ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ର ସମସ୍ତ କୋର୍ଟ ପରିସର ରେ ଆସନ୍ତା ଡିସେମ୍ବ ର ୧୩ ତାରିଖ ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଆଦାଲତ ଅନୁଷ୍ଠିତ ହେବ।ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଅଧ୍ୟକ୍ଷ ଅନୁପ ରଞ୍ଜନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସଚିବ ସ୍ନିଗ୍ଧା ପଣ୍ଡା ଏହି ସୂଚନା ଦେଇଛନ୍ତି। ବିଚାରପତି ମାନେ ଏହି ଲୋକ ଅଦାଲତ ରେ ଉପସ୍ଥିତ ରହି ପଞ୍ଜୀକୃତ ହୋଇଥିବା ଦେୱାନୀ, ଫୌଜଦାରୀ, ପାରିବାରିକ, ମୋଟରଜାନ ଦୁର୍ଘଟଣା, ବ୍ୟାଙ୍କ ଋଣ ଜନିତ ମାମଲା ଗୁଡିକ ର ଫାଇସ୍ଲା କରିବେ। ଏହା ସହ ଅବହାଳିତ, ଦରିଦ୍ର ଶ୍ରେଣୀ, ଗ୍ରାମାଞ୍ଚଳର ଲୋକେ ଏହି ଲୋକ ଅଦାଲତରେ ବିନା ମୂଲ୍ୟରେ ନ୍ୟାୟ ପାଇ ପାରିବେ। ଲୋକ ଅଦାଲତ ମାଧ୍ୟମରେ ଅସମାହିତ ମକଦ୍ଦମା ର ଫାଇସ୍ଲା କରାଯିବ। ଜନସାଧାରଣ କୌଣସି ଭୟବିତ ନ ହୋଇ ଏହି ଅଦାଲତର ଲାଭ ଉଠାନ୍ତୁ। ଏହି ସଂକ୍ରାନ୍ତରେ ସବିଶେଷ ବିବରଣୀ ନିମନ୍ତେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଆଇନ ସେବା ପ୍ରାଧିକାରଣ, ଧର୍ମଗଡ ତାଳୁକ ଆଇନ ସେବା ସମିତି, ଏମ ରାମପୁର, କେସିଙ୍ଗା, କୋକସରା, ଜୟପାଟଣା, ଜୁନାଗଡ଼, ଥୁଅମୂଳ ରାମପୁର ସହ ଯୋଗାଯୋଗ କରିବା କୁ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ପକ୍ଷରୁ ସୂଚନା ଦିଆଯାଇଛି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

