ନ୍ୟୁଜଗ୍ୟାଲେରି ,ଭବାନିପାଟଣା: ଦାଦପୁର ପି ଏମ ଶ୍ରୀ ଦଧି ବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ଚିତ୍ର କଳା ସହ ହସ୍ତାଶିଳ୍ପ ପ୍ରଦର୍ଶନୀ ମିଳିତ ଭାବେ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବି ପ୍ରସାଦ କାନୁନଗୋଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର, ସମ୍ମାନିତ ଅତିଥି ଭାବେ ପୋଲିସ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ପଟ୍ଟନାୟକ ଓ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନିଶାଙ୍କ ଯୋଗ ଦେଇଥିଲେ ।
ବିଦ୍ୟାଳୟର ଶିକ୍ଷକ ବଳରାମ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ସ୍ନିଗ୍ଧାଲୀନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ଗଣ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଏବଂ ବିଜ୍ଞାନ ଶିକ୍ଷକମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ବିଜ୍ଞାନ ମେଳାର ଉଦଘାଟନ କରି କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ଗୁଡିକ ବୁଲି ଦେଖିଥିଲେ। ଏହି ବିଜ୍ଞାନ ମେଳାରେ ମାଧ୍ୟ୍ୟମିକ ସ୍ତରରେ ୪୧ ଟି ପ୍ରକଳ୍ପ, ପ୍ରାଥମିକ ସ୍ତର ରେ ୫୩ ଟି ଏବଂ ଆର୍ଟ ଏଣ୍ଡ କ୍ରାଫ୍ଟରେ ୧୫ ଟି ପ୍ରକଳ୍ପ ସହ ସର୍ବମୋଟ ୧୦୯ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ବିଚାରକ ଭାବେ ବିଜ୍ଞାନ ଶିକ୍ଷୟିତ୍ରୀ ସ୍ମିତା ଚୌଧୁରୀ ଓ ସୁଷମା ନାୟକ ଯୋଗ ଦେଇଥିଲେ । ତିନୋଟି ବିଭାଗ ରୁ ସର୍ବମୋଟ ତିନୋଟି ପ୍ରକଳ୍ପ ବ୍ଲକ ସ୍ତର ପାଇଁ ମନୋନୀତ ହୋଇଥିଲା। ଉଦଯାପନୀ ସଭାରେ ଅତିଥିବୃନ୍ଦ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ତଥା ଅଭିଭାବକ/ଅଭିଭାବିକା ଅତ୍ୟନ୍ତ ମନଭରି ଉପଭୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଣ ଶିକ୍ଷକ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ ସଫଲ ହୋଇଥିଲା।
Latest entries
ଜିଲ୍ଲା ଖବରNovember 25, 2026ମହୁରି ପୁରସ୍କାର–୨୦୨୬ ପାଇଁ ଡ଼. ସ୍ୱପ୍ନା ମିଶ୍ର ମନୋନୀତ
ଜିଲ୍ଲା ଖବରNovember 25, 2026ଦାଦପୁର ପି ଏମ ଶ୍ରୀ ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ମେଳା ସହ ଚିତ୍ର ଓ ହସ୍ତ ଶିଳ୍ପ ପ୍ରଦର୍ଶନୀ ମେଳା ଅନୁଷ୍ଠିତ
ଜିଲ୍ଲା ଖବରNovember 25, 2026ଭବାନୀପାଟଣା ନଗରମଣ୍ଡଳ ବିଜେପି ରେ ଧବଳେଶ୍ୱର ମାଝୀଙ୍କୁ ଅନୁସୂଚିତ ଜନଜାତି ମୋର୍ଚ୍ଚା ପ୍ରମୁଖ ଦାୟିତ୍ୱ
ଜିଲ୍ଲା ଖବରNovember 23, 2026ବିଶିଷ୍ଟ ସମାଜସେବୀ ତଥା ଯୁବନେତା ସ୍ୱର୍ଗତ ଜୟନ୍ତ ନାଏକଙ୍କ ସ୍ମୃତିରେ ଶୋକସଭା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ

