ନ୍ୟୁଜଗ୍ୟାଲେରି,କବିସୂର୍ଯ୍ୟନଗର: ଓଡ଼ିଶା କର୍ମଜୀବି ସାମ୍ୱାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମର ଗୁରୁତ୍ୱ, ଦାୟିତ୍ୱ ଓ ନିରପେକ୍ଷତାକୁ ମନେ ପକାଇବା ସହ ଜାତୀୟ ସାମ୍ବାଦିକ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ ଲକି କଲ୍ୟାଣ ମଣ୍ଡପଠାରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ଶହ ଅନୁ ବନ୍ଧିତ ଭରତୀୟ ସାମ୍ୱାଦିକ ସଂଘ ଓ ମିଡିଆ ହାଉସ, କବିସୂର୍ଯ୍ୟନଗରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ସାମ୍ବାଦିକ ନାରାୟଣୀ ପ୍ରସାଦ ମିଶ୍ର ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି।
ଉତ୍ସବ ରେ ଭାରତିୟ ସାମ୍ୱାଦିକ ସଂଘ ର ଜାତୀୟ ସାଧାରଣ ସମ୍ପାଦକ ତଥା ଆନ୍ଧ୍ରପ୍ରଦେଶରୁ ଆସିଥିବା ଡି. ସୋମା ସୁନ୍ଦର ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ମୁଖ୍ୟବକ୍ତା ଭାବେ OUWJର ରାଜ୍ୟ ସମ୍ପାଦକ ନିରଞ୍ଜନ ବିଶ୍ୱାଳ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ତହସିଲଦାର ରବୀନ ଚର୍ଚ୍ଚିଲ ମିଶ୍ର, ଅତିରିକ୍ତ ତହସିଲଦାର ମନ୍ମଥ ବେହେରା, ଥାନା ଅଧିକାରୀ ସଞ୍ଜିତ କୁମାର ବେହେରା, IJU ଜାତୀୟ ପରିଷଦ ସଦସ୍ୟ ଅଭିଷେକ ପ୍ରସାଦ ସିଂ, ଧନେଶ୍ୱର ମହାରଣା, ପୌରପାଳିକା ଅଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ “ଏଆଇ ଯୁଗରେ ସାମ୍ବାଦିକତା ବରଦାନ ନା ଅଭିଶାପ” ଶୀର୍ଷକ ଆଲୋଚନାଚକ୍ରରେ ଅତିଥିମାନେ ନିଜ ନିଜର ମତ ରଖିଥିଲେ। ଆଧୁନିକ ଯୁଗରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇର ବ୍ୟବହାର ସାମ୍ବାଦିକତା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରୁଥିବା ବେଳେ ଏହାର ସଠିକ୍ ଓ ନୈତିକ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ସତ୍ୟ ଖବର ପରିବେଷଣ, ନିରପେକ୍ଷତା ଓ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱ ହିଁ ସାମ୍ବାଦିକତାର ମୂଳ ପରିଚୟ ବୋଲି ମତ ପ୍ରକାଶ ପାଇଥିଲା।
ଶିକ୍ଷକ ଦିବାକର ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ସମେତ ବଲାଙ୍ଗୀର ଜିଲ୍ଲା ସଭାପତି ଜନାବ୍ ଖାନ୍ , ନୂଆପଡ଼ା ଜିଲ୍ଲା ସଭାପତି କେଦାରନାଥ ଜଗତ,
କଳାହାଣ୍ଡି ଜିଲ୍ଲା ସଭାପତି ହେମନ୍ତ କୁମାର ରାୟ ସମେତ ସାରା ଓଡ଼ିଶାରୁ ବହୁ ସାମ୍ବାଦିକ ଯୋଗଦେଇଥିଲେ। ମିଡିଆ ହାଉସ ପକ୍ଷରୁ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଉପଢୌକନ ଓ ସ୍ମୃତିଚିହ୍ନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କବୟତ୍ରୀ ମୁନି ଶତପଥୀ ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର କବିତା ପାଠ କରିଥିଲେ।
ଏହି ଅବସରରେ ମଞ୍ଚାସୀନ ଅତିଥିମାନଙ୍କ ସହ ବୁଢ଼ାମ୍ବ ସରପଞ୍ଚ ସୁଜିତା ପଣ୍ଡା, ବାଉଁଶିଆ ସରପଞ୍ଚ ମିନତୀ କୁମାରୀ ଦାସ ଓ ଗାଙ୍ଗପୁର ସମିତି ସଭ୍ୟା ଚଞ୍ଚଳି ନାହାକଙ୍କୁ ଶ୍ରେଷ୍ଠ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ନିଜ ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏଥିସହ ବହୁ ସରପଞ୍ଚ, ସମିତି ସଭ୍ୟ, ଶିକ୍ଷକ, ଶିକ୍ଷାବିତ୍ ଓ ସମାଜସେବୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ସାମ୍ବାଦିକ ସରୋଜ କୁମାର ମିଶ୍ର, ପୀତବାସ ଦାଶ, ବିବେକାନନ୍ଦ ସାହୁ, କୃପାସିନ୍ଧୁ ସ୍ୱାଇଁ ଓ କୃଷ୍ଣ ନାହାକ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ସୀମାଞ୍ଚଳ ପାଣି, ପ୍ରଣୟ ମହାପାତ୍ର, ପ୍ରଦୀପ କୁମାର ସ୍ୱାଇଁ, ସରୋଜ ରେଡ୍ଡୀ ଓ ଆଦିତ୍ୟ ନାଥ ତ୍ରିପାଠୀ ସହଯୋଗ କରିଥିଲେ। ଆସିକା, ପୁରୁଷୋତ୍ତମପୁର, କୋଦଳା, ବେଗୁନିଆପଡ଼ା, ରଙ୍ଗେଇଲୁଣ୍ଡା ଓ ପୋଲସରା ଅଞ୍ଚଳର ବହୁ ସାମ୍ବାଦିକଙ୍କ ଉପସ୍ଥିତିରେ ଉତ୍ସବଟି ସଫଳତାର ସହ ସମାପନ ହୋଇଥିଲା।
Latest entries
ଜିଲ୍ଲା ଖବରNovember 17, 2026ଓଡ଼ିଶା କର୍ମଜୀବି ସାମ୍ୱାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ପାଳିତ
ଜିଲ୍ଲା ଖବରNovember 14, 2026ଉନ୍ନୟନ ସମନ୍ନୟ ଏବଂ ପର୍ଯ୍ୟାଲୋଚନା ସମିତି (ଦିସା) ବୈଠକ
ଜିଲ୍ଲା ଖବରNovember 13, 2026ମାଣ୍ଡିଆ ଚାଷ ନାଁରେ ଦୁର୍ନୀତି ଅଭିଯୋଗ, ତଦନ୍ତ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀ
ଜିଲ୍ଲା ଖବରNovember 13, 2026ଯୁବଶକ୍ତିଙ୍କ ନେତୃତ୍ୱ ଓ ସୃଜନଶୀଳତା ହିଁ ବିକଶିତ ଭାରତର ମୂଳ ଆଧାର

