ନ୍ୟୁଜ ଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣୀ ମଣ୍ଡପ ଠାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ ଙ୍କ ନେତୃତ୍ୱରେ ପାଲିତ ହୋଇଯାଇଅଛି। ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ବିଜୁ ଜନତା ଦଳ ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ମଞ୍ଚାସିନ ବିଜୁ ମହିଳା ଜନତା ଦଳ ର ଜିଲ୍ଲା ପାରିଷଦ ସଦସ୍ୟ ସୁଧିରା ମେହେର, ବି ସି ସି ବି ଉପସଭାନେତ୍ରୀ ନନ୍ଦିନୀ ସାହୁ, ରାଜ୍ୟ ମହିଳା ଉପସଭାନେତ୍ରୀ ସୁନନ୍ଦା ସାହୁ, ସଂଯୁକ୍ତା ବେହେରା, ସଙ୍ଗୀତା ଖରସେଲ୍ ମଞ୍ଚାଷିନ ହେଇଥିଲେ। ପ୍ରଥମେ ମା ମାଣିକେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା ପରେ ଜିଲ୍ଲା ସଭାନେତ୍ରୀ ସବିତା ପ୍ରଧାନ ସ୍ଵାଗତ ଅଭିଭାଷଣ ରଖିଥିଲେ।
ଜିଲ୍ଲା ର ପ୍ରତେକ ବ୍ଲକ ରୁ ବିଜୁ ମହିଳା ଜନତା ଦଳ ର କର୍ମ କର୍ତ୍ତା ଉପସ୍ଥିତ ରହି ମହିଳା ମାନଙ୍କ ହକ ଏବଂ ଶୁରକ୍ଷ କୁନେଇ ଆଗାମୀ ଦିନରେ ହେବାକୁଥିବା ପଞ୍ଚାୟତ ନିର୍ବାଚନରେ ଏକତ୍ରିତ ହୋଇ ବିଜୁ ଜନତା ଦଳ କୁ କିପରି ଜିତାଇବା ଏବଂ କିପରି ନବୀନ ପଟ୍ଟନାୟକ ଙ୍କୁ ଆଉଥରେ ମୁଖ୍ୟ ମନ୍ତ୍ରୀ କରିବା ପାଇଁ ସଂକଳ୍ପ ନେଇ ଉପସ୍ଥିତ ବିଜୁ ମହିଳା ଦଳ ର କର୍ମକର୍ତ୍ତା ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଉପସଭାନେତ୍ରି ସମିତା ନାୟକ ମଞ୍ଚପରିଚାଳନା କରିଥିଲେ। ଏହି ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ରେ ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପଚାଶ ରୁ ଉର୍ଦ୍ଧ ମହିଳା ବିଜୁ ଜନତା ଦଳ ରେ ସାମିଲ ହୋଇଥିଲେ।
Latest entries
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର

