ମୋହନଗିରି ମ.ରାମପୁର ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ତରଫରୁ ଚଢାଉ

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି, ମୋହନଗିରି:କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ସିଂହପୁର ପଞ୍ଚାୟତ ସିର୍କି ହେଜୁ ଗ୍ରାମର ଅଜିତ୍ ସୀକା ଗତ ବୁଧବାର ୧୨ ତାରିଖ ଦିନ ମ.ରାମପୁର ବସଷ୍ଟାଣ୍ଡ ନିକଟରେ ୬୮ କେଜି ଗଞ୍ଜେଇ ସହିତ ଗିରଫ ହୋଇଛି।ସୂଚନା ଅନୁଯାୟୀ କାମରେଙ୍ଗ, ମୋହନଗିରି ପଟୁ ମ.ରାମପୁର ଆଡ଼କୁ ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇ ମହେନ୍ଦ୍ରା ଲୋଗନ୍ କାର ଗାଡ଼ି ନ OR 19 L 5588 କୁ ଜବତ କରାଯାଇଛି।ଏବଂ ମ.ରାମପୁର ଅବକାରୀ ପି. ଆର୍ ନ ୨୬୨/୨୦୨୪/୨୫ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ ହୋଇଛି।ଏହି ଚଢ଼ାଉ ବେଳେ ଓ.ଆଇ.ସି ଦେବାଶିଷ ଶ୍ରିଦ୍ଧର,ଏ. ଏସ୍.ଆଇ. ଆର୍ତ୍ର ତ୍ରାଣ ବହିଦାର, ସିମାଞ୍ଚଲ ମାଝୀ,କନେଷ୍ଟବଳ ଡୁଲେଶ୍ୱର୍ ପଧାନ,ଦୈତାରି ତାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ।କିନ୍ତୁ ଏଠି ପ୍ରଶ୍ନ ଉଠୁଛି ମୋହନଗିରି ପୋଲିସ ଫାଣ୍ଡି ସିରକି ହେଜୁ ଗ୍ରାମ ଠାରୁ ତିନି କିଲୋମିଟର ଦୂର ଫାଣ୍ଡି ଏରିଆରେ ଥିବାବେଳେ ଏତେ ପରିମାଣରେ ଖୁଲମ୍ ଖୋଲା ଗଞ୍ଜେଇ ଚୋରା ଚାଲାଣ କେମିତି ହେଉଛି ଏବଂ କାହିଁକି ଟେର ପାଉନି ମୋହନଗିରି ପୋଲିସ ଫାଣ୍ଡି। ଯାହା ଫଳରେ ଅବକାରୀ ବିଭାଗ କୁ ବଡ଼ ସଫଳତା ମିଳୁଛି ହେଲେ ପୋଲିସ୍ କୁ ମିଳୁନି ଖବର ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts