ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଧର୍ମଗଡ଼ ରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିଦର୍ଶନ କଲେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ । ଧର୍ମଗଡ଼ ସହରରେ ନିର୍ମାଣ ହୋଇଛି ଏହି ଇନଡୋର ଷ୍ଟାଡିୟମ । ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଦିନ ହେବ ଅନେକ ଗୁଡିଏ ସମସ୍ୟା ଉପୁଜୁଛି । ବିଶେଷ କରି ବର୍ଷା ହେଲେ ଛାତ ରୁ ପାଣି ଝରିବା ଓ ଵହୁ ଦିନ ରୁ ଟାଉନ ହଳ ଠାରେ ଚାଳିଥିବା ଜିମ ପାଇଁ ସ୍ଥାନାନ୍ତରିତ କରିବା ପାଇଁ ଅଭିଯୋଗ ହେଉଥିଲା। ଯାହା ଫଳରେ ଖେଳାଳୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।
ବାରମ୍ବାର ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପାଢ଼ୀ ଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏନେଇ ସ୍ଥାନୀୟ ଯୁବକ ଓ ଖେଳାଳୀ ମାନେ ବିଧାୟକ ଙ୍କୁ ଜଣାଇଥିଲେ । ଏନେଇ ଆଜି ଧର୍ମଗଡ଼ ବିଧାୟକ ଶ୍ରୀ ପଟ୍ଟଯୋଶୀ ଜିଲ୍ଲା କ୍ରୀଡା ଅଧିକାରୀ ଙ୍କ ସହ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିବା ସହ ଖେଳାଳୀ ଓ ସ୍ଥାନୀୟ ଯୁବକ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ତୁରନ୍ତ
ଛାତ ର ମରାମତି ଓ ଜିମ କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ। ଅନ୍ୟପଟେ କିଭଳି ବହୁ ସଂଖ୍ୟା ଖେଳାଳୀ ମାନେ ଷ୍ଟାଡିୟମ ରେ ଯୋଗଦେବେ ଓ ଆହୁରି ଅନେକ ଖେଳ ଉପକରଣ ର ଆବଶ୍ୟକ ନେଇ କ୍ରୀଡ଼ା ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନେଇ ମଧ୍ୟ କହିଥିଲେ ।
ଏହି ପରିଦର୍ଶନ ସମୟରେ ଧର୍ମଗଡ଼ ନଗରପାଳ ଅଶୋକ ମହାନ୍ତି,ପୂର୍ବତନ ବିଜେପି ନଗର ସଭାପତି ହେମନ୍ତ କୁମାର ମାଝୀ, ପୂର୍ବତନ ସମିତି ସଭ୍ୟ ଜନ୍ମେଜୟ ନାଏକ,ମୁନା ନାଏକ,ହିମାଂଶୁ ପଣ୍ଡା,ଅମୀୟ ପଣ୍ଡା, ଧର୍ମେନ୍ଦ୍ର ଉଇସାଲ ଗୈର ଉଇସାଳ ପ୍ରମୁଖ ଉପସ୍ଥିତ ଥିଲେ । ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

