ନ୍ୟୁଜ ଗ୍ୟାଲେରି, ମୋହନଗିରି:କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ସିଂହପୁର ପଞ୍ଚାୟତ ସିର୍କି ହେଜୁ ଗ୍ରାମର ଅଜିତ୍ ସୀକା ଗତ ବୁଧବାର ୧୨ ତାରିଖ ଦିନ ମ.ରାମପୁର ବସଷ୍ଟାଣ୍ଡ ନିକଟରେ ୬୮ କେଜି ଗଞ୍ଜେଇ ସହିତ ଗିରଫ ହୋଇଛି।ସୂଚନା ଅନୁଯାୟୀ କାମରେଙ୍ଗ, ମୋହନଗିରି ପଟୁ ମ.ରାମପୁର ଆଡ଼କୁ ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇ ମହେନ୍ଦ୍ରା ଲୋଗନ୍ କାର ଗାଡ଼ି ନ OR 19 L 5588 କୁ ଜବତ କରାଯାଇଛି।ଏବଂ ମ.ରାମପୁର ଅବକାରୀ ପି. ଆର୍ ନ ୨୬୨/୨୦୨୪/୨୫ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ ହୋଇଛି।ଏହି ଚଢ଼ାଉ ବେଳେ ଓ.ଆଇ.ସି ଦେବାଶିଷ ଶ୍ରିଦ୍ଧର,ଏ. ଏସ୍.ଆଇ. ଆର୍ତ୍ର ତ୍ରାଣ ବହିଦାର, ସିମାଞ୍ଚଲ ମାଝୀ,କନେଷ୍ଟବଳ ଡୁଲେଶ୍ୱର୍ ପଧାନ,ଦୈତାରି ତାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ।କିନ୍ତୁ ଏଠି ପ୍ରଶ୍ନ ଉଠୁଛି ମୋହନଗିରି ପୋଲିସ ଫାଣ୍ଡି ସିରକି ହେଜୁ ଗ୍ରାମ ଠାରୁ ତିନି କିଲୋମିଟର ଦୂର ଫାଣ୍ଡି ଏରିଆରେ ଥିବାବେଳେ ଏତେ ପରିମାଣରେ ଖୁଲମ୍ ଖୋଲା ଗଞ୍ଜେଇ ଚୋରା ଚାଲାଣ କେମିତି ହେଉଛି ଏବଂ କାହିଁକି ଟେର ପାଉନି ମୋହନଗିରି ପୋଲିସ ଫାଣ୍ଡି। ଯାହା ଫଳରେ ଅବକାରୀ ବିଭାଗ କୁ ବଡ଼ ସଫଳତା ମିଳୁଛି ହେଲେ ପୋଲିସ୍ କୁ ମିଳୁନି ଖବର ।
Latest entries
ଜିଲ୍ଲା ଖବରAugust 14, 2026ବିଜେଡିର ବୁଥ୍ ସ୍ତରୀୟ ଯୁବ-ଛାତ୍ର ସମ୍ମିଳନୀ
ଜିଲ୍ଲା ଖବରAugust 14, 2026ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ସଚେତନତା ରାଲି
ଜିଲ୍ଲା ଖବରAugust 12, 2026ରାସ୍ତା, ନାଲ ସସମସ୍ୟା ଥିବାରୁ ସଦର ବିଧାୟକ ସାଗର ଚରଣ ଦାସ ପଡ଼ା କୁ ପରୀଦର୍ଶନ
ଜିଲ୍ଲା ଖବରAugust 10, 2026ମୁଖ୍ୟମନ୍ତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘର ଦାବିପତ୍ର

