ଡା ଏହି ସୂଚନା ଦେଇଛନ୍ତି। ବିଚାରପତି ମାନେ ଏହି ଲୋକ ଅଦାଲତ ରେ ଉପସ୍ଥିତ ରହି ପଞ୍ଜୀକୃତ ହୋଇଥିବା ଦେୱାନୀ, ଫୌଜଦାରୀ, ପାରିବାରିକ, ମୋଟରଜାନ ଦୁର୍ଘଟଣା, ବ୍ୟାଙ୍କ ଋଣ ଜନିତ ମାମଲା ଗୁଡିକ ର ଫାଇସ୍ଲା କରିବେ। ଏହା ସହ ଅବହାଳିତ, ଦରିଦ୍ର ଶ୍ରେଣୀ, ଗ୍ରାମାଞ୍ଚଳର ଲୋକେ ଏହି ଲୋକ ଅଦାଲତରେ ବିନା ମୂଲ୍ୟରେ ନ୍ୟାୟ ପାଇ ପାରିବେ। ଲୋକ ଅଦାଲତ ମାଧ୍ୟମରେ ଅସମାହିତ ମକଦ୍ଦମା ର ଫାଇସ୍ଲା କରାଯିବ। ଜନସାଧାରଣ କୌଣସି ଭୟବିତ ନ ହୋଇ ଏହି ଅଦାଲତର ଲାଭ ଉଠାନ୍ତୁ। ଏହି ସଂକ୍ରାନ୍ତରେ ସବିଶେଷ ବିବରଣୀ ନିମନ୍ତେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଆଇନ ସେବା ପ୍ରାଧିକାରଣ, ଧର୍ମଗଡ ତାଳୁକ ଆଇନ ସେବା ସମିତି, ଏମ ରାମପୁର, କେସିଙ୍ଗା, କୋକସରା, ଜୟପାଟଣା, ଜୁନାଗଡ଼, ଥୁଅମୂଳ ରାମପୁର ସହ ଯୋଗାଯୋଗ କରିବା କୁ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ପକ୍ଷରୁ ସୂଚନା ଦିଆଯାଇଛି।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

