ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ

ନ୍ୟୁଜ ଗେଲରି, ଭବାନୀପାଟଣା:ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଳନ ବ୍ଲକ, ପଞ୍ଚାୟତ ଓ ଜିଲ୍ଲାସ୍ତରରେ ପ୍ରଜ୍ୱଳିତ ହେଲା ୫ ଲକ୍ଷରୁ ଊର୍ଦ୍ଧ୍ୱ ଦୀପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ଭରତୀୟ ଜନତା ପାର୍ଟି ପକ୍ଷରୁ ଭବାନୀପାଟଣା ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପବିତ୍ର ମନ୍ଦିର ପରିସରରେ ସାମୂହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ଏହି ଅବସରରେ ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ସାମୂହିକ ଭାବେ ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳମୟ ଜୀବନ କାମନା କରିଥିଲେ।
କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ପୂର୍ବତନ ବିଧାୟକ ଅନାମ ନାଏକ, ବିଜେପି ଜିଲ୍ଲା ସଭାପତି ଯୁଗଳ କେଶରୀ ପୋଡ଼, ରାଜ୍ୟ ଉପ ସଭାପତି ଭବେନ୍ଦ୍ର ପଣ୍ଡା, ଜିଲ୍ଲା ଉପ ସଭାପତି ଜୟସଙ୍କ ନାଏକ, ଦେବେନ୍ଦ୍ର ମହାନ୍ତି, ସନ୍ତୋଷ ବିଶି, ଭଣ୍ଡେସ୍ୱର ମହାପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା,ଟାଉନ ସାଧାରଣ ସମ୍ପଦ ପ୍ରଦିପ କୁମାର ଦାସ, କୃଷକ ମୋର୍ଚ୍ଚା ପ୍ରମୁଖ ସତ୍ୟ ନାରାୟଣ ବିଶି, ଧବଳେଶ୍ୱର ମାଝୀ ଏବଂ ଜିଲ୍ଲା ବିଜେପି କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts