ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଗଡିଆଯୋର ଆମ୍ବ ତୋଟା ଠାରେ ପଣ୍ଡରା ମାଳି ସେବା ସଙ୍ଗ ପକ୍ଷରୁ ଚାରି ଗଡ଼ ଜନସାଧାରଣ ଙ୍କୁ ନେଇ ଏକ ମହାସଭା ଆୟୋଜିତ କରାଯାଇଥିଲା ଉକ୍ତ ମହାସଭାରେ ପ୍ରେମ ଲାଳ ନାଏକ ଙ୍କ ସଭାପତିତ୍ବ କରିଥିବ ବେଳେ ମଞ୍ଚରେ ପଣ୍ଡରା ମାଳି ସମାଜ ର ଛତିଶ ବର୍ଗ ପୂଝାରୀ, ଗୈନ୍ତିଆ ଓ ଝାଙ୍କର ଉକ୍ତ ମଞ୍ଚ ରେ ମଞ୍ଚାସିନ ଥିଲେ।
ଉକ୍ତ ମହାସଭାରେ ମୁଖ୍ୟଅତିଥି ଭାବରେ ନୂଆପଡ଼ା ଜିଲ୍ଲା ପଣ୍ଡାରା ମାଳି ସଭାପତି ଗୋଦାବରୀଶ ନାଏକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ନବରଙ୍ଗପୁର ର ମୁଖ୍ୟ ବକ୍ତା ଯତିନଦ୍ର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କେସିଙ୍ଗା ରୁ ନରେଶ ଵିଶି ଛତିଶଗଡ଼ ରୁ ବିଶେଶ୍ୱର ଟୋଲକିଆ ଯୋଗ ଦେଇଥିଲେ । ଉକ୍ତ ମହାସଭାରେ ଜିଲ୍ଲା ପଣ୍ଡାରା ମାଳି ସେବା ସଙ୍ଗ ପକ୍ଷରୁ ଏକ ଜିଲ୍ଲା କମିଟି ମଧ୍ୟ ଗଠନ କରାଯାଇଥିଲା। ମଞ୍ଚରେ ଏଵଂ ମଞ୍ଚଵାହାରେ ଉପସ୍ଥିତ ଥିବା ଚାରୀଗଡ ର ସମସ୍ତ ଜନସାଧାରଣଙ୍କ ଙ୍କ ସହମତି କ୍ରମେ କୂଳପତି ଭାବରେ ବିଦ୍ୟାଧର ନାଏକ, ସଭାପତି ଭାବରେ ଉମାଶଙ୍କର ମାଝୀ, କାର୍ଯ୍ୟକାରୀ ସଭାପତି ଭାବରେ ଉଦିତ କୁମାର ନାଏକ, ସାଧାରଣ ସଂପାଦକ ଭାବରେ ବିରଞ୍ଚି ବଣିଆ, କୋଷାଧ୍ୟକ୍ଷ ଭାବରେ ମନୋଜ କୁମର ନାଏକ ଙ୍କୁ ଦାଇତ୍ୱ ଦିଆଯାଇଥିବା ବେଳେ ଉପସଭାପତି ଭାବରେ ସୁରେନ୍ଦ୍ର ନାଏକ, ନୂତନ ନାଏକ, ଟଙ୍କ ଧର ନାଏକ, ଅଲେଖ ନାଏକ, ସୁଦର୍ଶନ ଵିନଵରଗିଆ, ଙ୍କୁ ଦାଇତ୍ୱ ଦିଆଯାଇଥିଲା । ଉକ୍ତ ମହାସଭା ମଞ୍ଚକୁ ସୁଶାନ୍ତ ନାଏକ ପରିଚାଳନା କରିଥିବା ବେଳେ ଉପସ୍ଥିତ ଥିବା ସମସ୍ତ ପଣ୍ଡରା ମାଳି ସମାଜ ର ମଞ୍ଚ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ଏଵଂ ମଞ୍ଚ ବାହାର ଥିବା ସମସ୍ତ ଅତିଥି ଙ୍କୁ ଭଜମନ ନାଏକ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ପଣ୍ଡରା ମାଳି ସେବା ସଙ୍ଗ ର ସମସ୍ତ କାର୍ଯ୍ୟ କର୍ତ୍ତା ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

