ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୭୨ ତମ ବଳିଦାନ ଦିବସ ଉପଲକ୍ଷେ ଆଜି ଭବାନୀପାଟଣା ସ୍ଥିତ ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ଭବାନୀପାଟଣା ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ନଗର ମଣ୍ଡଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଅନୁଷ୍ଟିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବି ଜେ ପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଏବଂ ମୁଖ୍ୟ ବକ୍ତା ଭାବରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାରୀ ତଥା ବରିଷ୍ଠ ଆଇନଜୀବୀ ଭାବେନ୍ଦ୍ର ପଣ୍ଡା ଉପସ୍ଥିତ ରହି ସ୍ବର୍ଗତ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ତଥା ଦେଶପ୍ରତି ତାଙ୍କର ଅବଦାନ ବିଷୟରେ ବିସ୍ତୃତ ଭାବରେ ବକ୍ତବ୍ୟ ରଖିଥିଲେ । ନଗର ସଭାପତି ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ(ବାପି ) ସଭାକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟରୁ ପୂର୍ବତନ ସଦର ବିଧାୟକ ଅନାମ ନାଏକ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟଦେବ ସାହୁ, ଜିଲ୍ଲା ଉପସଭାପତି ପ୍ରଶାନ୍ତ ସାହୁ, ବରିଷ୍ଠ ବିଜେପି ନେତା ଭାରତ ଭୂଷଣ ଦେଓ, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ନରହରି ପଟ୍ଟନାୟକ, ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶୋଭାଗିନୀ ପାତ୍ର, ଯୁବ ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ବରିଷ୍ଠ ଆଇନଜୀବୀ ସୁଧୀର ପଟ୍ଟନାୟକ, ସାଜୁ ବାଲାନ, ପ୍ରଦୀପ ବିହାରୀ, ନଗର ସାଧାରଣ ସମ୍ପାଦକ ପ୍ରକାଶ ଢଙ୍ଗଡାମାଝି, ସତ୍ୟନାରାୟଣ ବିଶି, ପତ୍ଵନ୍ତ ସିଂ, ପଦ୍ମାବତୀ ଶବର, ଅବିନାଶ ବେହେରା, ନିରଞ୍ଜନ ଯୋଶୀ, ମଧୁସୂଦନ ନାଏକ, ରବି ସେନାପତି, ରାମକୃଷ୍ଣ ରାଉତ, ସୁଜିତ ସ୍ୱାଇଁ, ତରୁଣ ଅଗ୍ରୱାଲ, ଟ୍ୱିଙ୍କଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ବିଭିନ୍ନ ୱାର୍ଡରୁ ଆସିଥିବା ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

