ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ରାଜବାଟି ଠାରେ ବ୍ରଜମୋହନ ସାହିତ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଗବେଷକ ଉମାଶଙ୍କର କର,ଡ. ଅଜୟ କୁମାର ମିଶ୍ର,ଭାରତ ଭୂଷଣ ଦେଓ,ବିଭୁତି ଭୂଷଣ ଦେଓ,ସୁମନ ରଥ, ହେମନ୍ତ ମୁଣ୍ଡ, ଭବାନୀ ଶଙ୍କର ନିଆଲ,ସଂଘ ମିତ୍ରା କାନୁନୁଗୋ,ଅର୍ଚନା ମିଶ୍ର,ବରିଷ୍ଠ ସାମ୍ବାଦିକ ରାଜକୁମାର ସିଂହଦେଓ,ଆନନ୍ଦିନୀ ପାତ୍ର,ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ରାୟ,ଅଶୋକ କୁମାର ନେଗୀ ,ସବିତା ଦାସ, ରବୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି ବୈଠକରେ ଅଗାମି ଦିନରେ ହେବାକୁଥିବା ବ୍ରଜମୋହନ ଦେଓ ଙ୍କ ଜନ୍ମ ବାର୍ଷିକତିଥି ରେ ସାହିତ୍ୟ ସାଂସଦ କାର୍ଯ୍ୟକ୍ରମ ରହିଛି ତାକୁନେଇ ଚର୍ଚ୍ଚା ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନେକ ବିଦ୍ୱାନ ବ୍ୟକ୍ତି ଉପସ୍ଥିତ ରହି ସମ୍ମାନ ପାତ୍ର ହେବାର ସୁଯୋଗ ପାଇପାରିବେ ବୋଳି ଏହି ବୈଠକରେ ଉପସ୍ଥାପନ କରାଯାଇଥିଲା।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

