ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ଏକ ଦିବସୀୟ ଜାତୀୟ “ବିକଶିତ ଭାରତ-୨୦୪୭: ଅନ୍ତର୍ଭୁକ୍ତ ଓ ନିରନ୍ତର ବିକାଶ ପଥରେ ଓଡ଼ିଶା” ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ଅଧ୍ଯକ୍ଷତା କରି ବିକଶିତ ଭାରତର ଭବିଷ୍ୟତ ସଂପର୍କରେ ନିଜର ଅଭିମତ ପ୍ରକାଶ କରିଥିଲେ । ଅର୍ଥନୀତି ବିଭାଗର ମୁଖ୍ଯ ଡକ୍ଟର ଚିତ୍ରସେନ ଭୁଏ ଆଲୋଚନାଚକ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ଯ ଅତିଥି ରୂପେ ପ୍ରଫେସର କହ୍ନେୟା ଆହୁଜା , ନିର୍ଦ୍ଦେଶକ, ଅର୍ଥନୀତି ବିଭାଗ, ଦେବୀ ଅହଲ୍ୟା ବିଶ୍ୱବିଦ୍ୟାଳୟ, ଇନ୍ଦୋର , ମଧ୍ୟପ୍ରଦେଶ ଯୋଗଦାନ କରି ସ୍ବାଧିନତା ପରବର୍ତ୍ତୀ ସମୟର ଅର୍ଥନୀତି ଓ ସାଂପ୍ରତିକ ଅର୍ଥନୀତିର ତୁଳନାତ୍ମକ ବିଶ୍ଳେଷଣ କରି ୨୦୪୭ ମସିହାରେ ଅର୍ଥନୈତିକ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ଯ ବକ୍ତା ଡକ୍ଟର ଦୁଃଖବନ୍ଧୁ ସାହୁ , ଆଇ ଆଇ ଟି, ଭୁବନେଶ୍ବର, ବିଭିନ୍ନ ପ୍ରକାର ସୂଚକାଙ୍କ ଆଧାରରେ ଭାରତୀୟ ଅର୍ଥ ବ୍ୟବସ୍ଥାର ସ୍ଥିତି ଓ ପ୍ରଗତି ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଡକ୍ଟର ଉମାଶଙ୍କର ଦାଶ ଆଞ୍ଚଳିକ ନିର୍ଦ୍ଦେଶକ, ସମ୍ବଲପୁର ସାଂପ୍ରତିକ ଓଡିଶାର ଅର୍ଥନୈତିକ ଅନୁଭୂତି ଓ ପ୍ରଗତି ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଡକ୍ଟର ଉମାଚରଣ ପତି, ଉପ-କୁଳସଚିବ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ୨୦୪୭ ରେ ଭାରତର ସମ୍ଭାବ୍ୟ ପ୍ରଗତିର ସୂଚନା ପ୍ରଦାନ କରିଥିଲେ । ସହକାରୀ ପ୍ରଫେସର ସିମାଞ୍ଚଳ ମିଶ୍ର ଆବାହକ ଦାୟିତ୍ବ ନିର୍ବାହ କରିଥିଲେ । ଉକ୍ତ ଆଲୋଚନାଚକ୍ରକୁ ଅଧ୍ୟାପିକା ମୋନାଲିଶା ସାହୁ ସଂଯୋଜନା କରିଥିବାବେଳେ ସହକାରୀ ପ୍ରଫେସର ଡକ୍ଟର ଶେଷଦେବ ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ଅର୍ଥନୀତି ବିଭାଗର ଅଧ୍ୟାପକ ସନ୍ତୋଷ ସାହୁ, ରୋଶନ ପଧାନ , ଚୋଡ଼ଗଙ୍ଗ ସାହୁ, ସୁନନ୍ଦିତା ସାହୁ, ସ୍ନିଗ୍ଧା ବାରିକ , ରଶ୍ମିତା ମାଝୀ ତଥା ସମସ୍ତ ଗବେଷକ- ଗବେଷିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

